ବୁକ ବ୍ୟାଙ୍କ ଦ୍ୱାରା ଗରିବ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକମାନଙ୍କର ଏକ ନିଆରା ପଦକ୍ଷେପ…

ସିରସା,୫।୯ : ପ୍ରାୟତଃ ଆମେ ଏପରି ଘଟଣା ସାମ୍ନାକୁ ଆସିଥାଉ, ଯେଉଁଠି ଦାରିଦ୍ର୍ୟତା କେତେକ ପ୍ରତିଭାବାନ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବାକୁ ଦେଇ ନ ଥାଏ। ତେବେ ହରିୟାଣାରେ ବାବା ସରସାଇନାଥ ବୁକ ବ୍ୟାଙ୍କ ୱେଲଫେୟାର ଟ୍ରଷ୍ଟ ଏଭଳି ପିଲାମାନଙ୍କୁ ସାହାଯ୍ୟ କରୁଛି। ସେମାନଙ୍କର ଶିକ୍ଷାକୁ ସୁଗମ ରଖିବା ପାଇଁ ଅଭାବୀ ପିଲାମାନଙ୍କୁ ବହି ଯୋଗାଇବା ପାଇଁ ଏକ ବୁକ ବ୍ୟାଙ୍କ ସୃଷ୍ଟି କରାଯାଇଛି।

ସିରସାର ଶ୍ରୀ ଗୋଶାଳା ଠାରେ ପ୍ରତିଷ୍ଠିତ ବାବା ସରସାଇନାଥ ବୁକ ବ୍ୟାଙ୍କ କଲ୍ୟାଣ ଟ୍ରଷ୍ଟ ୨୫ ଜୁଲାଇ ୨୦୨୧ରେ ପ୍ରତିଷ୍ଠିତ ହୋଇଥିଲା। କେବଳ ୧୦୦ପୁସ୍ତକରୁ ଆରମ୍ଭ ହୋଇଥିବା ବୁକ ବ୍ୟାଙ୍କରେ ବର୍ତ୍ତମାନ ୯ ରୁ ଦ୍ୱାଦଶ ଏବଂ ସ୍ନାତକୋତ୍ତର ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ପୁସ୍ତକ ଅଛି। ଟ୍ରଷ୍ଟର ସଦସ୍ୟମାନଙ୍କର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରୀଛାତ୍ରମାନେ ଯେଭଳି ପୁସ୍ତକ କାରଣରୁୁ ସେମାନଙ୍କର ପାଠପଢ଼ା ବନ୍ଦ ନ କରିବେ। ଏହି ବୁକ ବ୍ୟାଙ୍କରେ ୧୫ ଜଣ ସଦସ୍ୟ ଅଛନ୍ତି। ଏହି ବୁକ ବ୍ୟାଙ୍କ ଆରମ୍ଭ କରିବାର ନିଷ୍ପତ୍ତି କରୋନା ମହାମାରୀ ସମୟରେ ନିଆଯାଇଥିଲା ।

ସରକାରୀ ବିଦ୍ୟାଳୟ ସହ ଜଡିତ ଶିକ୍ଷକମାନେ ଏକ ବୁକ ବ୍ୟାଙ୍କ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ମାଧ୍ୟମରେ ଅଭାବୀ ପ୍ରତିଭାବାନ ପିଲାମାନଙ୍କ ପାଇଁ ପୁସ୍ତକ ଉପଲବ୍ଧ ହୋଇପାରିବ। କେତେକ ଶିକ୍ଷକ ଏବଂ ସାମାଜିକ କର୍ମୀ ଏକାଠି ଏହି ବୁକ ବ୍ୟାଙ୍କ ଆରମ୍ଭ କରିଥିଲେ। ଅଧିକାଂଶ ଶିକ୍ଷକ ଟ୍ରଷ୍ଟରେ ଅଛନ୍ତି। ଏହା ବ୍ୟତୀତ ଅନ୍ୟ ଲୋକମାନେ ମଧ୍ୟ ଏନେଇ ସହଯୋଗ କରିଥିଲେ। ଶିବପୁରୀ ରାସ୍ତାରେ ଅବସ୍ଥିତ ଶ୍ରୀ ଗୋଶାଳାରେ ବୁକ ବ୍ୟାଙ୍କର କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି।

ବୁକ ବ୍ୟାଙ୍କ ସଭାପତି ଗୁରୁଦୀପ ସାଇନି କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୭୦୦ ପିଲାଙ୍କୁ ମାଗଣା ପୁସ୍ତକ ବଣ୍ଟନ କରାଯାଇଛି। ବିଭିନ୍ନ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କୁ ପୁସ୍ତକ ଯୋଗାଇ ଦିଆଯାଉଛି। ବହି ଦେବା ପୂର୍ବରୁ ଛାତ୍ରୀଛାତ୍ରମାନଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡ଼ିଥାଏ। ଯେଉଁଥିରେ ବହିଗୁଡ଼ିକୁ ଭଲ ସ୍ଥିତିରେ ରଖିବା ଏବଂ ପରୀକ୍ଷା ପରେ ଫେରସ୍ତ କରିବାକୁ କୁହାଯାଇଥାଏ। ଟ୍ରଷ୍ଟ ଦ୍ୱାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପକୁ ସମାଜର ପ୍ରତ୍ୟେକ ବର୍ଗ ପ୍ରଶଂସା କରୁଛନ୍ତି । ଟ୍ରଷ୍ଟର ଉଦ୍ଦେଶ୍ୟ ହେଉଛି କୌଣସି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରୀଛାତ୍ରଙ୍କୁ ପୁସ୍ତକ ଅଭାବରୁ ଅଧ୍ୟୟନ ବନ୍ଦ କରିିବାକୁ ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri