Categories: ଜାତୀୟ

ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ୱେରେ ସିରିଜ୍‌ ଦୁର୍ଘଟଣା

ମୁମ୍ବାଇ,୨୭।୪: ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ୱେରେ ଗୁରୁବାର ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ୱେରେ ଏକ ଟ୍ରକ୍‌ ଯାଉଥିବା ବେଳେ ବ୍ରେକ୍‌ ଫେଲ୍‌ ହୋଇଥିଲା। ଫଳରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ୧୨ଟି କାର୍‌କୁ ଧକ୍କା ଦେଇଥିଲା।

ଦୁର୍ଘଟଣାଟି ମହାରାଷ୍ଟ୍ରର ଖୋପୋଲି ନିକଟରେ ଘଟିଥିବା ବେଳେ ଏଥିରେ ପ୍ରାୟ ୭ରୁ ୮ଟି କାର୍‌ ପରସ୍ପର ମଧ୍ୟରେ ଧକ୍କା ହୋଇ ଭାଙ୍ଗିରୁଜୁ ଚୂର୍‌ମାର ହୋଇଯାଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇ ନ ଥିବ ଜଣାପଡିଛି। ଏହାପୂର୍ବରୁ ମାସେ ତଳେ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ୱେରେ ଏକ ଟ୍ରକ୍‌ ଧକ୍କାରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା।

Share