Categories: ଫୁରସତ

ଗାଈକୁ ଏମିତି ଶିକାର କଲା ବାଘ, ଭିଡିଓ ଦେଖିଲେ…

ରଣଥମ୍ବାର ଜାତୀୟ ଉଦ୍ୟାନରେ ଏକ ୭ ବର୍ଷର ବାଘ ‘ଜୟ’ ଏକ ଗାଈ ଉପରେ ଆକ୍ରମଣ କରିଥିବାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଆକ୍ରମଣ ସମୟରେ ବାଘ ‘ଜୟ’ ଶିକାରୀ ଭାବରେ ଏକ ଅଦ୍ଭୁତ ଶକ୍ତି ପ୍ରଦର୍ଶନ କରିଛି। ଏହି ଭୟଙ୍କର ଦୃଶ୍ୟକୁ ଦେଖି ପର୍ଯ୍ୟଟକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଜଣେ ପର୍ଯ୍ୟଟକ ଏହି ମୁହୂର୍ତ୍ତର ଭିଡିଓ ତାଙ୍କ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଜୋନ୍‌ ନମ୍ବର ୧୦ରେ ଘଟିଛି। ଜୟ ଏହା ପୂର୍ବରୁ ଅନେକ ଥର ଆକ୍ରମଣ କରିଛି ଅନ୍ୟ ଜୀବଜନ୍ତୁଙ୍କ ଉପରେ।

@kaabaatahi ନାମକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ ବାଘ ଜୟ ଗାଈକୁ କିପରି ଆକ୍ରମଣ କରିଥିଲା ତାହା ଦେଖିବାକୁ ମିଳିଛି। ଗାଈକୁ ଶିକାର କରିବା ପୂର୍ବରୁ ଜୟ ଗଛ ଉପରେ ବସି ସୁଯୋଗକୁ ଅପେକ୍ଷା କରିଥାଏ। ସେ କିଛି ସମୟ ପାଇଁ ସେହି ଗଛ ଉପରେ ଚୁପ୍‌ଚାପ ବସିଥାଏ। ହଠାତ୍‌ ଜୟ ତଳକୁ ଆସି ଗାଈର ବେକକୁ ଭିଡ଼ି ଧରୁଛି। କିଛି ସମୟ ଧରି ବାଘ ଏବଂ ଗାଈ ମଧ୍ୟ ସଂଘର୍ଷ ଚାଲିଥିଲା। ଏହି ଦୃଶ୍ୟ ଦେଖି ପର୍ଯ୍ୟଟକଙ୍କ ନିଃଶ୍ୱାସ ବନ୍ଦ ହୋଇଗଲା। ଗାଈଟି ନିଜକୁ ରକ୍ଷା କରିବାକୁ ମଧ୍ୟ ବହୁ ଚେଷ୍ଟା କରିଥିଲା। ଗାଈଟି ଖସିଯିବା ବେଳକୁ ଜୟ ପୁଣି ଆକ୍ରମଣ କଲା। ଶେଷରେ ବାଘ ଜୟ ଗାଈଟିକୁ ମାରିଦେଲା।

Share