ଭୁବନେଶ୍ୱର,୨୦ା୧: ଶନିବାର କୋଣାର୍କରେ ଆୟୋଜିତ ହୋଇଛି ଖଣିମନ୍ତ୍ରୀ ସମ୍ମିଳନୀ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଖଣିଜ ସମ୍ପଦରେ ଆମ ରାଜ୍ୟ ଭରପୂର। ବାସ୍ତବରେ ଓଡ଼ିଶା ରତ୍ନଗର୍ଭା ବୋଲି କହିଛନ୍ତି। କେବଳ କେନ୍ଦୁଝର ନୁହେଁ, ଅନ୍ୟ ଅଞ୍ଚଳରେ ବି ଖଣିଜ ସମ୍ପଦ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
୨ ଦିନ ଧରି କୋଣାର୍କ ଇକୋ ରିଟ୍ରିଟ୍ରେ ଚାଲିବ ସମ୍ମିଳନୀ। ସମ୍ମିଳନୀରେ ୧୬ରୁ ଅଧିକ ରାଜ୍ୟର ଖଣିମନ୍ତ୍ରୀ ସାମିଲ ହୋଇଛନ୍ତି। ଦେଶବ୍ୟାପୀ ଦକ୍ଷ, ନିରାପଦ ଏବଂ ପରିବେଶ ଅନୁକୂଳ ଖଣି କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ସହଯୋଗକୁ ପ୍ରୋତ୍ସାହିତ କରିବା ଉପରେ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।
ଏହି ସମ୍ମିଳନୀରେ ଖଣିମନ୍ତ୍ରୀ ଜି. କିଷନ ରେଡ୍ଡୀ ଓ ରାଜ୍ୟ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗ ଦେଇଛନ୍ତି। ଏଥିସହିତ ଜମ୍ମୁ-କଶ୍ମୀରର ଉପମୁଖ୍ୟମନ୍ତ୍ରୀ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ରହିଛନ୍ତି।

