Posted inଫୁରସତ

ଭାଇରାଲ ହେଉଛି ଦମ୍ପତିଙ୍କ ଏକ ଭିଡିଓ, ଦେଖିଲେ ହସିହସି ଗଡ଼ିବେ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ ବେଶ୍‌ ହସର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଇରାଲ ହେଉଛି। ଏହି ଭିଡିଓଟିକୁ ୧୦ ଘଣ୍ଟାରେ ୧୮ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓଟି ଶେୟାର କରାଯାଇ ଏଥିରେ କ୍ୟାପ୍‌ଶନ ଲେଖାଯାଇଛି, ‘ହଜ୍‌ବ୍ୟାଣ୍ଡ୍‌ ଅଫ୍‌ ଦି ଇୟର’।

 

‘ଏକ୍ସ’ରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଇଛି, ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସହ ଚାଲିକି ଆସୁଛନ୍ତି। ମହିଳା ଜଣକ ଏକ ଶିଶୁକୁ ଧରିଥିବା ଦେଖିବାକୁ ମିଳିଛି। ଦୁହେଁ ରାସ୍ତାପାର୍ଶ୍ୱରେ କାର୍‌ ପାର୍କିଂ ନିକଟକୁ ଯାଉଛନ୍ତି। ମହିଳା ଜଣକ ପ୍ରଥମେ କାର୍‌ର ପଛ ସିଟ୍‌ରେ ବସିବା ପାଇଁ ଡୋର୍‌ ଖୋଲୁଛନ୍ତି। ସେ ସଙ୍ଗେ ସଙ୍ଗେ ଏହାକୁ ବନ୍ଦ କରି କାର୍‌ର ଅନ୍ୟ ପାର୍ଶ୍ୱକୁ ଯାଉଛନ୍ତି। ସେ ଅନ୍ୟ ପାର୍ଶ୍ୱରୁ ଗେଟ୍‌ ଖୋଲିବାକୁ ଚେଷ୍ଟା କରିବା ବେଳେ ସେ ମହିଳାଙ୍କ ସ୍ବାମୀ ସେଠାରୁ ଚାଲିଯାଉଛନ୍ତି। ମହିଳା ଜଣକ କିଛି ବୁଝିବା ପୂର୍ବରୁ ତାଙ୍କ ସ୍ବାମୀ କାର୍‌ ନେଇ ଚାଲିଗଲେ।

ବାସ୍ତବରେ ମହିଳା ଜଣକ ପ୍ରଥମେ କାର୍‌ର ଅନ୍ୟ ଡୋର୍‌ ଖୋଲିଥିଲେ। ସେ ଭୁଲ୍‌ ପାର୍ଶ୍ୱରେ ଥିବା ଅନୁଭବ କରିବା ମାତ୍ରେ ମହିଳା କାର୍‌ର ଅନ୍ୟ ପାର୍ଶ୍ୱକୁ ଚାଲିଗଲେ। ସେ କବାଟ ଖୋଲିବା ପୂର୍ବରୁ ତାଙ୍କ ସ୍ବାମୀ କାର ନେଇ ସେଠାରୁ ଚାଲିଯାଇଥିଲେ। ଭିଡିଓକୁ ଦେଖିଲେ ଦେଖାଯାଏ ଯେ, ଡ୍ରାଇଭିଂ ସିଟ୍‌ରେ ବସିଥିବା ବ୍ୟକ୍ତି ଭାବିଥିଲେ ମହିଳା ତାଙ୍କ କାର୍‌ରେ ବସିଛନ୍ତି। ମାତ୍ର ମହିଳା ଜଣକ କାର୍‌ରେ ବସି ନ ଥିଲେ। ଏହାପୂର୍ବରୁ ବ୍ୟକ୍ତି ଜଣକ କାର୍‌ ନେଇଯାଇଥିଲେ।

ଲୋକମାନେ ଏହି ଭିଡିଓ ଉପରେ ବିଭିନ୍ନ ମନ୍ତବ୍ୟ ଦେଇଛନ୍ତି। ଜୁନିଅର ନ୍ୟୁନେଜ ନାମକ ଏକ ଆକାଉଣ୍ଟରେ ଏହା ଶେୟାର କରାଯାଇଛି। କାର୍‌ର ଡୋର୍‌ ବନ୍ଦ ହେବା ଜାଣି ସେ ଚାଲିବା ଆରମ୍ଭ କରିଥିଲେ। ଜଣେ ୟୁଜର ଲେଖିଛନ୍ତି, ତାଙ୍କ ସ୍ବାମୀଙ୍କୁ ଫେରାଇ ଆଣନ୍ତୁ। ଆଉ ଜଣେ ୟୁଜର କହିଛନ୍ତି, ଏ ବର୍ଷର ଶ୍ରେଷ୍ଠ ସ୍ବାମୀ।


Enter your email to get our daily news in your inbox.

All Right Reserved By Dharitri.Com

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri