Categories: ଖେଳ

ବାଂଲାଦେଶ ପାଇଁ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ…

ମେଲବୋର୍ନ,୨।୧୧ : ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ଖେଳାଯାଉଛି। ବାଂଲାଦେଶ ଟସ୍‌ ଜିତିବା ପରେ ଅଧିନାୟକ ଶାକିବ ଅଲ ହାସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ଧାର୍ଯ୍ୟ ୨୦ ଓଭରରେ ୬ ଓ୍ବିକେଟ ହରାଇ ଟିମ୍‌ ଇଣ୍ଡିଆ ୧୮୪ ରନ୍‌ କରିଛି। ଫଳରେ ବାଂଲାଦେଶ ପାଇଁ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି।

ବିରାଟ କୋହଲି ଦଳ ପାଇଁ ୬୪ ରନ କରି ଥିଲେ। ସେ ତାଙ୍କର ୪୪ ବଲ ଇନିଂସରେ ଆଠ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୬ ଟି ବଳରୁ ୧୩ ରନ ସହିତ ସହ ଅପରାଜିତ ରହିଥିଲେ।

କୋହଲିଙ୍କ ବ୍ୟତୀତ କେଏଲ ରାହୁଲ ଭାରତ ପାଇଁ ୩୨ ବଲରେ ୫୦ ରନ ସଂଗ୍ରହ କରିଥିଲେ। ୧୬ ଟି ବଲରେ ସୂର୍ଯ୍ୟକୁମାର ଯାଦବ ୩୦ ରନ ସଂଗ୍ରହ କରିଥିଲେ। ଦୀନେଶ କାର୍ତ୍ତିକ ଏବଂ ଅକ୍ଷର ପଟେଲ ପ୍ରତ୍ୟେକ ୭ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୫ ଏବଂ ରୋହିତ ଶର୍ମା ୨ ରନ ସଂଗ୍ରହ କରିଥିଲେ। ବାଂଲାଦେଶ ପାଇଁ ହାସନ ମହମୁଦ ତିନୋଟି ୱିକେଟ ନେଇଥିଲେ। ସେହିପରି ଶାକିବ ଅଲ ହାସନ ଦୁଇଟି ୱିକେଟ ନେଇଥିଲେ।

Share