ଗୋଟିଏ ଟୁଇଟ୍‌

ଆଜିକାଲି ଅନେକ ବଡ଼ ବଡ଼ କାହାଣୀ ଯେମିତି ଟୁଇଟ୍‌ରୁ ଆରମ୍ଭ ହୋଇଥାଏ ଏହା ଠିକ୍‌ ସେମିତି ହୋଇଥିଲା। ଏକ ମଧ୍ୟମ ଆକାରର ବାଣିଜି୍ୟକ ସଂସ୍ଥା ଦ୍ୱାରା କରାଯାଇଥିବା ସୋସିଆଲ ମିଡିଆ ପୋଷ୍ଟ ସ୍ପଷ୍ଟ ଘୋଷଣା କରିଥିଲା ଯେ ଚେନ୍ନାଇ କଷ୍ଟମ୍ସ ଦ୍ୱାରା ସପ୍ତାହେ ବ୍ୟାପୀ ହଇରାଣ କରାଯିବା ପରେ ଏହି ସଂସ୍ଥା ଭାରତରେ ତାହାର କାର୍ଯ୍ୟ ବନ୍ଦ କରୁଛି। ଏହା କୌଣସି ଆନୁଷ୍ଠାନିକ ପ୍ରେସ ବିଜ୍ଞପ୍ତି ନୁହେଁ କିମ୍ବା କୋର୍ଟରେ ଅଭିଯୋଗ ନୁହେଁ, ବରଂ ଏହା ହେଉଛି ଏକ ପୋଷ୍ଟ ଯାହା ଝଡ଼ ସୃଷ୍ଟି କରିଥିଲା। ତା’ପରେ ଅର୍ଥ ମନ୍ତ୍ରଣାଳୟ ହସ୍ତକ୍ଷେପ କରି ନିଜସ୍ବ ଟୁଇଟ୍‌ ମାଧ୍ୟମରେ କହିଛି ଯେ ଏହା ଉପରେ ତଦନ୍ତ କରାଯିବ। କହିବାକୁ ଗଲେ ମାତ୍ର କିଛି ଘଣ୍ଟା ମଧ୍ୟରେ ଏକ ବାଣଜି୍ୟକ ବିବାଦ ଶାସନ, ଉତ୍ତରଦାୟିତ୍ୱ ଏବଂ ଖ୍ୟାତି ସମ୍ପର୍କିତ ଏକ ନାଟକରେ ପରିଣତ ହୋଇଯାଇଥିଲା। ଗୋଟିଏ କମ୍ପାନୀର ଅଧିକାରୀଙ୍କ ସହିତ ବିବାଦ ହୋଇଛି କି ନାହିଁ ତାହା ପ୍ରକୃତରେ ବଡ଼ ସମସ୍ୟା ନୁହେଁ। ସାଧାରଣତଃ ଏଭଳି ଘଟେ ଏବଂ ନିଜ ପରିସରରେ ଶାନ୍ତ ପରିସ୍ଥିତିରେ ସମାଧାନ ହୋଇଯାଏ। କିନ୍ତୁ ଗୋଟିଏ ବ୍ୟବସାୟିକ ସଂସ୍ଥା କରୁଥିବା ଏକ ଅଭିଯୋଗ ସାର୍ବଜନୀନ ହେବା ଏବଂ ସୋସିଆଲ ମିଡିଆରେ ତା’ ଉପରେ ତଦନ୍ତ ଲାଗି ଘୋଷଣା କରାଯିବା ବାସ୍ତବରେ ଚିନ୍ତାର ବିଷୟ । ଏହା ଏକ ସତର୍କ କରିବା ଭଳି କାହାଣୀ ପରି ଅଧିକ ମନେ ହୁଏ ଏବଂ ଏହି କାରଣରୁ ଏହା ଚେନ୍ନାଇ ବନ୍ଦର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ ସମାନ୍ୟ କଷ୍ଟମ୍ସ ବିବାଦ ବିଶ୍ୱସ୍ତରୀୟ ଚିନ୍ତାର ବିଷୟ ହେବାର ଆଶଙ୍କା ରହିଛି। ଯଦି ତଦନ୍ତକୁ ତୁରନ୍ତ ନିରପେକ୍ଷ ତଥା ସ୍ବଚ୍ଛ ଭାବରେ କରା ନ ଯାଏ, ତେବେ ଭାରତର ଡିଜିଟାଲ ଯୁଗର ଶାସନକୁ ସନ୍ଦେହଜନକ ଭାବରେ ଦେଖାଯିବ ।
ବାବୁଙ୍କ ଉପରେ ନଜର
ଭାରତରେ ଥିବା ବାବୁମାନେ ଏହା ଜାଣି ଖୁସି କିମ୍ବା ଦୁଃଖିତ ହୋଇପାରନ୍ତି ଯେ ଦେଶରେ ଏବଂ ବାହାରେ ସେମାନଙ୍କ ତଳ ର଼୍ୟାଙ୍କରେ ଥିବା କର୍ମଚାରୀମାନେ ପ୍ରକୃତ କାର୍ଯ୍ୟସ୍ଥଳରେ ବନ୍ଦୀ ହୋଇ ରହିଯାଇଛନ୍ତି। ସଦ୍ୟ ପ୍ରକାଶିତ ଏକ ଫଟୋବୁକ ଅମଲାତାନ୍ତ୍ରିକ କେନ୍ଦ୍ରର ଭିତିରି ଦୃଶ୍ୟର ଏକ ଝଲକ ଦେଇଛି. ଯେଉଁଥିରେ କାର୍ଯ୍ୟାଳୟରେ ଫାଇଲ ଗଦା ହୋଇଥିବା, ଚା-ଦାଗଯୁକ୍ତ ଟେବୁଲ ଏବଂ ଭାଙ୍ଗି ଝୁଲି ପଡ଼ିଥିବା ଚେୟାର ଦେଖିବାକୁ ମିଳିଛି। ଏହା ବ୍ୟତୀତ ସେମାନଙ୍କ ମୁଖରେ ଇସ୍ତଫା ଏବଂ ନୀରବ ବିଦ୍ରୋହକୁ ଦର୍ଶାଇବା ଭଳି ଭାବନା ପ୍ରତୀୟମାନ ହେଉଛି। ଯେଉଁ ଭାଗ୍ୟବାନମାନେ କେବେ ସରକାରୀ କାର୍ଯ୍ୟାଳୟ ଭିତରକୁ ପାଦ ଦେଇ ନାହାନ୍ତି, ସେମାନଙ୍କୁ ଏହି ଫଟୋଗୁଡ଼ିକ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ସେମାନେ କର୍ମଚାରୀ ଓ ଅଧିକାରୀଙ୍କୁ ଏପରି ସ୍ଥାନଗୁଡ଼ିକରେ ରହିବାକୁ ଦିଅନ୍ତି, ଯେଉଁଠାରେ ଧୂଳିପୂର୍ଣ୍ଣ ସିଲିଂ ଫ୍ୟାନ ଅଧିକ ଶବ୍ଦରେ ଅତ୍ୟଧିକ କାଗଜପତ୍ର କାମ କରିବାକୁ ହୋଇଥାଏ। ତଥାପି, ବିଶ୍ୱର ଅନେକ ଲକ୍ଷ ଲୋକଙ୍କ ପାଇଁ ଏହି ସ୍ଥାନଗୁଡ଼ିକ ହେଉଛି ଦୈନନ୍ଦିନ ଜୀବନର ଏକ ଅଂଶ, ନାଗରିକ-ବ୍ୟବସ୍ଥା ପାରସ୍ପରିକ ଆଲୋଚନାର କ୍ଷେତ୍ର। ଅମଲାତାନ୍ତ୍ରିକ ବ୍ୟବସ୍ଥା କେବଳ କାମର କଥା କହେ ନାହିଁ, ବରଂ ଏହା ନିଷ୍କ୍ରିୟତା, ଅସ୍ତିତ୍ୱ ଏବଂ ରୀତିନୀତିକୁ ଦର୍ଶାଏ। କାର୍ଯ୍ୟାଳୟଗୁଡ଼ିକ ନିଜର ସ୍ଥିତି, ଅତୀତର ନିଷ୍ପତ୍ତି, ସ୍ଥଗିତ ସଂସ୍କାର ଏବଂ ଡିଜିଟାଇଜେଶନର ମଳିନ ଆଶାକୁ ଦର୍ଶାଉଛି। ମାନିଲାରୁ ମୁମ୍ବାଇ ପର୍ଯ୍ୟନ୍ତ ବାବୁଙ୍କ ଦୁନିଆ ହେଉଛି ଏକ ସମାନ୍ତରାଳ ବିଶ୍ୱ, ଯାହାର ନିଜସ୍ବ ସିଦ୍ଧାନ୍ତ ଓ ଧାରା ରହିଥିବାବେଳେ ଅବ୍ୟବସ୍ଥା ବି ରହିଛି। ବାବୁମାନେ ପ୍ରକ୍ରିୟାର ରକ୍ଷକ, ଶାସନର ଜଗୁଆଳି। ଅମଲାତାନ୍ତ୍ରିକ ବ୍ୟବସ୍ଥାର ସଂସ୍କାର ନୁହେଁ ,ବରଂ ଏହାକୁ ଭଲ ଭାବେ ଗଢିବାକୁ ହେବ । ହୁଏତ ଶେଷରେ ଆମକୁ ବ୍ୟବସ୍ଥା ଭିତରେ ବାସ୍ତବରେ କ’ଣ ଘଟୁଛି ତାହା ଉପରେ ଅଧିକ ଦୃଷ୍ଟି ଦେବା ଆବଶ୍ୟକ।
ଶାସନରେ ଏଆଇ
କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ବିଷୟରେ ବାବୁମାନଙ୍କୁ ଶିକ୍ଷା ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ଭଲ ପଦକ୍ଷେପ। ଅନେକ ଦଶନ୍ଧି ଧରି ଶାସନର ଦୃଢ଼ ବ୍ୟବସ୍ଥାରେ କାଗଜପତ୍ର, ପଦାନୁକ୍ରମ ଏବଂ ପ୍ରକ୍ରିୟାଗତ ବିଳମ୍ବ ଦେଖାଯାଇଛି। ବର୍ତ୍ତମାନ ଏହାକୁ ଆଲଗୋରିଦମ୍‌, ଡାଟା ସେଟ୍‌ ଏବଂ ମେଶିନ ଲର୍ନିଂ ମଡେଲ ଗ୍ରହଣ କରିବାକୁ କୁହାଯାଉଛି। ନିଶ୍ଚିତ ଭାବରେ, ସରକାରୀ କର୍ମଚାରୀଙ୍କ ପାଇଁ ଏଆଇ ତାଲିମ ଏକ ଆବଶ୍ୟକ ପଦକ୍ଷେପ। ଏବକାର ନୀତି କେବଳ ନିୟମ ଏବଂ ନିୟାମକ ବିଷୟରେ ନୁହେଁ; ବରଂ ଏହା ତଥ୍ୟ ସଂଗ୍ରହ କରିବା, ଫଳାଫଳର ପୂର୍ବାନୁମାନ କରିବା ଏବଂ ଠିକ୍‌ ଭାବେ ନାଗରିକ ସେବା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ। କିନ୍ତୁ କୌଣସି ଆଲଗୋରିଦମ୍‌ ପୁରୁଣା ଫାଇଲ ଏବଂ ନବସୃଜନର ଭୟ ଥିବା ଏକ ବ୍ୟବସ୍ଥାକୁ ସଜାଡ଼ି ପାରିବ ନାହିଁ । ନିଷ୍କ୍ରିୟ ପ୍ରବଣ ଅମଲାତନ୍ତ୍ର ହାତରେ ଏଆଇ ଅନ୍ୟ ଏମ୍‌ଆଇଏସ, ଇଆରପି କିମ୍ବା ଇ-ଗଭର୍ନାନ୍ସ ଭଳି ଟେକ୍‌ନିକାଲ ଶବ୍ଦାବଳୀ ପ୍ରତି ବିପଦ ଆଣିପାରେ। ନୈତିକ ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମ ଲାଗୁ କରାଯିବା ପ୍ରଶଂସନୀୟ। କିନ୍ତୁ ଟେକ୍‌ନିକାଲ ଶବ୍ଦାବଳୀ ଅପେକ୍ଷା ଭାରତର ଅମଲାତନ୍ତ୍ର ପାଇଁ ପକ୍ଷପାତ, ସ୍ବଚ୍ଛତା ଏବଂ ଗୋପନୀୟତା ଦିଗ ଉପରେ ଅଧିକ ଦୃଷ୍ଟି ଦେବା ଜରୁରୀ। ଯଦି ଏହି ମଡ୍ୟୁଲଗୁଡ଼ିକୁ ପ୍ରକୃତ ନିଷ୍ପତ୍ତି ଗ୍ରହଣରେ ଜଡ଼ିତ କରାଯାଏ ତେବେ ପ୍ରକୃତ ପରିବର୍ତ୍ତନ ଆସିପାରିବ। ମନେ କରନ୍ତୁ ଯେ ଏଆଇ ଜଣେ ଜଲା ମାଜିଷ୍ଟ୍ରେଟଙ୍କୁ ବନ୍ୟା ବିପଦର ପୂର୍ବାନୁମାନ କରିବାରେ କିମ୍ବା ଜଣେ କଲେକ୍ଟରଙ୍କୁ କଲ୍ୟାଣକାରୀ ଯୋଜନାରେ ଥିବା ତ୍ରୁଟିକୁ ବନ୍ଦ କରିବାରେ ସାହାଯ୍ୟ କରୁଛି। ସେ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଯଥାର୍ଥ ମନେହୁଏ। ଏଆଇ ଭାରତର ଶାସନକୁ ଅଧିକ ସ୍ମାର୍ଟ କରିପାରିବ। କିନ୍ତୁ ଏହା ଆମର ବ୍ୟବସ୍ଥାରେ ଦୀର୍ଘଦିନରୁ ରହିଥିବା ଦାୟିତ୍ୱବୋଧତାର ଅଭାବକୁ ପରିବର୍ତ୍ତନ କରିପାରିବ ନାହିଁ।
Email: dilipcherian@gmail.com

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri