୭ ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ନିଶ୍ଚିନ୍ତକୋଇଲି,୨୭।୭(ଅଶୋକ କୁମାର ମହାପାତ୍ର)ନିଶ୍ଚିନ୍ତକୋଇଲି ଶିକ୍ଷାମଣ୍ଡଳ ଅଧୀନ ଖଣ୍ଡାୟତ ପଟିକିରା କ୍ଲଷ୍ଟରର ଓରତି ପଞ୍ଚାୟତରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ୭ଟି ଶ୍ରେଣୀ ଥିବାବେଳେ ୬୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।ଏମାନଙ୍କୁ ଜଣେ ମାତ୍ର ଭିନ୍ନକ୍ଷମ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ବାରମ୍ବାର ବିଦ୍ୟାଳୟର ଅବ୍ୟବସ୍ଥା ଓ ଶିକ୍ଷକ ସଙ୍କଟ ସମ୍ପର୍କରେ ଅଭିଭାବକମାନେ ଶିକ୍ଷା ବିଭାଗକୁ ଅବଗତ କରାଇଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନ ଥିଲେ। ଏପରିକି ଶିକ୍ଷକ ଅଭାବରୁ ସୋମବାର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବିଶୃଙ୍ଖଳିତ ପରିସ୍ଥିତି ଉପୁଜି ଥିଲା। ସେଥିରେ ଜଣେ ଛାତ୍ରଙ୍କ ମୁଣ୍ଡ ମଧ୍ୟ ଫାଟି ଯାଇଥିଲା। ଏହାର ପ୍ରତିବାଦ କରି ମଙ୍ଗଳବାର ବିଦ୍ୟାଳୟ ଖୋଲିବା ପୂର୍ବରୁ ଅଭିଭାବକମାନେ ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ପ୍ରବେଶ ନ କରି ପାରି ଫାଟକ ନିକଟରେ ଦୀର୍ଘ ସମୟ ଠିଆ ହେବାକୁ ପଡ଼ିଥିଲା। ପରେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ହସ୍ତକ୍ଷେପ କରିବାରୁ ବିଦ୍ୟାଳୟ ଫାଟକ ଖୋଲାଯାଇ ଶିକ୍ଷାଦାନ ପ୍ରକ୍ରିୟାକୁ ସ୍ବଭାବିକ ହୋଇଥିଲା।
ସୂଚନାଥାଉକି, ସରକାର ବିଭିନ୍ନ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ଅର୍ଥ ବ୍ୟୟ କରୁଥିଲେ ହେଁ ଶିକ୍ଷକ ପଦବୀ ପୂରଣ କରୁନାହାନ୍ତି। ଓରତି ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଭିନ୍ନକ୍ଷମ ଶିକ୍ଷକ ପିଲାଙ୍କୁ ପଢାଉଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କୁ ମଧ୍ୟ ଖଣ୍ଡାୟତ ପଟିକିରା ବିଦ୍ୟାଳୟରୁ ଡେପୁଟେଶନରେ ପାଠ ପଢାଇବା ପାଇଁ ଅଣାଯାଇଛି। ପୂର୍ବରୁ ଏଠାରେ କାର୍ଯ୍ୟରତ ଶିକ୍ଷକ ଅବସର ନେବା ପରେ ତାଙ୍କ ସ୍ଥାନରେ ସିଆରସିସି ପ୍ରଭାତ କୁମାର ବେହେରାଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦିଆଯାଇଥିଲା। ସେ ଉଭୟ ପ୍ରଧାନ ଶିକ୍ଷକ ଓ ସିଆରସିସି କାର୍ଯ୍ୟ କରୁଛନ୍ତି। ଏଥିଯୋଗୁ ଶିକ୍ଷାଦାନ କରି ପାରୁ ନାହାନ୍ତି। ଏ ନେଇ ବିଦ୍ୟାଳୟର ପରିଚାଳନା କମିଟି ପକ୍ଷରୁ ଅକ୍ଷୟ କୁମାର ଦାସ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରିଣୀ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କୁ ପଚାରିବାରେ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଅବଗତ ଅଛୁ। ଖୁବ୍‌ଶୀଘ୍ର ଏହାର ସମାଧାନ କରାଯିବ। ଖୁବ୍‌ଶୀଘ୍ର ବିଦ୍ୟାଳୟକୁ ଅନ୍ୟ ଜଣେ ଶିକ୍ଷକ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

ଭାରତର ବଡ଼ ବାଜି: ଏବେ ରୁଷିଆରୁ ଆସିବ LNGର ଭଣ୍ଡାର!

ନୂଆଦିଲ୍ଲୀ/ମସ୍କୋ,୨୭।୩: ମଧ୍ୟପ୍ରାଚ୍ୟକୁ ଗ୍ରାସ କରୁଥିବା ବିନାଶକାରୀ ଅଶାନ୍ତିର ନିଆଁ ଏବେ ଭାରତର ରୋଷେଇ ଘରଠାରୁ ଆରମ୍ଭ କରି କାରଖାନା ପର୍ଯ୍ୟନ୍ତ ସବୁଠି ପହଞ୍ଚିଛି। ସାମ୍ପ୍ରତିକ ରଏଟର୍ସ ରିପୋର୍ଟ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

ଟେନ୍‌ସନ୍‌ରେ ଆମେରିକା: ଇରାନ ବିକଶିତ କରୁଛି ଏମିତି ଜିନିଷ

ଓ୍ବାଶିଂଟନ୍‌,୨୭।୩: ଯୁଦ୍ଧ ମଧ୍ୟରେ ଇରାନ ଏକ ଜ୍ୟାକେଟ ଯୁକ୍ତ ପରମାଣୁ ବୋମା ବିକଶିତ କରିପାରେ। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏହି ଚିନ୍ତା ପ୍ରକାଶ କରିଛନ୍ତି। ଭାନ୍ସ…

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri