ପ୍ରତି ୧୧ ମିନିଟରେ ଜଣେ ମହିଳାଙ୍କୁ କରାଯାଉଛି ହତ୍ୟା: ଜାତିସଂଘ ମହାସଚିବ…

ଜେନେଭା,୨୨।୧୧ : ଦିଲ୍ଲୀର ଶ୍ରଦ୍ଧା ଏବଂ ମଥୁରାର ଆୟୁଷୀ ଯାଦବ ହତ୍ୟା ମାମଲା ମଧ୍ୟରେ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତାଙ୍କ କହିବାନୁସାରେ, ପ୍ରତି ୧୧ ମିନିଟରେ ପୃଥିବୀରେ ଜଣେ ମହିଳା କିମ୍ବା ଝିଇଙ୍କୁ ହତ୍ୟା କରାଯାଉଛି। ସେମାନଙ୍କୁ ପ୍ରେମିକ, ସ୍ବାମୀ, ଅନ୍ୟ ସାଥୀ କିମ୍ବା ପରିବାର ସଦସ୍ୟମାନେ ହତ୍ୟା କରୁଛନ୍ତି।

ଜାତିସଂଘ ମୁଖ୍ୟ ଏହି ହତ୍ୟାକାଣ୍ଡକୁ ବିଣ୍ବର ମାନବିକ ଅଧିକାରର ବ୍ୟାପକ ଉଲ୍ଲଂଘନ ବୋଲି କହିଛନ୍ତି। ଏହା ବିରୁଦ୍ଧରେ ଜାତୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ସେ ବିଭିନ୍ନ ଦେଶର ସରକାରମାନଙ୍କୁ ସେ ଆହ୍ବାନ କରିଛନ୍ତି। ଯାହା ଦ୍ୱାରା ଏହି ବିପଦର ମୁକାବିଲା କରାଯାଇପାରିବ।

୨୫ ନଭେମ୍ବରରେ ପାଳନ ହେବାକୁ ଥିବା ମହିଳାଙ୍କ ପ୍ରତି ହେଉଥିବା ହିଂସା ରୋକିବା ଦିବସ ପୂର୍ବରୁ ଜାତିସଂଘ ମୁଖ୍ୟ ଏହି ରିପୋର୍ଟ ଦେଇଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଏହି ଅନ୍ତର୍ଜାତୀୟ ଦିବସ ସାରା ବିଶ୍ୱରେ ପାଳନ କରାଯାଏ। ଗୁଟେରସ କହିଛନ୍ତି ଯେ ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ହିଂସା ହେଉଛି ବିଶ୍ୱରେ ମାନବିକ ଅଧିକାରର ଉଲ୍ଲଂଘନ। ଆମେ ଜାଣୁ ଯେ କରୋନା ମହାମାରୀ ଠାରୁ ଆରମ୍ଭ କରି ଅର୍ଥନୈତିକ କାରଣ ଏବଂ ଅଶାନ୍ତି ଯୋଗୁ ମଧ୍ୟ ମହିଳାଙ୍କ ଉପରେ ଶାରୀରିକ ତଥା ଅଶାଳୀନ ନିର୍ଯାତନା ହୋଇଥାଏ । ଏହା ଅମାନୁଷିକ ବୋଲି ସେ କହିଛନ୍ତି।

Share