Categories: ଖେଳ

ଭାରତକୁ ୨୭୦ ରନ୍‌ର ଟାର୍ଗେଟ୍‌

ଚେନ୍ନାଇ,୨୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆରେ ଚେନ୍ନାଇରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତକୁ ୨୭୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। କଙ୍ଗାରୁ ଦଳ ୪୯ ଓଭରରେ ୨୬୯ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଛି। ଓପନର୍‌ ମିଚେଲ ମାର୍ଶ ଦଳ ପାଇଁ ୪୭ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଆଲେକ୍ସ କେରି ୩୮ ରନ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୮ ଓଭରରେ ୪୪ ରନ ଦେଇ ୩ଟି ଉଇକେଟ ନେଇଥିଲେ। କୁଲଦୀପ ଯାଦବ ୩ ଉଇକେଟ ନେଇଥିଲେ। ମହମ୍ମଦ ସିରାଜ ୨ ଏବଂ ଅକ୍ଷର ପଟେଲ ଗୋଟିଏ ଉଇକେଟ ନେଇଥିଲେ।

Share