Posted inଫୁରସତ

ଭାଇରାଲ ହେଉଛି ଦମ୍ପତିଙ୍କ ଏକ ଭିଡିଓ, ଦେଖିଲେ ହସିହସି ଗଡ଼ିବେ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ବେଶ୍‌ ହସର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଇରାଲ ହେଉଛି। ଏହି ଭିଡିଓଟିକୁ ୧୦ ଘଣ୍ଟାରେ ୧୮ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓଟି ଶେୟାର କରାଯାଇ ଏଥିରେ କ୍ୟାପ୍‌ଶନ ଲେଖାଯାଇଛି, ‘ହଜ୍‌ବ୍ୟାଣ୍ଡ୍‌ ଅଫ୍‌ ଦି ଇୟର’।

 

‘ଏକ୍ସ’ରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଇଛି, ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହ ଚାଲିକି ଆସୁଛନ୍ତି। ମହିଳା ଜଣକ ଏକ ଶିଶୁକୁ ଧରିଥିବା ଦେଖିବାକୁ ମିଳିଛି। ଦୁହେଁ ରାସ୍ତାପାର୍ଶ୍ୱରେ କାର୍‌ ପାର୍କିଂ ନିକଟକୁ ଯାଉଛନ୍ତି। ମହିଳା ଜଣକ ପ୍ରଥମେ କାର୍‌ର ପଛ ସିଟ୍‌ରେ ବସିବା ପାଇଁ ଡୋର୍‌ ଖୋଲୁଛନ୍ତି। ସେ ସଙ୍ଗେ ସଙ୍ଗେ ଏହାକୁ ବନ୍ଦ କରି କାର୍‌ର ଅନ୍ୟ ପାର୍ଶ୍ୱକୁ ଯାଉଛନ୍ତି। ସେ ଅନ୍ୟ ପାର୍ଶ୍ୱରୁ ଗେଟ୍‌ ଖୋଲିବାକୁ ଚେଷ୍ଟା କରିବା ବେଳେ ସେ ମହିଳାଙ୍କ ସ୍ବାମୀ ସେଠାରୁ ଚାଲିଯାଉଛନ୍ତି। ମହିଳା ଜଣକ କିଛି ବୁଝିବା ପୂର୍ବରୁ ତାଙ୍କ ସ୍ବାମୀ କାର୍‌ ନେଇ ଚାଲିଗଲେ।

ବାସ୍ତବରେ ମହିଳା ଜଣକ ପ୍ରଥମେ କାର୍‌ର ଅନ୍ୟ ଡୋର୍‌ ଖୋଲିଥିଲେ। ସେ ଭୁଲ୍‌ ପାର୍ଶ୍ୱରେ ଥିବା ଅନୁଭବ କରିବା ମାତ୍ରେ ମହିଳା କାର୍‌ର ଅନ୍ୟ ପାର୍ଶ୍ୱକୁ ଚାଲିଗଲେ। ସେ କବାଟ ଖୋଲିବା ପୂର୍ବରୁ ତାଙ୍କ ସ୍ବାମୀ କାର ନେଇ ସେଠାରୁ ଚାଲିଯାଇଥିଲେ। ଭିଡିଓକୁ ଦେଖିଲେ ଦେଖାଯାଏ ଯେ, ଡ୍ରାଇଭିଂ ସିଟ୍‌ରେ ବସିଥିବା ବ୍ୟକ୍ତି ଭାବିଥିଲେ ମହିଳା ତାଙ୍କ କାର୍‌ରେ ବସିଛନ୍ତି। ମାତ୍ର ମହିଳା ଜଣକ କାର୍‌ରେ ବସି ନ ଥିଲେ। ଏହାପୂର୍ବରୁ ବ୍ୟକ୍ତି ଜଣକ କାର୍‌ ନେଇଯାଇଥିଲେ।

ଲୋକମାନେ ଏହି ଭିଡିଓ ଉପରେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି। ଜୁନିଅର ନ୍ୟୁନେଜ ନାମକ ଏକ ଆକାଉଣ୍ଟରେ ଏହା ଶେୟାର କରାଯାଇଛି। କାର୍‌ର ଡୋର୍‌ ବନ୍ଦ ହେବା ଜାଣି ସେ ଚାଲିବା ଆରମ୍ଭ କରିଥିଲେ। ଜଣେ ୟୁଜର ଲେଖିଛନ୍ତି, ତାଙ୍କ ସ୍ବାମୀଙ୍କୁ ଫେରାଇ ଆଣନ୍ତୁ। ଆଉ ଜଣେ ୟୁଜର କହିଛନ୍ତି, ଏ ବର୍ଷର ଶ୍ରେଷ୍ଠ ସ୍ବାମୀ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri