Categories: ଖେଳ

ଜୟ ଶାହା -ଦ୍ରାବିଡଙ୍କ ମଧ୍ୟରେ ଦୁଇ ଘଣ୍ଟିଆ ବୈଠକ, ବିଶ୍ୱକପ ସମେତ ବଡ ଟୁର୍ନାମେଣ୍ଟ ପ୍ରସ୍ତୁତି ନେଇ ଆଲୋଚନା…

କୋଲକାତା,୧୭।୮ : ଭାରତୀୟ ଦଳ ୨୦୧୩ ପରଠାରୁ ଗୋଟିଏ ବି ଆଇସିସି ଟ୍ରଫି ଜିତି ନାହିଁ। ଏହି ସମୟ ମଧ୍ୟରେ ଦୁଇଟି ଏକଦିବଦୀୟ ବିଶ୍ୱକପ, ଚାରିଟି ଟି -୨୦ ବିଶ୍ୱକପ ଏବଂ ଦୁଇଟି ଆଇସିସି ଟେଷ୍ଟ ବିଶ୍ୱ ଚାମ୍ପିୟନଶିପରେ ଟିମ ଇଣ୍ଡିଆ ନିରାଶ ହୋଇଛି। ବର୍ତ୍ତମାନ ଅକ୍ଟୋବର-ନଭେମ୍ବରରେ ଭାରତ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି। ଏଥର ଦଳ ଟ୍ରଫି ଜିତିବ ବୋଲି ଆଶା କରାଯାଉଛି। ଏହି କ୍ରମରେ ବିସିସିଆଇ ସଚିବ ଜୟ ଶାହା ଏବଂ କୋଚ ରାହୁଲ ଦ୍ରାବିଡଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା।

କୁହାଯାଉଛି ଉଭୟଙ୍କ ମଧ୍ୟରେ ଏହି ବାର୍ତ୍ତାଳାପ ଏକ ନିୟମିତ ପ୍ରକ୍ରିୟା, କିନ୍ତୁ ଏସିଆ କପ ଏବଂ ବିଶ୍ୱକପ ସମ୍ବନ୍ଧରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଜୟ ଶାହା ରହୁଥିବା ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଯେତେବେଳେ କି, ଟିମ ଇଣ୍ଡିଆ ଅନ୍ୟ ଏକ ହୋଟେଲରେ ଥିଲା। ଏଭଳି ପରିସ୍ଥିତିରେ ରାହୁଲ ଦ୍ରାବିଡଙ୍କୁ ତାଙ୍କ ନିକଟକୁ ଯିବାକୁ ପଡିଥିଲା। ଜୟ ଶାହା ଏକ ବ୍ୟକ୍ତିଗତ ଭ୍ରମଣ ପାଇଁ ଆମେରିକାରେ ଥିଲେ ଏବଂ ୧୩ ଅଗଷ୍ଟରେ ପଞ୍ଚମ ତଥା ଅନ୍ତିମ ଟି -୨୦ ମ୍ୟାଚ ସମୟରେ ଟେଲିଭିଜନରେ ତାଙ୍କୁ ଦେଖାଯାଇଥିଲା।

Share