ଇମ୍ରାନଙ୍କ ୧୪ ବର୍ଷ ଜେଲଦଣ୍ଡ ଉପରେ ରୋକ

ଇସ୍‌ଲାମାବାଦ୍‌, ୨।୪: ତୋଷାଖାନା ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ସ୍ତ୍ରୀ ବୁଶ୍‌ରା ବିବିଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ପୂର୍ବରୁ ଉଭୟଙ୍କୁ ୧୪ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଥିବାବେଳେ ସୋମବାର ଏହା ଉପରେ ଇସ୍‌ଲାମାବାଦ୍‌ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି। ଗତ ଜାନୁଆରୀ ୩୧ରେ ଏହି ଦମ୍ପତିଙ୍କୁ ଇସ୍‌ଲାମାବାଦ୍‌ ଆକାଉଣ୍ଟେବିଲିଟି କୋର୍ଟ ୧୪ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ। ହାଇକୋର୍ଟ ମୁଖ୍ୟ ବିଚାରପତି ଆମେର ଫାରୁକ୍‌ଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ପୂର୍ବ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି।

Share