ହୋଟେଲ ଓ୍ବେଟରରୁ ସଫଳ ଅଭିନେତା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ କଳାକାରଙ୍କ ମଧ୍ୟରେ ଅଭିନେତା ବୋମନ ଇରାନୀ ଅନ୍ୟତମ। ମଙ୍ଗଳବାର ଏକ ସାକ୍ଷାତ୍‌କାର ଦେଇ ବୋମନ ତାଙ୍କ ନିଜ ଜୀବନର ଅନେକ କାହାଣୀ ସମ୍ପର୍କରେ ପ୍ରଘଟ କରିଛନ୍ତି। ସେ ମୁମ୍ବାଇର ମିଠିବାଇ କଲେଜରୁ ସ୍ନାତକ ପଢ଼ା ସାରି ବୋମନ ମୁମ୍ବାଇର ୫ ତାରକା ତାଜ ମହଲ ପ୍ୟାଲେସ୍‌ ହୋଟେଲରେ ଜଣେ ଓ୍ବେଟର ଏବଂ ରୁମ୍‌ ସର୍ଭିସ ଷ୍ଟାଫ୍‌ ଭାବେ ନିଜ କର୍ମମୟ ଜୀବନର ଶୁଭାରମ୍ଭ କରିଥିଲେ। ତେବେ କିଛି ବର୍ଷ ପରେ ସେ ଉକ୍ତ ଚାକିରୀ ଛାଡ଼ି ମୁମ୍ବାଇର ବାଇକୁଲାସ୍ଥିତ ନିଜ ମା’ଙ୍କ ବେକରି ଦୋକାନ ସମ୍ଭାଳିଥିଲେ। ଏହାପରେ ସେ ଫଟୋଗ୍ରାପିଂ ପ୍ରତି ମନ ବଳାଇଥିଲେ। ଫଟୋଗ୍ରାଫର ଭାବେ କାର୍ଯ୍ୟ କରୁଥିବା ସମୟରେ ପ୍ରସିଦ୍ଧ କୋରିଓଗ୍ରାଫର ଶ୍ୟାମକ ଡାବରଙ୍କ ସହ ବୋମନଙ୍କର ପରିଚୟ ହୋଇଥିଲା। ଶ୍ୟାମକ ତାଙ୍କୁ ଜଣେ ଥିଏଟର ନିର୍ଦ୍ଦେଶକଙ୍କ ସହିତ ପରିଚିତ କରିଦେଇଥିଲା ବୋଲି ବୋମନ କହିଛନ୍ତି। ଖୁବ୍‌ଶୀଘ୍ର ସେ ମରାଠୀ ଥିଏଟରରେ ଅଭିନୟ କରିବାର ସୁଯୋଗ ପାଇଥିଲେ। ତେବେ ୪୧ ବର୍ଷ ବୟସରେ ବୋମନ ‘ଜୋଶ’ ଫିଲ୍ମ ସହ ବଡ଼ ପରଦାରେ ଡେବ୍ୟୁ କରିଥିଲେ। ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’, ‘ନୋ ଏଣ୍ଟ୍ରି’, ‘ଖୋସ୍‌ଲା କା ଘୋସଲା’, ‘ଡନ୍‌’, ‘ଲଗେ ରାହୋ ମୁନ୍ନା ଭାଇ’, ‘୩ ଇଡିଅଟ୍ସ’, ‘ଜଲି ଏଲ୍‌ଏଲ୍‌ବି’ ପରି ଚଳଚ୍ଚିତ୍ରରେ ବୋମନ ତାଙ୍କ ନିଖୁଣ ଅଭିନୟ ମାଧ୍ୟମରେ ନିଜ ଚରିତ୍ରକୁ ଜୀବନ୍ତ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri