ଘରେ ଚାଲିଥିଲା ବିବାହ ଉତ୍ସବ, ଛାତ ଉପରେ ପଡ଼ିଲା ଆମେରିକା ଡ୍ରୋନ୍‌: ଆଉ ତା’ପରେ…

ଓ୍ବାଶିଂଟନ୍‌,୨।୯: ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏଥର ବିବାହ ଉତ୍ସବ ଚାଲିଥିବା ଏକ ଘର ଉପରେ ଆମେରିକା ଡ୍ରୋନ ପଡ଼ିଥିଲା। ଏଥିରେ ଘରର ୫ ସଦସ୍ୟ ପ୍ରାଣ ହରାଇଛନ୍ତି। ଇରାନୀ ରେଡ କ୍ରିସେଣ୍ଟ ଏହାର ଏକ ଭିଡିଓ ଜାରି କରିଛି। ଏଥିରେ ଦକ୍ଷିଣ ସହର କୁହେସ୍ତାକର ଏକ ଘର ଉପରେ ଆମେରିକାର ବିମାନ ଆକ୍ରମଣ ହୋଇଥିଲା। ସେହି ସମୟରେ ଘର ଭିତରେ ଏକ ବିବାହ ଉତ୍ସବ ଚାଲିଥିଲା।

ମଙ୍ଗଳବାର ଆମେରିକୀୟ ସେନା ଇରାନରେ ଅନେକ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିଥିଲା। ତେହେରାନ ଅଞ୍ଚଳର ବିଭିନ୍ନ ସ୍ଥାନରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ନିକ୍ଷେପ କରିଥିଲା। ଏହି ସଂଘର୍ଷରେ ପୁଣି ଥରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।

ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି ଯେ, ଏହି ସଦ୍ୟତମ ଆକ୍ରମଣ ମଧ୍ୟପ୍ରାଚ୍ୟରେ ବାଣିଜ୍ୟିକ ଜାହାଜ ଏବଂ ଆମେରିକୀୟ ସେନା ଉପରେ ଆକ୍ରମଣ କରିବାର ଇରାନୀୟ ପ୍ରୟାସର ଜବାବରେ କରାଯାଇଥିଲା।

 

Dharitri – Odisha’s No.1 Odia Daily

 

Share