ପୁଅଙ୍କୁ ଧରି ସ୍ବାମୀଙ୍କ ଘର ସମ୍ମୁଖରେ ସ୍ତ୍ରୀଙ୍କ ଧାରଣା

ବଲାଙ୍ଗୀର ଅଫିସ, ୧୯।୧: ସ୍ବାମୀ-ସ୍ତ୍ରୀ ବିବାଦକୁ ନେଇ ସ୍ବାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି ଜଣେ ମହିଳା। ରାତିସାରା ସେ ତାଙ୍କ ୭ବର୍ଷର ପୁଅକୁ ଧରି ବଲାଙ୍ଗୀର ଜିଲା ଟିକ୍ରାପଡାର ବାସୁଦେବ ମିଶ୍ରଙ୍କ ଘର ସମ୍ମୁଖରେ ଧାରଣାରେ ବସିବା ଘଟଣା ସହର ବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛିି । ମହିଳା ଜଣକ ସ୍ବାମୀ ନିର୍ଯାତନା ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ସେହି ଦିନରୁ ମହିଳା ଜଣକ ଅନ୍ୟତ୍ର ରହିଆସୁଥିଲେ । ହେଲେ ଘର ଭଡ଼ା ଦେଇ ନ ପାରିବାରୁ ମହିଳାଙ୍କୁ ଘର ମାଲିକ ଘର ଛାଡି ଦେବାକୁ କହିଥିଲା। ଏଣୁ ସେ ସ୍ବାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି । ମାମଲାଟି କୋର୍ଟରେ ରହିଥିବା ଜଣାପଡ଼ିଛି।