Categories: ଜାତୀୟ

ତ୍ରିପୁରାରେ ଭାଜପା ଆଗୁଆ

ଅଗରତାଲା,୨ ।୩: ପୂର୍ବୋତ୍ତରର ୩ଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଏହି ୩ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି । ଭୋଟ ଗଣତିର ଅଧଘଣ୍ଟା ମଧ୍ୟରେ ତ୍ରିପୁରାରେ ଭାରତୀୟ ଜନତା ପାର୍ଟି(ଭାଜପା)ର ବିପୁଳ ବିଜୟ ପରିଲକ୍ଷିତ ହୋଇଛି ।

ତ୍ରିପୁରାରେ ଆରମ୍ଭ ହୋଇଥିବା ଭୋଟ ଗଣତିର ଅଧଘଣ୍ଟା ମଧ୍ୟରେ ଭାଜପା ବହୁମତ ପାର କରିଯାଇଛି । ୬୦ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ମେଣ୍ଟ ୩୧ରୁ ଅଧିକ ଆସନରେ ଆଗରେ ରହିଛି । ଲେପ୍ଟ ଓ କଂଗ୍ରେସ ମେଣ୍ଟ ୩ ଆସନରେ ଆଗୁଆ ଅଛନ୍ତି । ଏହାସହ ଟିପରା ମୋଥା ପାର୍ଟି ୫ଟି ଆସନରେ ଆଗରେ ରହିଛି ।
ମେଘାଳୟରେ ଭାଜପା ଦ୍ୱିତୀୟ ନମ୍ବର ଦଳ ଭାବେ ଦେଖାଯାଇଛି । ଏଠାରେ ଏନପିପି ସବୁଠାରୁ ଅଧିକ ୨୦ଟି ଆସନରେ ଆଗରେ ରହିଛି । ଦ୍ୱିତୀୟ ସ୍ଥାନରେ ଭାଜପା ୧୦ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ୫ଟିରେ ଆଗରେ ରହିଛି ।
ତ୍ରିପୁରା ପରେ ନାଗାଲାଣ୍ଡ ଫଳାଫଳକୁ ଦେଖିଲେ ଭାଜପା ବହୁମତ ହାସଲ କଲାଭଳି ଦେଖାଯାଉଛି । ଏଠାରେ ଭାଜପା ମେଣ୍ଟ ୨୫ଟି ଆସନରେ ଆଗରେ ରହିଛି । ଏହାସହ ଏନପିଏଫ ୫ଟି ଆସନରେ ଆଗରେ ରହିଛି ।

Share