କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଖୋର୍ଦ୍ଧା ଅଫିସ,୬।୬: ପୂର୍ବତଟ ରେଳବାଇ କାଳୁପଡ଼ାଘାଟ ରେଳ ଷ୍ଟେଶନର ୪ ନମ୍ବର ଟ୍ରାକରେ ଅଟକି ରହିଥିବା ଏକ କୋଇଲା ବୋଝେଇ ମାଲଗାଡିରେ ଅଗ୍ନିକାଣ୍ଡ ଘଟିଛି।
ଟ୍ରେନ୍‌ର ଗୋଟିଏ ବଗିରେ ନିଆଁ ଲାଗି ଯାଇଥିଲା। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ କୋଇଲା ବଗିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଦୀର୍ଘ ଦିନ ହେବ ଏହି ମାଲଗାଡି ରେଳ ଟ୍ରାକରେ ଅଟକି ରହିଥିବା ବେଳେ ଆକସ୍ମିକ ଗୋଟିଏ ପରେ ଗୋଟିଏ ବଗି ନିଆଁ ଲାଗୁଥିବା ଅଞ୍ଚଳବାସୀ କହିଛନ୍ତି । ଅଗ୍ନିକାଣ୍ଡ ପରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।