ଉନ୍ମୋଚନ ହେବ ସଂଗ୍ରାମୀ ପରୀ ବେୱାଙ୍କ ପ୍ରତିମୂର୍ତ୍ତି

ବାସୁଦେବପୁର,୨୮ା୯(ନାରାୟଣ ପ୍ରସାଦ ବାରିକ)ଭଦ୍ରକ ଜିଲା ବାସୁଦେବପୁର ଇରମ ମେଳଣ ପଡ଼ିଆଠାରେ ବ୍ରିଟିଶ ଫୌଜଙ୍କ ଗୁଳିରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଦିବସ ପ୍ରତିବର୍ଷ ପାଳିତ ହୋଇଥାଏ। ଚଳିତ ବର୍ଷ ଗୁରୁବାର ସ୍ମୃତିଦିବସ ଅବସରରେ ରାଜ୍ୟପାଳ ଗଣେଶୀ ଲାଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମ ମହିଳା ଶହୀଦ ପରୀ ବଓ୍ବୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ। ଦିବସ ପାଳନ ନେଇ ପୋଲିସ ଓ ପ୍ରଶାସନ ତତ୍ପର ଥିବା ବେଳେ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି।
ଯେ, ୧୯୪୨ ସେପ୍ଟେମ୍ବର ୨୮ରେ ରକ୍ତତୀର୍ଥ ଇରମ ମେଳନ ପଡ଼ିଆରେ ଲୋମହର୍ଷଣକାରୀ ଗୁଳିକାଣ୍ଡ ହୋଇଥିଲା। ସ୍ବାଧୀନତା ଆଣିବା ପାଇଁ ବାସୁଦେବପୁର ତଥା ନଦୀଘେର ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ୱ ସଂଗ୍ରାମୀ ପଡ଼ିଆଠାରେ ଇଂରେଜ ସରକାରଙ୍କ ବିରୋଧରେ ଏକଜୁଟ ହୋଇ ସଭା କରୁଥିବା ବେଳେ ବ୍ରିଟିଶ ଫୌଜ ସଂଗ୍ରାମୀଙ୍କ ଉପରକୁ ଅଚାନକ ଗୁଳିବର୍ଷଣ କରିଥିଲେ। ଗୁଳିରେ ୨୯ ଜଣ ସଂଗ୍ରାମୀ ଶହୀଦ ହୋଇଥିବା ବେଳେ ୫୬ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିଲେ। ଏହି ଐତିହାସିକ ଇରମ ଗୁଳିକାଣ୍ଡକୁ ଦ୍ୱିତୀୟ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଭାବେ ଆଖ୍ୟା ଦିଆଯାଏ। ଶହୀଦ ପୀଠର ପୂର୍ଣ୍ଣ ବିକାଶ ପାଇଁ ରାଜ୍ୟ ସରକାର ୨୦୧୪-୧୫ରେ ରାଜ୍ୟ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେଇଥିଲେ। ଏଥିସହ ସଂସ୍କୃତି, ପର୍ଯ୍ୟଟନ ବିଭାଗ ପ୍ରଦତ୍ତ ଅର୍ଥରେ ପୀଠର ଉନ୍ନତୀକରଣ ହୋଇଥିବା ବେଳେ ଚଳିତବର୍ଷ ଏହି ପୀଠକୁ ମୁଖ୍ୟମନ୍ତ୍ରୀ ଉନ୍ନୟନ ଯୋଜନାରେ ସାମିଲ କରାଯାଇ ବିକାଶ କାର୍ଯ୍ୟ ଚାଲୁରହିଛି। ଚଳିତ ବର୍ଷ ପୀଠର ୮୧ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ଯୋଗଦେବା କାର୍ଯ୍ୟକ୍ରମ ଥିବା ବେଳେ ପୋଲିସ ପ୍ରଶାସନ ଚଳଚଞ୍ଚଳ ହୋଇପଡ଼ିଛି। ଅତିଥିମାନେ ପୂର୍ବାହ୍ନ ୧୧ଟା ବେଳେ ଶ୍ରଦ୍ଧାଞ୍ଜଳି ଦେବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି।
ଭାରତ ଛାଡ଼ ଆନ୍ଦୋଳନରେ ଶହୀଦ ହୋଇଥିବା ସଂଗ୍ରାମୀଙ୍କ ମଧ୍ୟରୁ ପରୀ ବେୱା ହେଉଛନ୍ତି ପ୍ରଥମ ମହିଳା ଶହୀଦ। ବିଳମ୍ବରେ ହେଲେ ମଧ୍ୟ ତାଙ୍କର ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଶହୀଦ ସ୍ମୃତି ଦିବସରେ ଉନ୍ମୋଚିତ ହେବ। ସେହିପରି ଶହୀଦଙ୍କ ମଧ୍ୟରୁ ବିଜୁଳି ଦାସ ହେଉଛନ୍ତି ସର୍ବକନିଷ୍ଠତମ ଶହୀଦ ବାଳକ। ବ୍ରିଟିଶ ଫୌଜଙ୍କ ପୋଷାକରେ ପରିସ୍ରାକରି ଜାଳିଦେବାକୁ ଉଦ୍ୟମ କରିଥିବା ସଂଗ୍ରାମୀ ମଣି ବେଜ, ବ୍ରିଟିଶ ଫୌଜଙ୍କୁ ଗମେଈ ନଦୀରେ ଡଙ୍ଗାରେ ପାରକରାଇ ଦେଇ ନ ଥିବା ନାଉରିଆ କୁଶ ତରାଇ ଏହି ଅଞ୍ଚଳ ପାଇଁ ଗୌରବ ଅଟନ୍ତି।
ଶହୀଦ ଓ ସଂଗ୍ରାମୀଙ୍କ ପରିବାରର ଆର୍ଥିକ, ସାମାଜିକ ଚିତ୍ର ବଦଳାଇବା ସହ ପୀଠର ପୂର୍ଣ୍ଣ ବିକାଶ ଦିଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟିଦେବାକୁ ବାସୁଦେବପୁରବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?