Categories: ଜାତୀୟ

ଜିଲାପାଳଙ୍କ ଗାଈ ଅସୁସ୍ଥ: ଚିକିତ୍ସା ପାଇଁ ୭ ଡାକ୍ତରଙ୍କୁ ନିର୍ଦ୍ଦେଶ

ଫତେହପୁର,୧୨।୬: ଉତ୍ତରପ୍ରେଦଶ ଫତେହପୁର ଜିଲାପାଳ ଅପୂର୍ବ ଦୁବେଙ୍କ ଗାଈ ଅସୁସ୍ଥ ହୋଇପଡିଛି। ଅସୁସ୍ଥ ଗାଈର ଯତ୍ନ ନେବା ପାଇଁ ଜିଲ୍ଲାପାଳ ୭ ଜଣ ସରକାରୀ ଡାକ୍ତରଙ୍କୁ ନିଯୁକ୍ତ କରିଛନ୍ତି। ରବିବାର ଦିନ ସୋସିଆଲ ମିଡିଆରେ ଏହି ଚିଠି ଭାଇରାଲ ହେବା ପରେ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ଡାକ୍ତରଙ୍କ ଏହି ଟିମ୍‌ ସକାଳ ଓ ସାରେ ଜିଲାପାଳଙ୍କ ଗାଈର ଯତ୍ନ ନେବେ ଏବଂ ରିପୋର୍ଟ ଦାଖଲ କରିବେ।
ଫତେହପୁରର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ସନ୍ଦୀପ କୁମାର ତିୱାରୀ ଗତ ଜୁନ୍‌ ୯ରେ ଏକ ଚିଠି ଜାରି କରିଥିଲେ। ଏହି ଚିଠିରେ ସେ ଏଥିରେ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ମନୀଷ ଅବସ୍ତି, ଡା ଭୁବନେଶ କୁମାର, ଡା ଅନିଲ କୁମାର, ଡା ଅଜୟ କୁମାର ଦୁବେ, ଡା ଶିବସ୍ବରପ, ଡା ପ୍ରଦୀପ କୁମାର, ଡା ଅତୁଲ କୁମାରଙ୍କୁ ଜିଲାପାଳଙ୍କ ଗାଈ ଚିକିତ୍ସା ଡ୍ୟୁଟିରେ ରଖାଯାଇଥିବା ଉଲ୍ଲେଖ କରିଛନ୍ତି।
ଏହି ପ୍ରସଙ୍ଗରେ ଜିଲାପାଳ ଅପୁର୍ବା ଦୁବେ କହିଛନ୍ତି ଯେ, ତାଙ୍କ ଦ୍ୱାରା କୌଣସି ଆଦେଶ ଦିଆଯାଇନାହିଁ। ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନମୁଖୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଡର ଯାଞ୍ଚ କରାଯାଉଥିବା ସେ କହିଛନ୍ତି।

Share