Posted inଫୁରସତ

ଫୋପଡା ଯାଇଥିବା ଅଳିଆ ଏକାଠି କରି କୋଟିପତି ହେଲେ ମହିଳା

ବ୍ରିଟେନ: ଘରେ ଅଳିଆ ଆବର୍ଜନା ରଖିବାକୁ କେହି ଚାହାଁନ୍ତି ନାହିଁ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ଅଳିଆ ସଂଗ୍ରହ କରିବାକୁ ଭଲ ପାଆନ୍ତି। କେବଳ ଅଳିଆ ସଂଗ୍ରହ କରି ଏହି ମହିଳା କୋଟିପତି ହୋଇପାରିଛନ୍ତ। ହଁ, ଯଦି ଆପଣ ଭାବୁଛନ୍ତି ଯେ ସେ ଏକ ଗରିବ ପରିବାରର ମହିଳା ତେବେ ସଂପୂର୍ଣ୍ଣ ଭୁଲ। ସେ ଏକ ମାର୍କେଟିଂ ଏଜେନ୍ସିର ମାଲିକ। ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି। କିନ୍ତୁ ଏହି ମହିଳା ଏପରି ଏକ ହବି ବା ଅଭ୍ୟାସ ବିକଶିତ କରିଛନ୍ତି ଯେ ସେ ଅଳିଆରୁ ବହୁତ ରୋଜଗାର କରୁଛନ୍ତି ।
ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ବ୍ରିଟେନର ବାସିନ୍ଦା ଜେନିଫର ଲେରାସ ପିଲାଦିନରୁ ଅଳିଆରୁ ଭଲ ଜିନିଷ ପାଇବାକୁ ଭଲ ପାଉଥିଲେ। ଯେତେବେଳେ ସେ ୨୦ ବର୍ଷ ପୂର୍ବେ କଲେଜ ଯାଇଥିଲେ, ସେତେବେଳେ ସେ ଏହାକୁ ନିଜ ଜୀବନଶୈଳୀର ଏକ ଅଂଶ ବୋଲି ଧରି ନେଇଥିଲେ। ସେ ପ୍ରତିଦିନ ଅଳିଆ ଆବର୍ଜନାକୁ ଯାଇ ସେଠାରେ ଫୋପାଡି ଦିଆଯାଇଥିବା ଜିନିଷଗୁଡ଼ିକ ମଧ୍ୟରେ ଉପଯୋଗୀ ଜିନିଷ ପାଇ ସେସବୁକୁ ଘରକୁ ଆଣିଥାଆନ୍ତି। ତାଙ୍କ ଘରେ ଏପରି ଅନେକ ଜିନିଷ ସଂଗ୍ରହ କରାଯାଇଛି, ଯାହାକୁ କେହି ଫିଙ୍ଗି ଦେଇଛନ୍ତି। ନିକଟରେ ତାଙ୍କୁ ଏକ ଡିସନ ଏୟାର ରାପ ହେୟାର ଡ୍ରାୟର୍‌ ମିଳିଥିଲା, ଯାହାର ମୂଲ୍ୟ ପ୍ରାୟ ୪୦ ହଜାର ଟଙ୍କା। ରୁମ୍ବା ଭାକ୍ୟୁମ କ୍ଲିନର୍‌ ମିଳିଲା, ଯାହାର ମୂଲ୍ୟ ୫୦ ହଜାର ଟଙ୍କା। ସେଠାରେ ଅନେକ ଜିନିଷ ଅଛି ଯାହା ସଂପୂର୍ଣ୍ଣ ଅବସ୍ଥାରେ ଥିଲା ଏବଂ ଲୋକମାନେ ସେଗୁଡିକୁ ଫିଙ୍ଗି ଦେଇଥିଲେ। ୪୦ ବର୍ଷିୟ ଜେନିଫରଙ୍କ ଘର ଅଳିଆ ଆବର୍ଜନାରେ ମିଳୁଥିବା ଜିନିଷରେ ପରିପୂର୍ଣ୍ଣ। ଏଥିମଧ୍ୟରେ ସମ୍ପୂର୍ଣ୍ଣ ଗୃହ ସୁରକ୍ଷା ବ୍ୟବସ୍ଥା, ପ୍ରତ୍ୟେକ କୋଠରୀ ପାଇଁ ରୋବଟ ଭାକ୍ୟୁମ, ଭଏସ ଆକ୍ଟିଭେଟ ଡଷ୍ଟବିନ, ହାଇ-ଏଣ୍ଡ କୁକୱେୟାର ଅନ୍ତର୍ଭୁକ୍ତ। ସେ ଏସବୁକୁ ଫିଙ୍ଗି ଦେଇଥିବାର ଦେଖିଲେ, ଏହାକୁ ଫେରାଇ ଆଣି ନିଜ ଘରେ ରଖିଲେ। ସବୁ ଠିକ ଅଛି ଏବଂ ଚାଲୁଥିବା ଅବସ୍ଥାରେ। ଜେନିଫର୍‌ କହିଛନ୍ତି, ମୁଁ ସବୁକିଛି ନିଜ ପାଖରେ ରଖେ ନାହିଁ। ମୁଁ ବହୁତ ଭଲ ଜିନିଷ ଦାନ କରେ। ମୁଁ ଏହାକୁ ଅଭାବୀ ଲୋକଙ୍କୁ ଦେଇଥାଏ। ଏହା ମୋତେ ବହୁତ ଖୁସି କରେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୁଁ ନିଜ ପାଇଁ ବିଳାସପୂର୍ଣ୍ଣ ଜିନିଷ କିଣୁ ନାହିଁ। ଲୋକମାନେ କେତେ ଟଙ୍କା ଅଯଥା ଅପଚୟ କରୁଛନ୍ତି ତାହା କହିବାବେଳେ ଜେନିଫର୍‌ କାନ୍ଦନ୍ତି।
ଦୁଇ ସନ୍ତାନର ମା ଜେନିଫର୍‌ କୁହନ୍ତି, ଆବର୍ଜନାରେ ଭଲ ଜିନିଷ ଖୋଜିବାକୁ ମଜା ଲାଗେ। ମୋତେ ଲାଗେ ଯେ ମୁଁ ଯେମିତି ଧନ ଖୋଜୁଛି। ମୁଁ ସପ୍ତାହରେ ତିନି କିମ୍ବା ଚାରି ଦିନ ଯାଏଅଳିଆ ଖୋଜିବାକୁ ଯାଏ। ମୁଁ ସାଜସଜ୍ଜା ସାମଗ୍ରୀ ଏବଂ ବାସନକୁସନ ଖୋଜେ। ଏଥିରୁ ମୁଁ ମୋ ପରିବାରକୁ ଅନେକ ଜିନିଷ ଉପହାର ଦେଇଛି, ଯାହା ମୁଁ ଡଷ୍ଟବିନରେ ପାଇଛି। ଏହା ବହୁ ଅର୍ଥ ସଞ୍ଚୟ କରେ। ତୁମେ ନିଜ ପସନ୍ଦର ଜିନିଷ ମଧ୍ୟ ପାଇବ। ଜେନିଫର କହିଛନ୍ତି, ତୁମେ ବିଶ୍ୱାସ କରିବ ନାହିଁ ଯେ ପ୍ରତିବର୍ଷ ମୁଁ ଏହି ଡଷ୍ଟବିନରୁ ୧୦୦,୦୦୦ ଡଲାର ମୂଲ୍ୟର ଜିନିଷ ପାଇଥାଏ ଯାହା ପ୍ରାୟ ୮୦ ଲକ୍ଷ ଟଙ୍କାହେବ।
ଅନେକ ଥର, ଯେତେବେଳେ ମୁଁ ଭଲ ଜିନିଷ ଦେଖେ, ମୁଁ ଏକ ଟ୍ରକ ନେଇଯାଏ, ଏହାକୁ ଲୋଡ କରେ ଏବଂ ସମସ୍ତ ସାମଗ୍ରୀ ଘରକୁ ଆଣିଥାଏ। ତା’ପରେ ଅନେକ ଦିନ ଧରି ମୁଁ ଏଥିରେ ଭଲ ଏବଂ ଉପଯୋଗୀ ଜିନିଷ ଖୋଜୁଛ। ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ଏହି ଡଷ୍ଟବିନରୁ ପ୍ରାୟ ୧୬ କୋଟି ଟଙ୍କା ମୂଲ୍ୟର ଜିନିଷ ବାହାର କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri