‘ବିଶ୍ୱର ଏକତୃତୀୟାଂଶ ଟିକା ନେଇନାହାନ୍ତି’

ଜେନେଭା,୩୧।୩: କେତେକ ଧନୀ ଦେଶରେ କୋଭିଡ୍‌ ଟିକାର ଚତୁର୍ଥ ଓ ପଞ୍ଚମ ଡୋଜ୍‌ ଦିଆଗଲାଣି। ଅଥଚ ବିଶ୍ୱ ଜନସଂଖ୍ୟାର ଏକ-ତୃତୀୟଂଶ ଏପର୍ଯ୍ୟନ୍ତ ଟିକାର ଗୋଟିଏ ହେଲେ ଡୋଜ୍‌ ନେଇ ନ ଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆଧାନମ ଘେବ୍ରେୟେସସ୍‌ କହିଛନ୍ତି।

ଆଫ୍ରିକୀୟ ଦେଶର ୮୩ ପ୍ରତିଶତଙ୍କୁ ଟିକା ମିଳିନାହିଁ। ଅଧିକାଂଶ ଉଚ୍ଚ ଓ ମଧ୍ୟମ ଆୟକାରୀ ଦେଶ ଟିକାକରଣର ୭୦ ପ୍ରତିଶତ ହାସଲ କରିସାରିଲେଣି। ଧନୀ ଦେଶଗୁଡ଼ିକର ଟିକାକରଣର ସୁବିଧା ହାସଲ କରୁଥିବା ବେଳେ ଗରିବ ଦେଶ ବଞ୍ଚିତ ହେବା ଠିକ୍‌ ନୁହେଁ। କାହାର ଜୀବନ ଅନ୍ୟମାନଙ୍କଠାରୁ ଅଧିକ ମୂଲ୍ୟବାନ୍‌ କି ବୋଲି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ପ୍ରଶ୍ନ କରିଛନ୍ତି।

Share