ଗୋଟିଏ ଟୁଇଟ୍‌

ଆଜିକାଲି ଅନେକ ବଡ଼ ବଡ଼ କାହାଣୀ ଯେମିତି ଟୁଇଟ୍‌ରୁ ଆରମ୍ଭ ହୋଇଥାଏ ଏହା ଠିକ୍‌ ସେମିତି ହୋଇଥିଲା। ଏକ ମଧ୍ୟମ ଆକାରର ବାଣିଜି୍ୟକ ସଂସ୍ଥା ଦ୍ୱାରା କରାଯାଇଥିବା ସୋସିଆଲ ମିଡିଆ ପୋଷ୍ଟ ସ୍ପଷ୍ଟ ଘୋଷଣା କରିଥିଲା ଯେ ଚେନ୍ନାଇ କଷ୍ଟମ୍ସ ଦ୍ୱାରା ସପ୍ତାହେ ବ୍ୟାପୀ ହଇରାଣ କରାଯିବା ପରେ ଏହି ସଂସ୍ଥା ଭାରତରେ ତାହାର କାର୍ଯ୍ୟ ବନ୍ଦ କରୁଛି। ଏହା କୌଣସି ଆନୁଷ୍ଠାନିକ ପ୍ରେସ ବିଜ୍ଞପ୍ତି ନୁହେଁ କିମ୍ବା କୋର୍ଟରେ ଅଭିଯୋଗ ନୁହେଁ, ବରଂ ଏହା ହେଉଛି ଏକ ପୋଷ୍ଟ ଯାହା ଝଡ଼ ସୃଷ୍ଟି କରିଥିଲା। ତା’ପରେ ଅର୍ଥ ମନ୍ତ୍ରଣାଳୟ ହସ୍ତକ୍ଷେପ କରି ନିଜସ୍ବ ଟୁଇଟ୍‌ ମାଧ୍ୟମରେ କହିଛି ଯେ ଏହା ଉପରେ ତଦନ୍ତ କରାଯିବ। କହିବାକୁ ଗଲେ ମାତ୍ର କିଛି ଘଣ୍ଟା ମଧ୍ୟରେ ଏକ ବାଣଜି୍ୟକ ବିବାଦ ଶାସନ, ଉତ୍ତରଦାୟିତ୍ୱ ଏବଂ ଖ୍ୟାତି ସମ୍ପର୍କିତ ଏକ ନାଟକରେ ପରିଣତ ହୋଇଯାଇଥିଲା। ଗୋଟିଏ କମ୍ପାନୀର ଅଧିକାରୀଙ୍କ ସହିତ ବିବାଦ ହୋଇଛି କି ନାହିଁ ତାହା ପ୍ରକୃତରେ ବଡ଼ ସମସ୍ୟା ନୁହେଁ। ସାଧାରଣତଃ ଏଭଳି ଘଟେ ଏବଂ ନିଜ ପରିସରରେ ଶାନ୍ତ ପରିସ୍ଥିତିରେ ସମାଧାନ ହୋଇଯାଏ। କିନ୍ତୁ ଗୋଟିଏ ବ୍ୟବସାୟିକ ସଂସ୍ଥା କରୁଥିବା ଏକ ଅଭିଯୋଗ ସାର୍ବଜନୀନ ହେବା ଏବଂ ସୋସିଆଲ ମିଡିଆରେ ତା’ ଉପରେ ତଦନ୍ତ ଲାଗି ଘୋଷଣା କରାଯିବା ବାସ୍ତବରେ ଚିନ୍ତାର ବିଷୟ । ଏହା ଏକ ସତର୍କ କରିବା ଭଳି କାହାଣୀ ପରି ଅଧିକ ମନେ ହୁଏ ଏବଂ ଏହି କାରଣରୁ ଏହା ଚେନ୍ନାଇ ବନ୍ଦର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ସମାନ୍ୟ କଷ୍ଟମ୍ସ ବିବାଦ ବିଶ୍ୱସ୍ତରୀୟ ଚିନ୍ତାର ବିଷୟ ହେବାର ଆଶଙ୍କା ରହିଛି। ଯଦି ତଦନ୍ତକୁ ତୁରନ୍ତ ନିରପେକ୍ଷ ତଥା ସ୍ବଚ୍ଛ ଭାବରେ କରା ନ ଯାଏ, ତେବେ ଭାରତର ଡିଜିଟାଲ ଯୁଗର ଶାସନକୁ ସନ୍ଦେହଜନକ ଭାବରେ ଦେଖାଯିବ ।
ବାବୁଙ୍କ ଉପରେ ନଜର
ଭାରତରେ ଥିବା ବାବୁମାନେ ଏହା ଜାଣି ଖୁସି କିମ୍ବା ଦୁଃଖିତ ହୋଇପାରନ୍ତି ଯେ ଦେଶରେ ଏବଂ ବାହାରେ ସେମାନଙ୍କ ତଳ ର଼୍ୟାଙ୍କରେ ଥିବା କର୍ମଚାରୀମାନେ ପ୍ରକୃତ କାର୍ଯ୍ୟସ୍ଥଳରେ ବନ୍ଦୀ ହୋଇ ରହିଯାଇଛନ୍ତି। ସଦ୍ୟ ପ୍ରକାଶିତ ଏକ ଫଟୋବୁକ ଅମଲାତାନ୍ତ୍ରିକ କେନ୍ଦ୍ରର ଭିତିରି ଦୃଶ୍ୟର ଏକ ଝଲକ ଦେଇଛି. ଯେଉଁଥିରେ କାର୍ଯ୍ୟାଳୟରେ ଫାଇଲ ଗଦା ହୋଇଥିବା, ଚା-ଦାଗଯୁକ୍ତ ଟେବୁଲ ଏବଂ ଭାଙ୍ଗି ଝୁଲି ପଡ଼ିଥିବା ଚେୟାର ଦେଖିବାକୁ ମିଳିଛି। ଏହା ବ୍ୟତୀତ ସେମାନଙ୍କ ମୁଖରେ ଇସ୍ତଫା ଏବଂ ନୀରବ ବିଦ୍ରୋହକୁ ଦର୍ଶାଇବା ଭଳି ଭାବନା ପ୍ରତୀୟମାନ ହେଉଛି। ଯେଉଁ ଭାଗ୍ୟବାନମାନେ କେବେ ସରକାରୀ କାର୍ଯ୍ୟାଳୟ ଭିତରକୁ ପାଦ ଦେଇ ନାହାନ୍ତି, ସେମାନଙ୍କୁ ଏହି ଫଟୋଗୁଡ଼ିକ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ସେମାନେ କର୍ମଚାରୀ ଓ ଅଧିକାରୀଙ୍କୁ ଏପରି ସ୍ଥାନଗୁଡ଼ିକରେ ରହିବାକୁ ଦିଅନ୍ତି, ଯେଉଁଠାରେ ଧୂଳିପୂର୍ଣ୍ଣ ସିଲିଂ ଫ୍ୟାନ ଅଧିକ ଶବ୍ଦରେ ଅତ୍ୟଧିକ କାଗଜପତ୍ର କାମ କରିବାକୁ ହୋଇଥାଏ। ତଥାପି, ବିଶ୍ୱର ଅନେକ ଲକ୍ଷ ଲୋକଙ୍କ ପାଇଁ ଏହି ସ୍ଥାନଗୁଡ଼ିକ ହେଉଛି ଦୈନନ୍ଦିନ ଜୀବନର ଏକ ଅଂଶ, ନାଗରିକ-ବ୍ୟବସ୍ଥା ପାରସ୍ପରିକ ଆଲୋଚନାର କ୍ଷେତ୍ର। ଅମଲାତାନ୍ତ୍ରିକ ବ୍ୟବସ୍ଥା କେବଳ କାମର କଥା କହେ ନାହିଁ, ବରଂ ଏହା ନିଷ୍କ୍ରିୟତା, ଅସ୍ତିତ୍ୱ ଏବଂ ରୀତିନୀତିକୁ ଦର୍ଶାଏ। କାର୍ଯ୍ୟାଳୟଗୁଡ଼ିକ ନିଜର ସ୍ଥିତି, ଅତୀତର ନିଷ୍ପତ୍ତି, ସ୍ଥଗିତ ସଂସ୍କାର ଏବଂ ଡିଜିଟାଇଜେଶନର ମଳିନ ଆଶାକୁ ଦର୍ଶାଉଛି। ମାନିଲାରୁ ମୁମ୍ବାଇ ପର୍ଯ୍ୟନ୍ତ ବାବୁଙ୍କ ଦୁନିଆ ହେଉଛି ଏକ ସମାନ୍ତରାଳ ବିଶ୍ୱ, ଯାହାର ନିଜସ୍ବ ସିଦ୍ଧାନ୍ତ ଓ ଧାରା ରହିଥିବାବେଳେ ଅବ୍ୟବସ୍ଥା ବି ରହିଛି। ବାବୁମାନେ ପ୍ରକ୍ରିୟାର ରକ୍ଷକ, ଶାସନର ଜଗୁଆଳି। ଅମଲାତାନ୍ତ୍ରିକ ବ୍ୟବସ୍ଥାର ସଂସ୍କାର ନୁହେଁ ,ବରଂ ଏହାକୁ ଭଲ ଭାବେ ଗଢିବାକୁ ହେବ । ହୁଏତ ଶେଷରେ ଆମକୁ ବ୍ୟବସ୍ଥା ଭିତରେ ବାସ୍ତବରେ କ’ଣ ଘଟୁଛି ତାହା ଉପରେ ଅଧିକ ଦୃଷ୍ଟି ଦେବା ଆବଶ୍ୟକ।
ଶାସନରେ ଏଆଇ
କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ବିଷୟରେ ବାବୁମାନଙ୍କୁ ଶିକ୍ଷା ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ଭଲ ପଦକ୍ଷେପ। ଅନେକ ଦଶନ୍ଧି ଧରି ଶାସନର ଦୃଢ଼ ବ୍ୟବସ୍ଥାରେ କାଗଜପତ୍ର, ପଦାନୁକ୍ରମ ଏବଂ ପ୍ରକ୍ରିୟାଗତ ବିଳମ୍ବ ଦେଖାଯାଇଛି। ବର୍ତ୍ତମାନ ଏହାକୁ ଆଲଗୋରିଦମ୍‌, ଡାଟା ସେଟ୍‌ ଏବଂ ମେଶିନ ଲର୍ନିଂ ମଡେଲ ଗ୍ରହଣ କରିବାକୁ କୁହାଯାଉଛି। ନିଶ୍ଚିତ ଭାବରେ, ସରକାରୀ କର୍ମଚାରୀଙ୍କ ପାଇଁ ଏଆଇ ତାଲିମ ଏକ ଆବଶ୍ୟକ ପଦକ୍ଷେପ। ଏବକାର ନୀତି କେବଳ ନିୟମ ଏବଂ ନିୟାମକ ବିଷୟରେ ନୁହେଁ; ବରଂ ଏହା ତଥ୍ୟ ସଂଗ୍ରହ କରିବା, ଫଳାଫଳର ପୂର୍ବାନୁମାନ କରିବା ଏବଂ ଠିକ୍‌ ଭାବେ ନାଗରିକ ସେବା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ। କିନ୍ତୁ କୌଣସି ଆଲଗୋରିଦମ୍‌ ପୁରୁଣା ଫାଇଲ ଏବଂ ନବସୃଜନର ଭୟ ଥିବା ଏକ ବ୍ୟବସ୍ଥାକୁ ସଜାଡ଼ି ପାରିବ ନାହିଁ । ନିଷ୍କ୍ରିୟ ପ୍ରବଣ ଅମଲାତନ୍ତ୍ର ହାତରେ ଏଆଇ ଅନ୍ୟ ଏମ୍‌ଆଇଏସ, ଇଆରପି କିମ୍ବା ଇ-ଗଭର୍ନାନ୍ସ ଭଳି ଟେକ୍‌ନିକାଲ ଶବ୍ଦାବଳୀ ପ୍ରତି ବିପଦ ଆଣିପାରେ। ନୈତିକ ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମ ଲାଗୁ କରାଯିବା ପ୍ରଶଂସନୀୟ। କିନ୍ତୁ ଟେକ୍‌ନିକାଲ ଶବ୍ଦାବଳୀ ଅପେକ୍ଷା ଭାରତର ଅମଲାତନ୍ତ୍ର ପାଇଁ ପକ୍ଷପାତ, ସ୍ବଚ୍ଛତା ଏବଂ ଗୋପନୀୟତା ଦିଗ ଉପରେ ଅଧିକ ଦୃଷ୍ଟି ଦେବା ଜରୁରୀ। ଯଦି ଏହି ମଡ୍ୟୁଲଗୁଡ଼ିକୁ ପ୍ରକୃତ ନିଷ୍ପତ୍ତି ଗ୍ରହଣରେ ଜଡ଼ିତ କରାଯାଏ ତେବେ ପ୍ରକୃତ ପରିବର୍ତ୍ତନ ଆସିପାରିବ। ମନେ କରନ୍ତୁ ଯେ ଏଆଇ ଜଣେ ଜଲା ମାଜିଷ୍ଟ୍ରେଟଙ୍କୁ ବନ୍ୟା ବିପଦର ପୂର୍ବାନୁମାନ କରିବାରେ କିମ୍ବା ଜଣେ କଲେକ୍ଟରଙ୍କୁ କଲ୍ୟାଣକାରୀ ଯୋଜନାରେ ଥିବା ତ୍ରୁଟିକୁ ବନ୍ଦ କରିବାରେ ସାହାଯ୍ୟ କରୁଛି। ସେ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଯଥାର୍ଥ ମନେହୁଏ। ଏଆଇ ଭାରତର ଶାସନକୁ ଅଧିକ ସ୍ମାର୍ଟ କରିପାରିବ। କିନ୍ତୁ ଏହା ଆମର ବ୍ୟବସ୍ଥାରେ ଦୀର୍ଘଦିନରୁ ରହିଥିବା ଦାୟିତ୍ୱବୋଧତାର ଅଭାବକୁ ପରିବର୍ତ୍ତନ କରିପାରିବ ନାହିଁ।
Email: dilipcherian@gmail.com

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri