Posted inଫୁରସତ

ଗର୍ଭଧାରଣ କରିଛନ୍ତି ଟ୍ରାନ୍ସ ମ୍ୟାନ୍‌

ଥିରୁଭାନନ୍ତପୁରମ୍‌,୫।୨: କେରଳର ଏକ ଟ୍ରାନ୍ସଜେଣ୍ଡର କପୁଲ ସେମାନଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ ଟ୍ରାନ୍ସ ମ୍ୟାନ୍‌ (ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହୋଇଥିବା ଯୁବତୀ) ଜହାଦ ସନ୍ତାନ ପ୍ରସବ କରିବେ। ୩ ବର୍ଷ ଧରି କେରଳର କୋଝିକୋଡେରେ ଟ୍ରାନ୍ସ ଜେଣ୍ଡର କପୁଲ ଜହାଦ ଏବଂ ଜିୟା ପାଭାଲ ରହୁଛନ୍ତି। ଜହାଦ ୮ ମାସର ଶିଶୁକୁ ଗର୍ଭରେ ଧାରଣ କରିବା କଥାକୁ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଜିୟା ପ୍ରଥମେ ଜଣାଇଥିଲେ। ତେବେ ଜହାନ ଦେଶର ପ୍ରଥମ ଲିଙ୍ଗପରିବର୍ତ୍ତନକାରୀ ଯେ ଗର୍ଭଧାରଣ କରିଥିବା କୁହାଯାଉଛି।

ପେସାରେ ଜଣେ ଡ୍ୟାନ୍ସର। ସେ ଜନ୍ମରୁ ପୁରୁଷ ଥିବାବେଳେ ପରବର୍ତ୍ତୀ ସମୟରେ ସେ ଲିଙ୍ଗ ପରିବର୍ତ୍ତନ କରି ଝିଅ ହୋଇଥିଲେ। ସେହିପରି ଜହାନ ଝିଅରୁ ପୁଅ ହୋଇଛନ୍ତି। ଦୁଇଜଣଯାକ ଜଣେ ଜଣେ ଟ୍ରାନ୍ସଜେଣ୍ଡର ଜାଣିବା ପରେ ଘରଛାଡ଼ି ବାହାରେ ଏକାକୀ ରହୁଥିଲେ। ପ୍ରଥମେ ଜିୟା ଓ ଜହାନ ଦୁହେଁ ଭଲ ବନ୍ଧୁ ହୋଇରହିବା ପରେ ସେମାନେ ପରସ୍ପରର ପ୍ରେମରେ ପଡ଼ିଥିଲେ, ଯାହାପରେ ସେମାନେ ଏକାଠି ରହିବାର ନିଷ୍ପତ୍ତି ନେଲେ। ଜିଆ ସବୁବେଳେ ଜଣେ ମା’ ହେବା ନେଇ ଯେଉଁ ସ୍ବପ୍ନ ଦେଖୁଥିଲେ, ତାକୁ ଜହାଦ ପୂରଣ କରିଥିବା ସେ କହିଛନ୍ତି। ଜହାଦ ଜନ୍ମରୁ ଜଣେ ମହିଳା ହୋଇଥିବାବେଳେ ତାଙ୍କ ଦେହରେ ଗର୍ଭାଶୟ ଥିବା ହେତୁ ସେ ଗର୍ଭଧାରଣ ପାଇଁ ସକ୍ଷମ ବୋଲି ଡାକ୍ତର କହିଛନ୍ତି। ଅନ୍ୟପକ୍ଷେ ଲିଙ୍ଗ ପରିବର୍ତ୍ତନ ସମୟରେ ଅସ୍ତ୍ରୋପଚାର ଦ୍ୱାରା ତାଙ୍କ ସ୍ତନକୁ କାଟିଯାଇଥିବା ଯୋଗୁ ଏହି ଟ୍ରାନ୍ସ ଜେଣ୍ଡର କପୁଲ ସେମାନଙ୍କ ସନ୍ତାନକୁ ମିଲ୍କ ବ୍ୟାଙ୍କରୁ କ୍ଷୀର ଦେବା କଥା ଜିୟା କହିଛନ୍ତି। ସୋସିଆଲ ମିଡିଆରେ ଜିୟା ଶେୟାର କରିଥିବା ପୋଷ୍ଟକୁ ୟୁଜର୍ସଙ୍କ ଭଲ ରେସ୍ପନ୍ସ ମିଳିଛି। ଅନେକେ ଏହି ଟ୍ରାନ୍ସ ଜେଣ୍ଡର କପୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri