ବରଯାତ୍ରୀଙ୍କ ଉପରେ ଆକାଶରୁ ଟଙ୍କା ବର୍ଷା

କରାଚୀ,୧୬।୩ : ବରଯାତ୍ରୀଙ୍କ ଉପରେ ଫୁଲ ବର୍ଷା ହେବା ସାଧାରଣ କଥା। କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଆକାଶରୁ ଟଙ୍କା ବର୍ଷା ହେଉଥିବା ଦେଖିବାକୁ ମିଳିଛି। ଏହି ଘଟଣାଟି ଘଟିଛି ପାକିସ୍ତାନର ପଞ୍ଜାବ ପ୍ରଦେଶର ମଣ୍ଡି ବାହାଉଦ୍ଦିନ ଅଞ୍ଚଳରେ। ଭାଇର ବାହାଘର ସ୍ମରଣୀୟ କରିବା ପାଇଁ ଭାଇ ହେଲିକପ୍ଟର ନିଯୁକ୍ତ କରିଥିଲେ। ଆଉ ବରଯାତ୍ରୀଙ୍କ ଉପରେ ହେଲିକପ୍ଟରରୁ ବର୍ଷା କରିଥିଲେ ଟଙ୍କା। ଆଉ ଉପସ୍ଥିତ ଲୋକଙ୍କ ମଧ୍ୟରେ ଟଙ୍କା ଗୋଟାଇବା ପାଇଁ ଲାଗି ଯାଉଛି ଦୌଡ଼।

ତେବେ ପାକିସ୍ଥାନରେ ଏଭଳି ଘଟଣା ପ୍ରଥମ ନୁହେଁ। କିଛି ଦିନ ତଳେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଗୁଜରାନଓ୍ବାଲା ବ୍ୟବସାୟୀ ସାନାଉଲା ପୁଅ ବାହାଘରରେ ଡଲାର ଓ ପାକିସ୍ତାନ ଟଙ୍କାର ବର୍ଷା କରିଥିଲେ।

Share