ଭୋଟ ଦେବାକୁ ଆସି ଚାଲିଗଲା ମହିଳାଙ୍କ ଜୀବନ

ଚିତ୍ରକୋଣ୍ଡା,୨୪।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗା ପଞ୍ଚାୟତ ବାଣାଝୋଲି ଗ୍ରାମର ଜଣେ ମହିଳା ଭୋଟ ଦେବାକୁ ଆସି ତାଙ୍କର ଜୀବନ ଯାଇଛିି। ସେ ହେଉଛନ୍ତି କମଳା ଖରା (୨୭ )।
ସୂଚନାନୁସାରେ, ଆଜି ସକାଳେ ହାଟଗୁଡାକୁ ଭୋଟ ଦେବାକୁ ବାଇକ୍‌ରେ ନିଜ ସମ୍ପର୍କୀୟଙ୍କ ସାଙ୍ଗରେ ଯାଉଥିବା ସମୟରେ ପଛପଟୁ ଏକ ଟ୍ରାକ୍ଟର ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ମହିଳା ଜଣଙ୍କ ବାଇକ୍‌ରୁ ଖସି ପଡିଥିଲେ। ସେହି ସମୟରେ ଟ୍ରାକ୍ଟରର ପଛ ଚକା ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ଏହା ପରେ ତାଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଚିତ୍ରକୋଣ୍ଡା ଥାନାର ଏଏସ୍‌ଆଇ ରାଜେନ୍ଦ୍ର ପାଙ୍ଗି ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଜାରି ରଖିଛନ୍ତି l