Posted inଫୁରସତ

୬୯ ସନ୍ତାନ ଜନ୍ମ ଦେଇଥିଲେ ଏହି ମହିଳା! ୨୭ଥର ହୋଇଥିଲେ ଗର୍ଭବତୀ

ନିକଟରେ ମୋରକୋର ଜଣେ ମହିଳା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲେ। କାରଣ ଏହି ମହିଳା ଜଣଙ୍କ ଏକାସାଙ୍ଗରେ ୯ ସନ୍ତାନ ଜନ୍ମ ଦେଇଥିଲେ। ରିପୋର୍ଟ ଅନୁଯାୟୀ, ପୂର୍ବରୁ କୌଣସି ମହିଳା ଏକାସାଙ୍ଗରେ ୯ ସନ୍ତାନ ଜନ୍ମ ଦେଇ ନ ଥିଲେ। ଏହା ପୂର୍ବରୁ ମଧ୍ୟ ଜଣେ ମହିଳା ନିଜର ବିଶ୍ୱ ରେକର୍ଡ ଯୋଗୁ ଚର୍ଚ୍ଚାରେ ଥିଲେ। ଏହି ରୁଷୀୟ ମହିଳାଙ୍କ ନାଁରେ ଏକ ବିଶେଷ ରେକର୍ଡ ଅଛି। ୧୭ତମ ଶତାବ୍ଦୀର ଭାଲେଣ୍ଟିନା ଭାସିଲୟେଭ, ତାଙ୍କ ଜୀବନରେ ୨୭ଥର ଗର୍ଭବତୀ ହୋଇଥିବା କୁହାଯାଏ। ଭାଲେଣ୍ଟିନା ୧୭୦୭ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ରୁଷିଆର ତୃତୀୟ ବୃହତ୍ତମ ସହର ଶୁୟାରେ ରହୁଥିଲେ। ସେ କୃଷକ ଫିଡୋର ଭାସିଲୟେଭଙ୍କୁ ବିବାହ କରିଥିଲେ। ସେ ନିଜ ଜୀବନରେ ୧୬ ଥର ଯାଆଁଳା ସନ୍ତାନ, ୭ଥର ଏକାସଙ୍ଗେ ୩ଟା ସନ୍ତାନ ଏବଂ ୪ ଥର ଏକାସଙ୍ଗେ ୪ ସନ୍ତାନ ଜନ୍ମ ଦେଇଥିଲେ। ଭାଲେଣ୍ଟିନାଙ୍କ ଏହି ଆଶ୍ଚର୍ଯ୍ୟଜନକ ରେକର୍ଡ ପ୍ରଥମେ ୧୭୮୨ ମସିହାରେ ନିକୋଲସ୍କର ମଠ ରୁଷିଆର ରାଜଧାନୀ ମସ୍କୋକୁ ରିପୋର୍ଟ କରିଥିଲେ। ଏହାର ଏକ ବର୍ଷ ପରେ ଅର୍ଥାତ୍‌ ୧୭୮୩ରେ ଜେଣ୍ଟେଲମ୍ୟାନ୍‌ ପତ୍ରିକାରେ ଏହି ଘଟଣା ବିଷୟରେ ଛପା ଯାଇଥିଲା। ଅବଶ୍ୟ କେତେକ ଗବେଷକ ଭାଲେଣ୍ଟିନାଙ୍କ ପ୍ରଜନନ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ୧୭ ତମ ଶତାବ୍ଦୀରେ ଆଧୁନିକ ବୈଜ୍ଞାନିକ କୌଶଳର ଅଭାବ ସତ୍ତ୍ୱେ, ଏହି ମହିଳା କିପରି ଏତେଥର ଗର୍ଭବତୀ ହୋଇ ସଫଳତାର ସହିତ ପ୍ରସବ କରିଥିଲେ ତାକୁ ନେଇ ସେତେବେଳେ ଆଲୋଚନା ମଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri