Posted inଫୁରସତ

ନିଆରା ଛତା

ବର୍ଷା ହେଉ କି ଖରା ଛତାର ଆବଶ୍ୟକତା ପ୍ରାୟ ସବୁବେଳେ ରହିଥାଏ। ଖାସ୍‌ ସେଥିପାଇଁ ଏହାର ଅନେକ ଡିଜାଇନ ଆଉ ଭେରାଇଟି ଦେଖିବାକୁ ମିଳେ। କିନ୍ତୁ ଏଠାରେ ଯେଉଁ ଛତାଗୁଡ଼ିକ ସମ୍ପର୍କରେ କୁହାଯାଉଛି ତାହା ବର୍ଷା ଓ ଖରା ଦାଉରୁ ସୁରକ୍ଷା ଦେବ ସତ, କିନ୍ତୁ ନିଜର ଅଜବ ଡିଜାଇନ ପାଇଁ କାହାର ବି ଦୃଷ୍ଟି ଆକର୍ଷଣ କରିପାରିବ ..

 

ଗଗଲ୍ସ ଅମ୍ବ୍ରେଲା: ଗଗଲ୍ସ ବା ଚଷମା। ଚଷମା ଡିଜାଇନ ଥିବା ଏହି ଛତାକୁ ଧରିଲେ ଅନେକ ସୁବିଧା ମିଳିଥାଏ। ଖରା ହେଉ କି ବର୍ଷାଦିନେ ଏହି ଛତା ଧରି ଯିବାବେଳେ ଏଥିରେ ଥିବା ଉକ୍ତ ଚଷମା ଡିଜାଇନକୁ ଆଖି ସାମ୍ନାରେ ରଖିଲେ ବାହାରର ଦୃଶ୍ୟକୁ ଆରାମରେ ଦେଖିହୁଏ। କାରଣ ଏହି ଚଷମାର ଡିଜାଇନ୍‌ ଟ୍ରାନ୍ସପରେଣ୍ଟ ହୋଇଥାଏ। ଫଳରେ ଆଉ ଛତାକୁ ଆଖି ଉପରକୁ ଟେକିବାକୁ ପଡ଼େ ନାହିଁ।
ଡୁଆଲ ଅମ୍ବ୍ରେଲା: ଏହି ଛତାକୁ ଦେଖିଲେ ଲାଗିବ ସତେ ଯେମିତି ଦୁଇଟି ଛତା ଏକାଠି ଛନ୍ଦିହୋଇ ରହିଛି। କିନ୍ତୁ ପ୍ରକୃତରେ ତାହା ନୁହେଁ। ଏହାର ଡିଜାଇନ ହିଁ ସେମିତି ହୋଇଥାଏ। ଏହି ଡୁଆଲ ଅମ୍ବ୍ରେଲା ଯୋଗୁ ଲୋକଙ୍କୁ ବହୁତ ସାହାଯ୍ୟ ମିଳେ। ଏକକାଳୀନ ୨/୩ଜଣ ଲୋକ ବେଶ୍‌ ଆରାମରେ ଏହି ଛତାରେ ଯାଇପାରିବେ। ବିଶେଷକରି ଦମ୍ପତିଙ୍କ ପାଇଁ ଏହି ଛତା ନିଆରା ଆନନ୍ଦ ଦେଇଥାଏ।
ଫୁଲ୍‌ ବଡି ଅମ୍ବ୍ରେଲା: ବର୍ଷାଦିନେ ଏହି ଛତା ମୁଣ୍ଡ ସହ ସମ୍ପୂର୍ଣ୍ଣ ଶରୀରକୁ ଓଦା ହେବାରୁ ରକ୍ଷା କରିଥାଏ। କାରଣ ଏହି ଛତାର ଚାରିପଟେ ଏକ ଲମ୍ବା ଟ୍ରାନ୍ସପରେଣ୍ଟ ଜରି ଲାଗିଥାଏ; ଯାହା ବ୍ୟକ୍ତିଙ୍କର ପାଦ ପର୍ଯ୍ୟନ୍ତ ପଡ଼ିଥାଏ। ଫଳରେ ଏହା ମଧ୍ୟରେ ଆରାମରେ ଜଣେ ବ୍ୟକ୍ତି ନିଜକୁ ପୂରା ସୁରକ୍ଷିତ ରଖିପାରିବେ। ଏପରିକି ବର୍ଷା ହେଉଥିବା ସମୟରେ ଏହି ଛତା ଧରି ରାସ୍ତାରେ ଚାଲିଚାଲି ଗଲାବେଳେ ବି ପୋଷାକ ଓଦାହେବାର ଭୟ ନ ଥାଏ।
ହ୍ୟାଣ୍ଡ ଫ୍ରି ଅମ୍ବ୍ରେଲା: ଏହି ଛତାର ଡିଜାଇନ ଏମିତି ହୋଇଥାଏ ଯେ, ଏହାକୁ ହାତରେ ଧରିବାର ଆବଶ୍ୟକତା ପଡ଼ି ନ ଥାଏ। ବରଂ କାନ୍ଧରେ ଏହାକୁ ଗଳାଇ ଦୁଇ ହାତରେ ଜିନିଷପତ୍ର ଧରି ବର୍ଷା ହେଉ କି ଖରାରେ ଆରାମରେ ଯାଇହୁଏ।
ହ୍ୟାଟ୍‌ ଅମ୍ବ୍ରେଲା: ଏହା ବି ଏକ ପ୍ରକାର ହ୍ୟାଣ୍ଡ ଫ୍ରି ଛତା। ଏହି ଛତାରେ ଏକ ସ୍ବତନ୍ତ୍ର ଧରଣର ଫିତା ଲାଗିଥାଏ, ଯାହାକୁ ମୁଣ୍ଡରେ ଗଳାଇ ଦେଲେ ଛତା ମୁଣ୍ଡ ଉପରେ ସିଧା ହୋଇ ରହିଯାଏ। ଫଳରେ ମୁଣ୍ଡ ଉପରେ ବର୍ଷାପାଣି କି ସୂର୍ଯ୍ୟକିରଣ ପଡ଼ିପାରେ ନାହିଁ। କିନ୍ତୁ ଏହି ଛତାର ଆକାର ସେତେ ବଡ଼ ହୋଇ ନ ଥିବାରୁ ଏହା କେବଳ ମୁଣ୍ଡକୁ ସୁରକ୍ଷା ଦେଇପାରେ ହେଲେ ଶରୀରର ଅନ୍ୟ ଅଙ୍ଗକୁ ନୁହେଁ।
ଫୋଲ୍ଡେବଲ୍‌ ରେନ୍‌କୋଟ୍‌ ଅମ୍ବ୍ରେଲା: ଏହାର ଡିଜାଇନକୁ ଦେଖିଲେ ଛତା ଭଳି ଲାଗେ ନାହିଁ ବରଂ ଏକ ବଡ଼ ସାଇଜ୍‌ର ଓ୍ବାଟରପ୍ରୁଫ୍‌ ହ୍ୟାଟ୍‌ ପରି ଦେଖାଯାଏ। କିନ୍ତୁ ପ୍ରକୃତ ପକ୍ଷେ ଏହା ବି ହେଉଛି ଏକ ହ୍ୟାଣ୍ଡ ଫ୍ରି ଛତା। ବର୍ଷାଦାଉରୁ ଏହା ମୁଣ୍ଡକୁ ବେଶ୍‌ ସୁରକ୍ଷା ଦେଇଥାଏ। ରେନ୍‌କୋଟ୍‌ କପଡ଼ାରେ ତିଆରି ହୋଇଥିବା ଏହି ଛତାକୁ ଆରାମରେ ଫୋଲ୍ଡ ବି କରିହୁଏ। ବର୍ଷାଦିନେ କୁଆଡ଼େ ବୁଲିବାକୁ ଗଲାବେଳେ ମଧ୍ୟ ଏହାକୁ ବ୍ୟାଗ୍‌ରେ ଫୋଲ୍ଡକରି ସୁବିଧାରେ ସାଙ୍ଗରେ ନେଇହୁଏ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri