କମେଣ୍ଟମରାରୁ ଛାତ୍ରୀଙ୍କୁ ହତ୍ୟା: ଗାଁ ପୋଖରୀରୁ ମୃତଦେହ ଜବତ

ଯାଜପୁର ଅଫିସ/ପ୍ରୀତିପୁର/ଦଶରଥପୁର(ଡି.ଏନ୍‌.ଏ.),୪ା୯ କମେଣ୍ଟମରାକୁ କେନ୍ଦ୍ରକରି ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଛି। ସେ ହେଲେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଉତ୍ତଙ୍ଗରା ପଞ୍ଚାୟତ ଅଧୀନ ବରିକୂଳ ଗ୍ରାମର ଅମୂଲ୍ୟ ଦାସଙ୍କ ଝିଅ ଅମ୍ରିତା(୧୪)। ତାଙ୍କ ମୃତଦେହକୁ ଗାଁର ନାଳକୂଳ ପୋଖରୀରୁ ଶନିବାର ରାତିରେ ଜବତ କରାଯାଇଛି। ଘଟଣା ପୂର୍ବରୁ ଅମ୍ରିତାଙ୍କୁ କେତେଜଣ ଧମକ ଦେଇଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ମଙ୍ଗଳପୁର ଥାନାରେ ରବିବାର ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଯାଜପୁର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ଓ ଆଇଆଇସି ରୀନାରାଣୀ ସାହୁ ରବିବାର ସକାଳେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ପରେ ଅଗ୍ନିଶମ ବାହିନୀ ସହାୟତାରେ ଉକ୍ତ ପୋଖରୀରୁ ଅମ୍ରିତାଙ୍କ ସାଇକେଲ ମଧ୍ୟ ଉଦ୍ଧାର କରାଯାଇଛି। ହେଲେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ସାଇଣ୍ଟିଫିକ୍‌ ଟିମ୍‌ ନିୟୋଜନ କରାଯାଇ ନ ଥିଲା।
ଅଭିଯୋଗ ଅନୁସାରେ ଅମ୍ରିତା ନିକଟସ୍ଥ ନନ୍ଦିପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଶନିବାର ଅପରାହ୍ନରେ ସେ ମଙ୍ଗଳପୁର ଥାନା ନନ୍ଦିପୁର ପଞ୍ଚାୟତ ଅନ୍ତର୍ଗତ ବାବଲପୁର ଗ୍ରାମର ବିଷ୍ଣୁଚରଣ ପାଢ଼ୀଙ୍କ ନିକଟକୁ ଟ୍ୟୁଶନ ପାଇଁ ଯାଇଥିଲେ। ଟ୍ୟୁଶନ ଛୁଟି ପରେ ଅମ୍ରିତା ସନ୍ଧ୍ୟା ୬ ଟା୧୫ ମିନିଟ୍‌ରେ ନନ୍ଦିପୁର ଛକସ୍ଥିତ ଏକ ବହି ଦୋକାନରୁ ଖାତା ଓ କଲମ କିଣି ନିଜ ଘର ଅଭିମୁଖେ ଯାଇଥିଲେ। ନନ୍ଦିପୁର ଛକରୁ ତାଙ୍କ ଘରର ଦୂରତା ପ୍ରାୟ ୨ କିମି ହେବ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରେ ନ ପହଞ୍ଚତ୍ବାରୁ ତାଙ୍କ ମା’ସୁପ୍ରିୟା ସାହିପଡ଼ିଶା ଲୋକଙ୍କ ସହାୟତାରେ ବରିକୂଳଠାରୁ ନନ୍ଦିପୁର ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ଖୋଜାଖୋଜି କରିବାକୁ ଲାଗିଲେ। ରାତି ପ୍ରାୟ ୯ଟାରେ ନନ୍ଦିପୁର ଛକଠାରୁ ପ୍ରୀତିପୁର ରାସ୍ତାରେ ବରିକୂଳ ଛକ ପୂର୍ବରୁ ରାସ୍ତାକଡ଼ରେ ଥିବା ନାଳକୂଳ ପୋଖରୀରେ ଏକ କଳାରଙ୍ଗର ସ୍କୁଲ ବ୍ୟାଗ୍‌ ଭାସୁଥିବା ବରିକୂଳ ଗ୍ରାମର କେତେଜଣ ଲୋକ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଅନ୍ୟମାନଙ୍କୁ ଅବଗତ କରିବା ସହିତ ପୋଖରୀ ଭିତରକୁ ପଶି ଉକ୍ତ ବ୍ୟାଗ୍‌କୁ ଟାଣିବାରୁ ବ୍ୟାଗ ସହିତ ଛାତ୍ରୀଙ୍କ ମୃତଦେହ ବାହାରିଥିଲା। କାଳେ ସେ ବଞ୍ଚଥିବେ ସେହି ଆଶଙ୍କାରେ ତାଙ୍କ ପରିବାର ଲୋକେ ଅମ୍ରିତାଙ୍କୁ ରାତିରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରବିବାର ମଙ୍ଗଳପୁର ଥାନାରେ ଅମ୍ରିତାଙ୍କ ଭାଇ ଅମିତ୍‌ ଚରଣ ଦାସ ହତ୍ୟା ଅଭିଯୋଗ କରିଛନ୍ତି। ତଦନୁୁଯାୟୀ ଅମ୍ରିତା ସେହି ରାସ୍ତାରେ ଟ୍ୟୁଶନ ଯିବାବେଳେ କିଛିଦିନ ତଳେ କେତେଜଣ ଯୁବକ ତାଙ୍କୁ କମେଣ୍ଟ ମାରିଥିଲେ। ଏ ନେଇ ଅମ୍ରିତା ଓ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେମାନେ ଅମ୍ରିତାଙ୍କୁ ଦେଖିନେବେ ବୋଲି ଧମକ ଦେଇଥିଲେ। ତେଣୁ ଉକ୍ତ ଯୁବକମାନେ ସନ୍ଧ୍ୟା ସମୟରେ ଅମ୍ରିତାଙ୍କ ଏକୁଟିଆର ସୁଯୋଗ ନେଇ ହତ୍ୟା କରିଛନ୍ତି ବୋଲି ଅମିତ୍‌ ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନାରେ ୪୭୭/୨୨ନମ୍ବରରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ତଦନ୍ତକାରୀ ଅଧିକାରୀ ଘନଶ୍ୟାମ ହଁାସଦା କହିଛନ୍ତି, ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ଏହାର ପର୍ଦ୍ଦାଫାଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri