Categories: ଜାତୀୟ

ମା’ଙ୍କ ନାଁରେ ଏମିତି ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ୩ ବର୍ଷର ବାଳକ

ଭୋପାଳ,୧୭।୧୦: ମଧ୍ୟପ୍ରଦେଶର ବୁରହାନପୁରରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ତିନି ବର୍ଷର ବାଳକ ତାଙ୍କ ମା’ଙ୍କ ନାଁରେ ଅଭିଯୋଗ ନେଇ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ସେ ପୋଲିସ ଆଗରେ ତାଙ୍କ ମା’ଙ୍କ ନକେ ଅଭିଯୋଗ ଆଣିଥିଲେ। କୁନି ବାଳକ ଜଣଙ୍କ କହିଥିଲେ ଯେ, ମୋ ମା’ ମୋତେ ମାରିଛନ୍ତି ଏବଂ ସେ ମୋର ଚକୋଲେଟ ମଧ୍ୟ ଲୁଚାଇ ଦେଉଛନ୍ତି। ତାଙ୍କୁ ଜେଲ୍‌ରେ ରଖ। ଶିଶୁର ମନ ରଖିବା ପାଇଁ ମହିଳା ପୋଲିସ ଅଧିକାରୀ ମଧ୍ୟ ତାଙ୍କ ଅଭିଯୋଗ କାଗଜରେ ଲେଖିଥିଲେ। ବର୍ତ୍ତମାନ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ସୂଚନାନୁସାରେ, ମଧ୍ୟପ୍ରଦେଶର ବୁରହାନପୁର ସହରର ଡେଡାଲାଇ ପୋଲିସ ଷ୍ଟେଶନରେ ଏହି ଘଟଣା ଘଟିଛି। ନିକଟ ଅଞ୍ଚଳରେ ଏକ ତିନି ବର୍ଷର ଶିଶୁ ରୁହନ୍ତି। ଯଦି କୌଣସି ଭୁଲ ଘଟେ ତେବେ ତାଙ୍କ ମାତାପିତା ତାଙ୍କୁ ପୋଲିସରେ ଦେଇ ଦେବାକୁ କହୁଥିଲେ। ରବିବାର ସକାଳେ ପିଲାଟି ଜିଦ୍‌ କରି ପିତାଙ୍କ ସହ ପୋଲିସ ଷ୍ଟେଶନରେ ପହଞ୍ଚି ମା’ଙ୍କ ନାଁରେ ଅଭିଯୋଗ କରିଥିଲେ। ଆଉଟପୋଷ୍ଟ ଦାୟିତ୍ୱରେ ଥିବା ଏସ୍‌ଆଇ ପ୍ରିୟଙ୍କା ନାୟକ ଅଭିଯୋଗକୁ ଏକ କାଗଜରେ ଲେଖିଥିଲେ। ଏହି ଅଭିଯୋଗ ପତ୍ର ଦେବା ସହ ସେ ସେଠାରୁ ଯାଇ ନ ଥିଲେ। ଶେଷରେ ଅନେକ ବୁଝାସୁଝା ପରେ ସେ ଘରକୁ ଯାଇଥିଲେ।

Share