Categories: ଫୁରସତ

ଆଖିରେ ଟାଟୁ କରି ମହିଳା ଅନ୍ଧ

ୱାର୍‌ସ: ଅନେକ ଲୋକ ଶରୀରର ବିଭିନ୍ନ ଅଂଶରେ ଟାଟୁ କରିଥାନ୍ତି। କେହି କେହି ତ ସମ୍ପୂର୍ଣ୍ଣ ଶରୀର ଟାଟୁରେ ଭରି ଦେଇଥାନ୍ତି। କିନ୍ତୁ ଶରୀରର କେତେକ ସୂକ୍ଷ୍ମ ଅଂଶ ରହିଛି, ଯେଉଁଠାରେ ଟାଟୁ କରିବା ବିପଜ୍ଜନକ ହୋଇଥାଏ। ଏଥିପାଇଁ ସେମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥାଏ। ପୋଲାଣ୍ଡର ୨୧ ବର୍ଷୀୟା ଆଲେକ୍‌ଜାଣ୍ଡ୍ରା ଆଖିରେ ଟାଟୁ କରିବାରୁ ତାଙ୍କ ଆଖିର କିରଣ ଚାଲିଯାଇଥିଲା। ଏକ ରିପୋର୍ଟ ଅନୁସାରେ, ସେ ୨୦୧୭ରେ ଏକ ଟାଟୁ ବିଶେଷଜ୍ଞଙ୍କ ପାଖକୁ ଯାଇ ଆଖିରେ ଟାଟୁ କରିଥିଲେ। ହେଲେ କିଛି ମସୟ ପରେ ତାଙ୍କ ଆଖିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା। କିନ୍ତୁ ଏହା କିଛି ସମୟ ପରେ ଠିକ୍‌ ହୋଇଯିବ ବୋଲି ଟାଟୁ ଆର୍ଟିଷ୍ଟ ଜଣକ କହିଥିଲେ। ଆଲେକ୍‌ଜାଣ୍ଡ୍ରା ପରେ ଘରକୁ ଆସିବା ପରେ ତାଙ୍କୁ କିଛି ଦେଖାଯାଇ ନ ଥିଲା। ଏହା ପରେ ସେ ଡାକ୍ତରଖାନା ଯାଇଥିଲେ। ଟାଟୁ ପାଇଁ ଆଖି ନଷ୍ଟ ହୋଇଥିବା ଡାକ୍ତର ତାଙ୍କୁ କହିଥିଲେ। ପରେ ତାଙ୍କୁ ଗୋଟିଏ ଆଖି ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିଥିଲା। ହେଲେ ବି ସେ ଏବେ ଠିକ୍‌ରେ ଦେଖିପାରୁ ନାହାନ୍ତି।

Share