ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ପ୍ରାଣ ହରାଇଲେ ମହିଳା

ଚିଲିକା,୩ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ଅନ୍ତର୍ଗତ ସାମନ୍ତରାପୁର ସହିଦନଗରର ଜଣେ ମହିଳାଙ୍କର ପାଣିରେ ବୁଡ଼ି ଜୀବନ ଯାଇଛି। ମୃତକ ଜଣକ ହେଲେ ବାପୁ ପଣ୍ଡାଙ୍କ ସ୍ତ୍ରୀ ଟିକିନି। ଟିକିନି ସୋମବାର ଭୋର୍‌ ୪ଟାରୁ ପୋଖରୀରେ ଗାଧୋଉ ଥିବା ସମୟରେ ତାଙ୍କର ଗୋଡ଼ ଖସିଯିବାରୁ ଗଭୀର ପାଣିରେ ପାଣି ବୁଡ଼ିଯାଇଥିଲେ। ସେଠାରେ ଅନ୍ୟ ଜଣେ ମହିଳା ତାଙ୍କୁ ପାଣିରେ ବୁଡି ଯାଉଥିବାର ଦେଖି ଗ୍ରାମର କିଛି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଡାକିଥିଲେ କିନ୍ତୁ ଗ୍ରାମର ଲୋକମାନେ ଆସିବାରେ ବିଳମ୍ବ ହେବାରୁ ଟିକିନି ଗଭୀର ପାଣି ଭିତରେ ବୁଡ଼ିଯାଇଥିଲେ। ତେଣୁ ବାଲୁଗାଁ ଦମକଳ ବାହିନୀକୁ ତୁରନ୍ତ ଖବର ଦେଇଥିଲେ। ସେମାନେ ଆସି ପୋଖରୀରେ ବହୁ ଖୋଜାଖୋଜି କରିବା ପରେ ଟିକିନିଙ୍କୁ୍‌୍‌ ପାଣିରୁ ଉଦ୍ଧାର କରିଥିଲେ। ପରେ ବାଲୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବାଲୁଗାଁ ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି।