ସିଗାରେଟ୍‌ ପାଇଁ ଉଲଗ୍ନ

ମସ୍କୋ, ୧୭ା୨:ବିମାନରେ ଧୂମପାନ କରିବା ଲାଗି ମନା କରିବାରୁ ରୁଷିଆର ଷ୍ଟାଭରୋପୋଲରୁ ମୋସ୍କୋ ଅଭିମୁଖେ ବିମାନ ଯାତ୍ରା କରୁଥିବା ଜଣେ ମହିଳା ଉଲଗ୍ନ ହୋଇପଡ଼ିଛନ୍ତି। ମହିଳାଙ୍କ ଏ ପ୍ରକାର ଆଚରଣ ପାଇଁ ବିମାନର ଅନ୍ୟଯାତ୍ରୀ ଏବଂ କର୍ମଚାରୀମାନଙ୍କୁ ହଟହଟା ହେବାକୁ ପଡ଼ିଛି। ଆଞ୍ଜେଲିକା ମୋସ୍କଭିଟିନା (୪୯) ନାମ୍ନୀ ମହିଳା ଏରୋଫ୍ଲୋଟ ଫ୍ଲାଇଟ୍‌ରେ ଯାତ୍ରା କରୁଥିବାବେଳେ ସିଗାରେଟ ଟାଣିବା ପାଇଁ ନିଜକୁ ଟଏଲେଟ୍‌ରେ ବନ୍ଦ କରିଥିଲେ। ବିମାନ ଆଲାରାମ ବାଜିବା ପରେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ମୋସ୍କଭିଟିନାଙ୍କୁ ବିମାନରେ ସିଗାରେଟ୍‌ ଟାଣିବାକୁ ମନା କରିଥିଲେ। କିନ୍ତୁ ତାଙ୍କର ଏକା ଜିଦ୍‌ ଥିଲା ଯେମିତି ହେଲେ ବି ସେ ସିଗାରେଟ ଟାଣିବେ। ଶେଷରେ ସେ ଉଲଗ୍ନ ହେବାକୁ ମଧ୍ୟ ପଛାଇ ନ ଥିଲେ।
ରୁଷିଆର ଏରୋଫେ୍‌ଲାଟ ଫ୍ଲାଇଟ୍‌ ଷ୍ଟାଭରୋପୋଲରୁ ମୋସ୍କୋ ଅଭିମୁଖେ ଯାତ୍ରା କରୁଥିଲା। ୩୩,୦୦୦ଫୁଟ ଉଚ୍ଚତାରେ ଉଡ଼ୁଥିବା ବିମାନରେ ମହିଳା ଜଣକ ସିଗାରେଟ ଟାଣିବା ପାଇଁ ଜିଦ୍‌ କରିଥିଲେ। ଏପରି କାର୍ଯ୍ୟରୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ଯୁବ କ୍ରିଉ ମେମ୍ବରଙ୍କୁ ମଧ୍ୟ ସେ କାମୁଡ଼ିଥିଲେ। ଶେଷରେ ସେ ଅନ୍ୟ ଯାତ୍ରୀଙ୍କ ସାମ୍ନାରେ ଦେହରୁ ଟପ୍ସ ଖୋଲି ଉଲଗ୍ନ ହୋଇଯାଇଥିଲେ। ଖାଲି ସେତିକି ନୁହେଁ ମୋସ୍କଭିଟିନା କକ୍‌ପିଟ୍‌ (ବିମାନର ଡେସ୍କ ବୋର୍ଡ, ଯେଉଁଥିରେ ଥିବା ସୁଇଚ୍‌ ଯୋଗେ ବିମାନ ନିୟନ୍ତ୍ରିତ ହୋଇଥାଏ) ଖୋଲିବା ଲାଗି ମଧ୍ୟ ଚେଷ୍ଟା କରିଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ଟପ୍ସ ଖୋଲି ବାହାର କରିବା ଦେଖି ବିମାନରେ ଏ ପ୍ରକାର ଅଶୋଭନୀୟ ଆଚରଣ କରିବା ଅନୁଚିତ୍‌, ଛୋଟ ପିଲାମାନେ ମଧ୍ୟ ଏଠାରେ ଅଛନ୍ତି। ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ। ଏପରି କରି ସେ ବିମାନ ଯାତ୍ରାର ନିୟମ ଉଲ୍ଲଂଘନ କରୁଥିବା ଜଣେ କ୍ରିଉ ମେମ୍ବର କହିଥିଲେ। ଏହାର ଉତ୍ତରରେ ମୋସ୍କଭିଟିନା କହିଥିଲେ ଯେ, ମୁଁ ଛୋଟ ପିଲାଙ୍କୁ ଭଲପାଏ। ମୁଁ ଜାଣିଛି ଏହାପରେ ମୁଁ ମେଣ୍ଟାଲ ହସ୍ପିଟାଲ କିମ୍ବା ଜେଲ ଯିବି। କିନ୍ତୁ ଯାହାହେଲେ ବି ମୁଁ କକ୍‌ପିଟ୍‌କୁ ଯିବି। କ୍ରିଉ ମୋସ୍କଭିଟିନାଙ୍କୁ ଶାନ୍ତ କରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିମାନ ଭିତରେ ଉଲଗ୍ନ ହୋଇ ସେ ଚିତ୍କାର କରିବା ବନ୍ଦ କରୁ ନ ଥିଲେ। ଶେଷରେ ଜଣେ ମହିଳା କ୍ରିଉ ଏକ କପଡ଼ାରେ ତାଙ୍କ ଦେହକୁ ଢାଙ୍କି ଥିଲେ ଏବଂ ତାଙ୍କ ହାତରେ ପ୍ଲାଷ୍ଟିକ୍‌ ହାଣ୍ଡକଫ୍‌ ପିନ୍ଧାଇଥିଲେ। ବିମାନରେ ଥିବା ଡାକ୍ତର କିଛି ସମୟ ପାଇଁ ମୋସ୍କଭିଟିନାଙ୍କୁ ମୋନିଟର କରିଥିଲେ। ମସ୍କୋର ଶେରେମେଟିଇଭୋ ବିମାନ ବନ୍ଦରରେ ଫ୍ଲାଇଟ୍‌ ଲ୍ୟାଣ୍ଡ କଲା ପରେ ପୋଲିସ ତାଙ୍କୁ ଅଟକାଇ ରଖିଥିଲା। ବିମାନରେ ଏ ପ୍ରକାର ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମ ଲାଗୁ କରାଯିବାର ଆବଶ୍ୟତା ରହିଥିବା ଏରୋଫ୍ଲୋଟ ଫ୍ଲାଇଟ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri