ବୁଲୁଛି କଲରାପତରିଆ ବାଘ, ଲୋକ ଆତଙ୍କିତ

ସୋନପୁର,୨୪।୯(ମୃତ୍ୟୁଞ୍ଜୟ ଶତପଥୀ) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜ ଚଢ଼େଇପଙ୍କ ମହାନଦୀ ଘାଟ ନିକଟରେ ଏକ କଲରାପତରିଆ ବାଘ ବୁଲୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି। ରବିବାର ସକାଳୁ କଲରାପତରିଆ ବାଘଟି ଅଞ୍ଚଳରେ ବୁଲୁଥିବା ସ୍ଥାନୀୟ ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ବନବିଭାଗର ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ସଜାଗ ରହିଛି l ବାଘର ପାଦଚିହ୍ନ ଦେଖି ବନ ବିଭାଗ ବାଘର ଗତିବିଧିକୁ ନେଇ ନଜର ରଖିଥିବା ଉଲୁଣ୍ଡା ରେଞ୍ଜର ରାଉତ ସୂଚନା ଦେଇଛନ୍ତି।