ଦୁର୍ଘଟଣାରେ ଦୁଇଖଣ୍ଡ ହେଲା ରଡ୍‌ ବୋଝେଇ ଟ୍ରକ, ଚାଳକଙ୍କ ଜୀବନ ଗଲା

କେନ୍ଦୁଝର,୨୬ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ୨୦ ନମ୍ବର ଜାତୀୟ ରାଜପଥ ନେକଡ଼ା ଘର ପୋଲ ନିକଟରେ ନିକଟରେ ଶନିବାର ଏକ ଲୁହା ରଡ୍‌ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ରକଟି ଦୁଇଖଣ୍ତ ହୋଇଯାଇଥିବାବେଳେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କଟକ ଜିଲା ଆଠଗଡ଼ ନରସିଂହପୁର ଗ୍ରାମର ଉମେଶ ନାଏକ(୪୦)।
ସୂଚନାନୁଯାୟୀ, ଉମେଶ (ଓଡି-୩୩-ଏମ୍‌-୧୦୫୩) ନମ୍ବର ବିଶିଷ୍ଟ ଟ୍ରକ ଯୋଗେ କେନ୍ଦୁଝରରୁ ଲୁହାରଡ୍‌ ନେଇ ଯାଉଥିଲେ। ଅପରାହ୍ନରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।