Categories: ଫୁରସତ

ଗର୍ଭରେ ଥିଲେ ଯାଆଁଳା ପିଲା, ଡେଲିଭରୀ ପୂର୍ବରୂ ପୁଣି ଥରେ ଗର୍ଭବତୀ ହେଲେ ମହିଳା

ଆମେରିକାର ଜଣେ ମହିଳାଙ୍କ ସହିତ ଏକ ଅଜବ ଘଟଣା ଘଟିଛି। ଯାଆଁଳା ପିଲା ଗର୍ଭଧାରଣ କରିବାର ଗୋଟିଏ ସପ୍ତାହ ପରେ ଜଣାପଡ଼ିଲା ତାଙ୍କ ଗର୍ଭରେ ତୃତୀୟ ପିଲା ରହିଛି। ସୋସିଆଲ ମିଡିଆରେ ବେଶ୍‌ ଲୋକପ୍ରିୟ ଏହି ଟିକ୍‌ଟକ ମହିଳାଙ୍କ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି।
ଭିଡିଓରେ ମହିଳା ଜଣଙ୍କ କହିଛନ୍ତି, ଏହା ସୁପର ଫିଟିଶନ କେସ ଅଟେ। ଏକ ରିପୋର୍ଟ ଅନୁଯାୟୀ, ମହିଳା ଜଣକ ଯେତେବେଳେ ଗର୍ଭଧାରଣ କରିଥିଲେ। ପ୍ରଥମେ ତାଙ୍କ ଗର୍ଭରେ ଯାଆଁଳା ପିଲା ଥିବା ଜଣାପଡ଼ିଥିଲା। ଏହାର ଗୋଟିଏ ସପ୍ତାହ ପରେ ପୁଣି ଆଉ ଏକ ସନ୍ତାନ ଥିବା ଜଣାପଡ଼ିଥିଲା। ମହିଳା କହିଛନ୍ତି ଯେ, ମୁଁ ମୋର ପ୍ରଥମ ଗର୍ଭଧାରଣରେ ଜ୍ୟାକ୍‌ପଟ ହାସଲ କରିଛି ଏବଂ ତିନି ପିଲା ଏକାଠି ହେଉଛନ୍ତି। ତେଣୁ ଏହା ମୋର ପ୍ରଥମ ଏବଂ ଶେଷ ଗର୍ଭଧାରଣ।

ଟିକ୍‌ଟକରେ ଅଧିକ ଭାଇରାଲ ଏହି ଭିଡିଓ କ୍ଲିପ୍‌ରେ ମହିଳା ଜଣକ କହିଛନ୍ତି, ମୋର ତୃତୀୟ ସନ୍ତାନ ପ୍ରଥମ ଦୁଇଜଣ ଅପେକ୍ଷା ୧୦କିମ୍ବା ୧୧ଦିନ ସାନ। ଏହା ମୋ’ପାଇଁ ସ୍ପଷ୍ଟ ଥିଲା ଯେ, ଏହା ମୋର ଦ୍ୱିତୀୟ ଗର୍ଭଧାରଣ ହେବ। ତେବେ ଏହି ଶିଶୁଟି ପୁଷ୍ଟିହୀନ ନୁହେଁ। ଏହା ପ୍ରକୃତରେ ସୁପର ଫିକ୍ସନ। ଏହାକୁ ନିଶ୍ଚିତ କରିବା ପାଇଁ ଡାକ୍ତରମାନେ ପ୍ରତି ଦୁଇ ସପ୍ତାହରେ ମୋର ଅଲଟ୍ରା ସାଉଣ୍ଡ କରୁଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ଶିଶୁ ତାଙ୍କ ଗର୍ଭରେ ସୁସ୍ଥ ଭାବରେ ବଢୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଟିକ୍‌ଟକ୍‌ରେ ତାଙ୍କର ଏହି କ୍ଲିପକୁ ୫୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

ତୃତୀୟ ସନ୍ତାନ ଗର୍ଭରେ ଥିବା ଜଣାପଡ଼ିବା ପରେ ସେ ଏହି ଟିକ୍‌ଟକ ଷ୍ଟାରର ମା’ ହେବାକୁ ଅଧିକ ଉତ୍ସାହିତ। ସେ କହିଛନ୍ତି, ‘ଆମେ ମାତାପିତା’ ହେବାକୁ ଚାହୁଁଥିଲୁ। ଆମେ ସେତିକି ଭାଗ୍ୟବାନ ଯେ ତିନି ପିଲା ଆମ ଜୀବନରେ ଏକାଠି ଆସୁଛନ୍ତ’। ମୁଁ ଟିକେ ନର୍ଭସ ଅଛି, କିନ୍ତୁ ବହୁତ ଉତ୍ସାହିତ ମଧ୍ୟ। ମୁଁ ବର୍ତ୍ତମାନ ଅନେକ ଭାବନା ଦେଇ ଗତି କରୁଛି।

Share