‘ହର୍ଷେ ଇ’ ହରଷର ହାତ ଧରି; ମନ କିଣିଲା ସ୍ମୃତି ଏକ ରୂପା ଜହ୍ନ

ଭୁବନେଶ୍ୱର, ୨୫।୭ : ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଦେବବ୍ରତ ଦାସ ଏବଂ ଅବିନାଶ ସାହୁଙ୍କ ମିଳିତ ଉଦ୍ୟମରେ ଅବିକା ଦ୍ୱାରା ଆୟୋଜିତ “ହର୍ଷେ ଇ” ଉତ୍ସବ ୨୩ ଜୁଲାଇ, ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ କବି ମମତା ଦାଶ ଦୀପ ପ୍ରଜ୍ଜଳନପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ ।ଗାଳ୍ପିକ ଦେବବ୍ରତ ଦାସ ନିଜ ସ୍ବାଗତ ଭାଷଣରେ “ହର୍ଷେ ଇ”ର ଆଭିମୁଖ୍ୟ ବିଷୟରେ ଅବଗତ କରି ଅତିଥି ଏବଂ ଶ୍ରୋତା ମାନଙ୍କୁ ସ୍ବାଗତ କରିଥିଲେ ।

“ହର୍ଷେ ଇ” ଉତ୍ସବରେ ଛଅ ଯୁବ କବି ଶ୍ରୀସିକ୍ତା ଶୁଭଦର୍ଶନୀ, ମନୀଷା ବିଶ୍ୱାଳ, ଐଶୂର୍ଯ୍ୟା ରାଉତ, ମହାଦେବ ପ୍ରଧାନ, ନାରାୟଣ ସାହୁ ଏବଂ ବୀରେନ୍ଦ୍ର ନାୟକଙ୍କ ପ୍ରଥମ ବହିକୁ ନେଇ ଆଲୋଚନା କରିଥିଲେ ସେନାପତି ପ୍ରଦ୍ୟୁମ୍ନ କେଶରୀ, ରକ୍ଷକ ନାୟକ, ସୂର୍ଯ୍ୟ ମିଶ୍ର, ଅପର୍ଣ୍ଣା ମହାନ୍ତି, ମମତା ଦାଶ ଏବଂ ଶୁଭଶ୍ରୀ ଲେଙ୍କା । ଛଅ ଯୁବ କବିଙ୍କର କବିତା ଆବୃତ୍ତି କରିବା ସହିତ କବିତା ଆବୃତ୍ତିର କଳାତ୍ମକ ଦିଗ ଉପରେ ମତ ପ୍ରକାଶ କରିଥିଲେ ଶକ୍ତି ମହାନ୍ତି, ଦେବଦତ୍ତ ପତି, ମନୁଆ ଦାସ, ପ୍ରବୀଣା ମହାନ୍ତି, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଏବଂ ପ୍ରତୀକ୍ଷା ଜେନା । ଅମିୟ ରଞ୍ଜନ ମହାପାତ୍ର ପୂଜ୍ୟ ଗୁରୁ ମହାନ୍ତିଙ୍କର ଏକ କବିତା ପାଠ କରିଥିଲେ । ଉତ୍ସବରେ ବରିଷ୍ଠ, ବରେଣ୍ୟ ଏବଂ ଯୁବ ଲେଖକ, ଲେଖିକା ଓ କବିମାନେ ଶ୍ରୋତା ଭାବରେ ଯୋଗଦାନ କରି ଉତ୍ସବକୁ ସଫଳ କରିଥିଲେ। ବେଦାପ୍ରକାଶ ନାୟକ ମଞ୍ଚ ପରିଚାଳନା ଏବଂ ପ୍ରଣୟ ସୁଧା ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ପରିଚାଳନାରେ ସତ୍ୟଜିତ ମିଶ୍ର, ଅର୍ପିତା ନାୟକ, ସଂପ୍ରିତୀ ପ୍ରଧାନ ଏବଂ କଲ୍ୟାଣୀ ମହାପାତ୍ର ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

ବିଧାନସଭାରେ କୋକେଇ ଶୋଭାଯାତ୍ରା:‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ପରିସର

ଭୁବନେଶ୍ୱର,୧୮।୩: ବିଧାନସଭାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖାଯାଇଛି। SCB ଟ୍ରାଜେଡିକୁ ଦେଇ ଗୃହରେ କମ୍ପିଛନ୍ତି ବିରୋଧୀ। ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରିଛନ୍ତି ବିରୋଧୀ…

୨୧ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୩(ବନ୍ଦନା ସେଠୀ):ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ, ୩ ବିଧାୟକଙ୍କ ସିଟ୍‌…

ଭୁବନେଶ୍ୱର,୧୭।୩: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri