Categories: ଫୁରସତ

ପରୀକ୍ଷା ଖାତାରେ ବି ‘ପୁଷ୍ପା’ ନିଶା: ଛାତ୍ର ଲେଖିଦେଲେ ଏମିତି

ନିକଟରେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ’ ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଛି। ରିଲିଜ ହେବା ପରଠାରୁ ଏହାର ଗୀତ ଏବଂ ସଂଳାପ ଲୋକଙ୍କ ହୃଦୟରେ ରହିଯାଇଛି। ସମସ୍ତେ ଫିଲ୍ମର ଗୀତ ଏବଂ ସଂଳାପ ଉପରେ ରିଲ କରୁଛନ୍ତି। କିନ୍ତୁ ଏବେ ପୁଷ୍ପା ନିଶା ପରୀକ୍ଷା ଖାତାରେ ଦେଖିବାକୁ ମିଳିଛି। ଆଜିକାଲି ସୋସିଆଲ ମିଡିଆରେ ଜଣେ ଦଶମ ଶ୍ରେଣୀ ଛାତ୍ରର ପରୀକ୍ଷା ଖାତାର ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଫଟୋରେ ଏହା ଦେଖିବାକୁ ମିଳେ ଯେ, ଜଣେ ଛାତ୍ର ତାଙ୍କର ପରୀକ୍ଷା ଖାତାରେ ଲେଖିଛନ୍ତି – ପୁଷ୍ପା, ପୁଷ୍ପା ରାଜ୍‌… ଆପୁନ ଲିଖେଗା ନେହିଁ। ଏହି ଘଟଣା ପଶ୍ଚିମବଙ୍ଗରେ ଘଟିଥିବା କୁହାଯାଉଛି। ଫଟୋଟି ମନୋଜ ସରକାର ନାମକ ଜଣେ ଟୁଇଟର ୟୁଜର୍ସଙ୍କ ଦ୍ୱାରା ଶେୟାର କରାଯାଇଛି।

Share