ଚଳନ୍ତାଗାଡ଼ିରୁ ବାହାରିଗଲା ଚକା, ରାସ୍ତାକଡ଼ ଦୋକାନ ଭିତରେ ପଶିଯିବାରୁ…

ମୋହନା,୨୪ା୫(ମନ୍ମଥ ମିଶ୍ର): ହରିହର ନାମକ ଯାତ୍ରୀବାହୀ ଘରୋଇ ବସ୍‌ ( ଓଡି ୦୭ ଜେଡ୍‌ ୦୫୯୯ ) ବ୍ରହ୍ମପୁରଠାରୁ କାଟିଙ୍ଗା ୩୦ ଜଣ ଯାତ୍ରୀଙ୍କୁ ନେଇ ଯିବା ସମୟରେ ମୋହନା ସଦରମହକୁମା ପ୍ରାଣୀଧନ ଚିକିତ୍ସାଳୟ ସାମନାରେ ହଠାତ୍‌ ବାମପଟର ଆଗ ଚକାଟି ବାହାରି ନିକଟରେ ଥିବା କୃଷି ସାମଗ୍ରୀ ବିକ୍ରୟ କେନ୍ଦ୍ର ଏକ ଦୋକାନ ଭିତରେ ପଡ଼ିଥିଲା। ଚକାଟିର ଗତି ଏତେ କ୍ଷୀପ୍ର ଥିଲା ଯେ, ଦୋକାନ ସାମନାରେ ଥିବା ଦୁଇ ଗୋଟି କୃଷି ଯନ୍ତ୍ରପାତିକୁ ଧକ୍କା ଦେଇ ଦୋକାନ ଗୃହକୁ ଯାଇଥିଲା। ଅପରପକ୍ଷେ ଖରାର ପ୍ରକୋପ ବହୁତ ଥିବା ପାଇଁ ଭାଗ୍ୟ ବଶତଃ ଦୋକାନ ନିକଟରେ କୌଣସି ବ୍ୟକ୍ତି ସେଠାରେ ଉପସ୍ଥିତ ନ ଥିଲେ। ବସ୍‌ଟି ୩୦ ମିଟର ଆଗକୁ ଯାଇ ରାସ୍ତା ଉପରେ ହିଁ ଅଟକି ଯାଇଛି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ କରୁଥିବାବେଳେ ଡ୍ରାଇଭର ଫେରାର ଅଛନ୍ତି।

Dharitri – Odisha’s No.1 Odia Daily

Share
Tags: busshopwheel