Categories: ଫୁରସତ

ଜୁଏଲାରୀ ଦୋକାନୀରେ ପଶି ଚୋରି କରୁଥିଲେ ମହିଳା : ଘଟିଲା ଏମିତି

ସୁନା ଦୋକାନରେ ଚୋରିର ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ମହିଳା ଚୋର ସୁନା ଦୋକାନରେ ପ୍ରବେଶ କରି ଅଳଙ୍କାର ଚୋରି କରିବାକୁ ଚେଷ୍ଟା କରୁଥିଲେ। ଚୋର ଦୋକାନରେ ପ୍ରବେଶ କରିବା ମାତ୍ରେ ଦୋକାନୀଙ୍କ ମୁହଁରେ ନିଶା ସ୍ପ୍ରେ କରୁଛନ୍ତି। କିନ୍ତୁ ଦୋକାନୀ ହାର୍‌ ନ ମାନି ଚୋରକୁ ଉଚିତ୍‌ ଶିକ୍ଷା ଦିଅନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଉଛି।
ଭିଡିଓରେ ଏହା ଦେଖିବାକୁ ମିଳେ, ମହିଳା ଅଳଙ୍କାର କିଣିବା ବାହାନାରେ ଦୋକାନରେ ପ୍ରବେଶ କରନ୍ତି। ଏହା ପରେ ସେ ଦୋକାନୀକୁ ନିଶା ସ୍ପ୍ରେ କରିବାକୁ ଚାହୁଁଛନ୍ତି। ଏହା ଜାଣିପାରି ଦୋକାନୀ ପ୍ରଥମେ ମହିଳାଙ୍କଠାରୁ ଅଳଙ୍କାର ନେଇ ତାଙ୍କୁ ପିଟିଛନ୍ତି। ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା।

Share