ଚାଲିଗଲେ ପାଟଣା ଅଞ୍ଚଳର ଦକ୍ଷ ସଂଗଠକ ଗଦାଧର ମହାନ୍ତ, ସ୍ମୃତିକୁ ମନେ ପକାଇ…

ପାଟଣା,୨୪ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ଗ୍ରାମର ଜଣାଶୁଣା ଧର୍ମପରାୟଣ, ସାମାଜିକ କର୍ମୀ, ସୁଲେଖକ, ସଂଗଠକ ଗଦାଧର ମହାନ୍ତଙ୍କ ଶୁକ୍ରବାର ରାତିରେ ୮୭ବର୍ଷ ବୟସରେ ବିୟୋଗ ଘଟିଛି। ସେ ଜଣେ ପରୋପକାରୀ, ଅମାୟିକ, ବନ୍ଧୁ ବତ୍ସଳ ବ୍ୟକ୍ତି ଥିଲେ। ସେ ଜିଲା ସହକାରୀ କୃଷି ଅଧିକାରୀ ଭାବେ କାର୍ଯ୍ୟରୁ ଅବସର ଗ୍ରହଣ କରିବା ପରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ନିଜକୁ ନିୟୋଜିତ କରିଥିଲେ। ପାଟଣା ଶିଶୁ ବିଦ୍ୟାମନ୍ଦିର, ପ୍ରଜ୍ଞା ସାହିତ୍ୟ ସଂସଦ, ପାରାୟଣ କମିଟିର ପଦ ପଦବୀରେ ଥିଲେ। ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଶନିବାର ବୈତରଣୀ ନଦୀର ଶ୍ମଶାନରେ ସମ୍ପନ୍ନ ହୋଇଛି। ବଡ଼ ପୁଅ ନିର୍ମଳ ମୁଖାଗ୍ନି ଦେଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ବଡ଼ ପୁଅ ଡାକ୍ତର ନିର୍ମଳ ମହାନ୍ତ, ସାନ ପୁଅ ଦେବେନ୍ଦ୍ର, ଝିଅ ହରପ୍ରିୟା ଜ୍ୱାଇଁ, ବୋହୂ, ନାତି, ନାତୁଣୀ ଉପସ୍ଥିତ ଥିଲେ। ପାଟଣାଅଞ୍ଚଳ ବହୁ ବିଶିଷ୍ଟ ବ୍ୟକ୍ତି ପାଟଣା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ସାମାଜିକ କର୍ମୀ ପ୍ରମୋଦ କୁମାର ଭଞ୍ଜ ଦେଓ, ଲକ୍ଷ୍ମଣ କୁମାର ଦାଶ, ସନାତନ ଦାଶ, ବିଦ୍ୟାଧର ମହାନ୍ତ, ଅରୁଣ କୁମାର ମିଶ୍ର, ଅଜୟ କୁମାର ଦାଶ, ବୁଲୁ ଭଞ୍ଜ, ବଳଭଦ୍ର କର, ପ୍ରଶାନ୍ତ କୁମାର ଭଞ୍ଜଦେଓ, ପ୍ରମୋଦ କୁମାର ମହାନ୍ତ , ଗଣେଶ୍ୱର କର, ନାରାୟଣ ବାରିକ, ଶିଳ୍ପପତି ବିବେକାନନ୍ଦ ଦାଶ, ସ୍ବୟଂ ସେବକ ସଂଘର ବିରଞ୍ଚି ମହାନ୍ତ, ସଞ୍ଜୀବ କୁମାର ମହାନ୍ତ, ଶରତ ଚନ୍ଦ୍ର ମିଶ୍ର ପ୍ରମୁଖ ଶେଷ ଦର୍ଶନ କରିଥିଲେ। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ, ବଡ଼ ପାଟଣା ସରପଞ୍ଚ ବିନତୀ ବାନାରା, ବ୍ୟଙ୍ଗ ସାହିତି୍ୟକ ଭରତ ଚନ୍ଦ୍ର ସାହୁ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଛତ୍ରପୁର, ୨୧।୬ (ଦିଲ୍ଲୀପ ସାମଲ): ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ।ଭାରତୀୟ ଯୋଗ ସଂସ୍ଥାନ, ଏହି ଉପଲକ୍ଷେ ନୂଆଦିଲ୍ଲୀ ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଷ୍ଟାଡିଅମ ପରିସରସ୍ଥ…

ବିପଦସଙ୍କୁଳ ବାଉଁଶ ଚାରା ଭରସାରେ ହଜାର ହଜାର ଲୋକ; ଧାମନଗରଦଶରଥପୁର ବୈତରଣୀ ସେତୁ ଏବେ ବି ଅଧପନ୍ତରିଆ

ତିହିଡ଼ି,୨୧।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଓ ଯାଜପୁର ଜିଲାର ଦଶରଥପୁର ବ୍ଲକର ସମେତ ପଡୋଶୀ ତିହିଡି ବ୍ଲକର ସାଧାରଣ ଲୋକଙ୍କ ଦୀର୍ଘଦିନର ସ୍ବପ୍ନ ଥିଲା…

‘ଇଟାଲୀର ଲୋକପ୍ରିୟତା ଆମେରିକା ସହିତ ସମ୍ପର୍କ ଉପରେ ନିର୍ଭର କରେ ନାହିଁ’: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

ରୋମ,୨୧।୬: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଆଜି, ଶନିବାର, ଟ୍ରମ୍ପ ପୁଣି ଥରେ ମେଲୋନିଙ୍କ…

ଇରାନ ଆଗରେ ନଇଁଲେ ଟ୍ରମ୍ପ! କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୨୧।୬: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି…

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ମହାସଂଯୋଗ! ଆଜିଠୁ ଏହି ୫ଟି ରାଶିକୁ ମିଳିବ ଭାଗ୍ୟର ସାଥ୍‌, ଖୋଲିଯିବ ଉନ୍ନତିର ରାସ୍ତା

୨୧ ଜୁନ, ୨୧୨୬ ରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ସପ୍ତମୀ ତିଥି ଏବଂ ରବିବାର ଦିନ ଅଟେ। ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏହା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri