ପୃଥିବୀ ମୁହାଁ ଦୁଇ ଟନ ଓଜନର ଉପଗ୍ରହ…

ଲଣ୍ଡନ,୨୧।୨ : ୟୁରୋପୀୟ ସ୍ପେସ ଏଜେନ୍ସିର ଏକ ପୁରାତନ ଉପଗ୍ରହ କିଛି ଘଣ୍ଟା ମଧ୍ୟରେ ପୃଥିବୀ ଉପରେ ଖସିବାକୁ ଯାଉଛି। ଏହି ଉପଗ୍ରହର ନାମ ହେଉଛି ଇଆରଏସ-୨ । ଏହା ୧୯୯୫ ରେ ଉତକ୍ଷେପଣ କରାଯାଇଥିଲା। ପୃଥିବୀ ପର୍ଯ୍ୟବେକ୍ଷଣ କ୍ଷମତା ଏବଂ ପ୍ରଯୁକ୍ତିବିଦ୍ୟାକୁ ଅଗ୍ରଗତି କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହା ୨୦୧୧ ରେ କାର୍ଯ୍ୟ ବନ୍ଦ କରିଦେଇଥିଲା । ସେବେଠାରୁ ଏହା ଧୀରେ ଧୀରେ ପୃଥିବୀର ନିକଟତର ହେବାକୁ ଲାଗିଲା। ବୁଧବାର ଯେକୌଣସି ସମୟରେ ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ଏବଂ ବାୟୁରେ ଜଳିବା ଆରମ୍ଭ କରିବ। ୟୁରୋପୀୟ ସ୍ପେସ ଏଜେନ୍ସି କହିଛି ଦୁଇ ଟନ ଓଜନ ବିଶିଷ୍ଟ ଏହି ଉପଗ୍ରହର ଅଧିକାଂଶ ଅଂଶ ବାୟୁରେ ଜଳିଯିବ।

ଏହା ସମ୍ଭବ ଯେ କେତେକ କଠିନ ଖଣ୍ଡ ଅତ୍ୟଧିକ ଉତ୍ତାପରେ ନ ଜଳି ରହିବାର ସମ୍ଭାବନା ରହିଛି। କିନ୍ତୁ ଜନବହୁଳ ଅଞ୍ଚଳରେ ଏହି ଖଣ୍ଡଗୁଡ଼ିକ ପଡ଼ିବାର ସମ୍ଭାବନା କମ। ବର୍ତ୍ତମାନ ଏସବୁ ପୃଥିବୀର ଯେକୌଣସି ଅଞ୍ଚଳରେ ପଡ଼ିବାର ସମ୍ଭାବାନର ରହିଛି। ପୃଥିବୀର ଅଧିକାଂଶ ଅଂଶ ସମୁଦ୍ର ଦ୍ୱାରା ଆଚ୍ଛାଦିତ। ଏଭଳି ପରିସ୍ଥିତିରେ, ଯେକୌଣସି ବର୍ଜ୍ୟବସ୍ତୁ ସମୁଦ୍ରରେ ପଡ଼ିବା ସମ୍ଭବ। ୟୁରୋପୀୟ ସ୍ପେସ ଏଜେନ୍ସି (ଇଏସଏ)ର ଆର୍ଥ ଅବଜରଭେଶନ ଗ୍ରାଉଣ୍ଡ ସେଗମେଣ୍ଟ ବିଭାଗର ମିରକୋ ଆଲବାନି କହିଛନ୍ତି ଯେ ମହାକାଶରୁ ବାୟୁମଣ୍ଡଳକୁ ଯେକୌଣସି ଉପାଦାନ ପ୍ରବେଶ କରିବ ତାହା ରେଡିଓଆକ୍ଟିଭ କିମ୍ବା ବିଷାକ୍ତ ହେବ ନାହିଁ।

୧୯୯୦ ଦଶକରେ ଇଏସଏ ଦୁଇଟି ପ୍ରାୟ ସମାନ ପୃଥିବୀ ରିମୋଟ ସେନ୍ସିଂ ଉପଗ୍ରହ ଉତକ୍ଷେପଣ କରିଥିଲା। ସ୍ଥଳ, ମହାସାଗର ଏବଂ ବାୟୁରେ ପରିବର୍ତ୍ତନକୁ ଟ୍ରାକ କରିବା ପାଇଁ ସେଗୁଡ଼ିକ ସର୍ବୋତ୍ତମ ଥିଲା। ବନ୍ୟା ପରିସ୍ଥିତି ଉପରେ ନଜର ରଖିବା, ମହାଦ୍ୱୀପ ଏବଂ ସମୁଦ୍ର ପୃଷ୍ଠର ତାପମାତ୍ରା ମାପ କରିଥିଲେ, ବରଫ କ୍ଷେତ୍ରର ଗତିବିଧି ଚିହ୍ନଟ କରିଥିଲେ ଏବଂ ଭୂକମ୍ପ ସମୟରେ ଭୂତଳ ଗତିବିଧିକୁ ଅନୁଭବ କରିଥିଲେ। ପୃଥିବୀକୁ ସୁରକ୍ଷା ଦେଉଥିବା ଓଜୋନ ସ୍ତରର ମୂଲ୍ୟାଙ୍କନ ପାଇଁ ଇଆରଏସ-୨ ବିଶେଷ ଭାବରେ ଆରମ୍ଭ କରାଯାଇଥିଲା ।

ଇଆରଏସ-୨ ପ୍ରଥମେ ପୃଥିବୀଠାରୁ ୭୮୦ କିଲୋମିଟର ଦୂରରେ ଅବସ୍ଥିତ ଥିଲା। ୨୦୧୧ ରେ, ଏହାର ଇନ୍ଧନ ଭଣ୍ଡାର ବ୍ୟବହାର କରି ବୈଜ୍ଞାନିକମାନେ ଉଚ୍ଚତାକୁ ୫୭୦ କିଲୋମିଟରକୁ ହ୍ରାସ କରିଥିଲେ।

Share