ଏବେ ମୋତେ ମା କିଏ ଡାକିବ, ମୃତ ଯାଆଁଳା ଶିଶୁଙ୍କୁ କୋଳରେ ଧରି କାନ୍ଦୁଛନ୍ତି ମହିଳା

ଜେରୁଜେଲମ୍‌,୪ା୩: ଇସ୍ରାଏଲ-ହମାସ୍‌ ଯୁଦ୍ଧ ଅନେକ ନିରୀହ ଲୋକଙ୍କ ଜୀବନ ଯାଇଛି। କିଏ ଜାଣେ କେତେ ପରିବାର ସେମାନଙ୍କ ପ୍ରିୟଜନଙ୍କଠାରୁ ଅଲଗା ହୋଇଛନ୍ତି। ରାନିଆ ଅବୁ ଅଞ୍ଜାଙ୍କ ସହ ମଧ୍ୟ ସେମିତି ଏକ ଘଟଣା ଘଟିଛି। ରବିବାର ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌ ଦ୍ୱାରା ନଷ୍ଟ ହୋଇଥିବା ଘର ତଳେ ଆଜି ଲୋକମାନେ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିବାରେ ଲାଗିଛନ୍ତି। ଏହି ସମୟ ମଧ୍ୟରେ ଅବୁଙ୍କ ଆଖି ତାଙ୍କ ଯାଆଁଳା ପିଲାମାନଙ୍କ ଉପରେ ପଡ଼ିଥିଲା, ଯେଉଁମାନେ ଆଉ ଜୀବିତ ନ ଥିଲେ।

ପାଲେଷ୍ଟାଇନ ମହିଳା ଜଣକ କହିଛନ୍ତି, ସେ ମା’ ହେବାର ସ୍ବପ୍ନକୁ ସାକାର କରିବା ପାଇଁ ଅନେକ ଥର ପ୍ରଜନନ ଚିକିତ୍ସା କରାଇଛନ୍ତି। କିନ୍ତୁ ଗାଜା ଷ୍ଟ୍ରିପ୍‌ରେ ହୋଇଥିବା ହତ୍ୟାକାଣ୍ଡ ତାଙ୍କଠାରୁ ସବୁକିଛି ଛଡ଼ାଇ ନେଇଛି। କୋଳରେ ଦୁଇ ଛୁଆଙ୍କୁ ଧରି ବୁକୁଫଟା କାନ୍ଦ କାନ୍ଦୁଛନ୍ତି ରାନିଆ। ସେ କାନ୍ଦି କାନ୍ଦି କାନ୍ଦି କହୁଛନ୍ତି, ଆଜିଠାରୁ କିଏ ମୋତେ ଆଉ ମା’ ଡାକିବ’ ଅବୁଙ୍କର ଜଣେ ପିଲାଙ୍କ ମୁହଁ ରକ୍ତରେ ସମ୍ପୂର୍ଣ୍ଣ ଦାଗ ହୋଇଯାଇଥିଲା। ଏହି ଦୃଶ୍ୟ ଦେଖିଲେ କାହାର ବି ଧୈର୍ଯ୍ୟ ରହିବନି।

Share