ମାଡି ଆସୁଛି ଭୟଙ୍କର ବିପଦ: ବ୍ୟାପିବ ନୂଆ ମହାମାରୀ, ବୈଜ୍ଞାନିକଙ୍କ ଚେତାବନୀ…

ଓ୍ବାଶିଂଟନ/ପ୍ୟାରିସ,୨୩।୧ : କରୋନା ମହାମାରୀ କବଳରୁ ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ପାରି ନାହିଁ । ଏବେ ବୈଜ୍ଞାନିକମାନେ ବର୍ତ୍ତମାନ ଏକ ନୂତନ ବିପଜ୍ଜନକ ଭୂତାଣୁ ବିଷୟରେ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଏହି ଭୂତାଣୁ ଆର୍କଟିକ ଏବଂ ଅନ୍ୟାନ୍ୟ ସ୍ଥାନରେ ବରଫ ତଳେ ପୋତି ହୋଇ ରହିଛି। ଏହି ବିପଜ୍ଜନକ ଏବଂ ବିନାଶକାରୀ ଭୂତାଣୁର ନାମ ହେଉଛି ଜମ୍ବି ଭାଇରସ ।

ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନ ଏକ ରିପୋର୍ଟ ଅନୁଯାୟୀ ତରଳୁଥିବା ଆର୍କଟିକ ପର୍ମାଫ୍ରୋଷ୍ଟରୁ ‘ଜମ୍ବି ଭାଇରସ’ ବାହାରିପାରେ। ଏହି ଭୂତାଣୁ ବିଶ୍ୱରେ ଏକ ବିପଜ୍ଜନକ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଖବର କାଗଜ ଚେତାବନୀ ଦେଇଛି। ପୃଥିବୀ ପୃଷ୍ଠରେ କିମ୍ବା ବରଫ ତଳେ ସ୍ଥାୟୀ ଭାବରେ ଫ୍ରିଜ ହୋଇଥିବାସ୍ତରକୁ ପର୍ମାଫ୍ରୋଷ୍ଟ କୁହାଯାଏ। ଏହି ସ୍ତରଟି ମାଟି, ଗୋଡି ଏବଂ ବାଲିକୁ ନେଇ ଗଠିତ। ଏହା ସାଧାରଣତଃ ବରଫ ଦ୍ୱାରା ଜମାଟ ବାନ୍ଧି ରହିଥାଏ ।

ଗ୍ଲୋବାଲ ୱାର୍ମିଂ ଯୋଗୁ ତାପମାତ୍ରା ବୃଦ୍ଧି ପାଇ ବରଫ ତରଳିବା ଆରମ୍ଭ କରି ଦେଇଛି, ଯେଉଁ କାରଣରୁ ବିପଦ ବଢ଼ି ଚାଲିଛି। ଗତ ବର୍ଷ ସାଇବେରିଆର ପର୍ମାଫ୍ରୋଷ୍ଟରୁ ନିଆଯାଇଥିବା ନମୁନାରୁ ବୈଜ୍ଞାନିକ ଅନୁସନ୍ଧାନ କରିଥିଲେ ଏବଂ ଆର୍ଟିକରେ ତଳେ ପୋତି ହୋଇଥିବା ଭୂତାଣୁ ବିଷୟରେ କହିଥିଲେ। ବୈଜ୍ଞାନିକଙ୍କ ଅନୁଯାୟୀ, ଆର୍କଟିକରେ ମିଳୁଥିବା ଭୂତାଣୁ ହଜାର ହଜାର ବର୍ଷ ଧରି ଫ୍ରିଜ ହୋଇ ରହିଛନ୍ତି।

ଫ୍ରାନ୍ସର ଆକ୍ସ-ମାର୍ସେଲ ବିଶ୍ୱବିଦ୍ୟାଳୟର ଜେନେଟିକ ଜିନ-ମିସେଲ କ୍ଲେରି କହିଛନ୍ତି ବର୍ତ୍ତମାନ ମହାମାରୀ ବିପଦର ବିଶ୍ଳେଷଣ ଦକ୍ଷିଣ ଅଞ୍ଚଳରେ ସୃଷ୍ଟି ହେଉଥିବା ଏବଂ ଉତ୍ତରରେ ବ୍ୟାପିଥିବା ରୋଗ ଉପରେ ପର୍ଯ୍ୟବେସିତ। ସେ କହିଛନ୍ତି ଉତ୍ତରରେ ଉତ୍ପନ୍ନ ହେଉଥିବା ଏବଂ ଦକ୍ଷିଣରେ ବ୍ୟାପୁଥିବା ରୋଗ ଉପରେ କୌଣସି ଧ୍ୟାନ ଦିଆ ଯାଉନାହିଁ। ସେ କହିଛନ୍ତି ମୁଁ ବିଶ୍ୱାସ କରେ ଏହା ଏକ ଭୁଲ ଅଟେ। ସେ କହିଛନ୍ତି ଉତ୍ତରରେ ବିପଜ୍ଜନକ ଭୂତାଣୁ ବରଫ ତଳେ ଅଛନ୍ତି, ଯାହା ନୂଆ ମହାମାରୀ ଆଣିପାରେ। ଏହି ଭୂତାଣୁ ନମୁନା ୪୮,୫୦୦ ବର୍ଷ ପୁରୁଣା । ଏହା ସଂକ୍ରମଣ କରିବାରେ ସକ୍ଷମ। ଏହା ଜମ୍ବି ଭାଇରସ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri