Posted inଜାତୀୟ

ଷ୍ଟେଶନରେ କମ୍ବଳ ଘୋଡେଇ ଶୋଇଥିଲେ ମହିଳା, ମୃତଦେହ ଭାବି ପୋଷ୍ଟମର୍ଟମ କରିବାକୁ ଦେଲେ ନିର୍ଦ୍ଦେଶ, ତା’ ପରେ ଯାହା ଘଟିଲା…

ପାଟନା,୧୮।୧୨: ବିହାରର ଅରରିଆରେ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ରେଳ ଷ୍ଟେଶନରେ କମ୍ବଳ ଘୋଡେଇ ଶୋଇଥିବା ବେଳେ ରେଳ ବିଭାଗର ସଫେଇ କର୍ମଚାରୀମାନେ ତାଙ୍କୁ ଉଠିବାକୁ ଡାକିଥିଲେ। ହେଲେ ତାଙ୍କ ଶରୀରରେ ହଲଚଲ ନଜର ଆସି ନ ଥିଲା। ସେମାନେ ଏନେଇ ଷ୍ଟେଶନ ମାଷ୍ଟର ମନୋଜ କୁମାର ଝାଙ୍କୁ ଦେଇଥିଲେ। ପରେ ଷ୍ଟେଶନ ମାଷ୍ଟରଙ୍କ ନିୟମ ଅନୁସାରେ କାଗଜପତ୍ର କାମ ସରିବା ପରେ ମୃତଦେହକୁ ପୋଷ୍ଟମର୍ଟମ କରିବା ଲାଗି ଡେଥ୍‌ ମେମୋ ରେଳ ଜିଆର୍‌ପିକୁ ପଠାଯାଇଥିଲା। ଜୋଗବନି ଷ୍ଟେଶନର ଥାନା ଅଧ୍ୟକ୍ଷ ନୀତିଶ କୁମାର ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଠାଇ ପୋଷ୍ଟ ମର୍ଟମ ପାଇଁ ନେବାକୁ କହିଥିଲେ। ହେଲେ ହଠାତ ଉକ୍ତ ମହିଳାଜଣଙ୍କ ଉଠି ବସି ଯାଇଥିଲେ। ଏହା ଦେଖି ପୋଲିସ ସହ ଆଖପାଖର ଯାତ୍ରୀ ଚକିତ ହୋଇଯାଇଥିଲେ।

ଦେଖିବାରେ ମହିଳାଜଣଙ୍କ ଅସୁସ୍ଥ ନଜର ଆସୁଥିଲେ। ସେ କିଛି କହିପାରୁ ନ ଥିଲେ। ଏହାପରେ ଯାତ୍ରୀମାନେ ଆକ୍ରୋଶରେ ରେଳ ବିଭାଗ କର୍ମଚାରୀଙ୍କୁ ସମାଲୋଚନା କରିଥିଲେ। ଅପରପକ୍ଷେ ଷ୍ଟେଶନୂ ମାଷ୍ଟର ମନୋଜ ସଫେଇ କର୍ମଚାରୀଙ୍କୁ ଜୋରଦାର ଗାଳି ଦେଇଥିଲେ। ତାଙ୍କର ଭୁଲ ଯୋଗୁ ସେ ଜୀବିତ ମହିଳାଙ୍କୁ ମୃତ ବୋଲି ଭାବି ନେଇଥିଲେ। ଷ୍ଟେଶନରେ ଡାକ୍ତରଙ୍କ କୌଣସି ବ୍ୟବସ୍ଥା ନାହିଁ। ନଚେତ ସେ ଡାକ୍ତରଙ୍କୁ ନିଶ୍ଚିତ ଦେଖାଇଥାନ୍ତେ ବୋଲି କହିଥିଲେ।

ସେହିଭଳି ଘଟଣା ପରେ ଅସୁସ୍ଥ ମହିଳାଙ୍କୁ ଅନୁମଣ୍ଡଳୀୟ ଡାକ୍ତରଖାନା ଫରବିସଗଞ୍ଜରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର କହିଥିଲେ ଯେ ମହିଳାଙ୍କୁ ଥଣ୍ଡା ହେବା ସହ ରକ୍ତଚାପ ବଢ଼ିଥିଲା।ଏହି କାରଣରୁ ସେ ହଲଚଲ କରି ପାରୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri