ନିଲମ୍ବନ ଉଠାଇଲେ ନବୀନ, ଦଳକୁ ଫେରିଲେ ଟାଣୁଆ ନେତା

ଭୁବନେଶ୍ୱର,୨୦।୧: ଘର ସଜାଡୁଛି ବିଜେଡି। ଏନେଇ ଆକ୍ସନ ମୋଡରେ ଆସିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯେଉଁମାନେ ଦଳ ଛାଡି ଯାଇଥିଲେ କିମ୍ବା ତାଙ୍କୁ ବହିଷ୍କାର କରାଯାଇଥିଲା ସେମାନଙ୍କୁ ପୁଣି ଯୋଗାଯୋଗ କରାଯାଉଛି। ସଂଗଠନକୁ ସୁଦୃଢ କରିବାକୁ ସୁପ୍ରିମୋ ଅଣ୍ଟା ଭିଡିଛନ୍ତି। ଏହାରି ଭିତରେ ବିଜେଡି ବାଲେଶ୍ୱର ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରିଛି। ବିଜେଡି ଦ୍ୱାରା ଜାରି ଏକ ପ୍ରେସ ବାର୍ତ୍ତାରେ ଏନେଇ ସୂଚନା ଦିଆଯାଇଛି।

ଚିଠିରେ କୁହାଯାଇଛି, ବାଲେଶ୍ୱର ଜିଲା ରେମୁଣାର ପୂର୍ବ ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ଉପରେ ବହିଷ୍କାର ଆଦେଶ ପ୍ରତ୍ୟାହାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହାକୁ ତତ୍କାଳ ପ୍ରଭାବରେ ଲାଗୁ କରିବାକୁ କୁହାଯାଇଛି।

୨୦୨୩ ସେପ୍ଟେମ୍ବର ୨୧ରେ ପରିଡାଙ୍କୁ ଦଳରୁ ବହିଷ୍କାର କରିଥିଲେ ନବୀନ। ସେତେବେଳେ ତାଙ୍କ ନାମରେ ଦୂର୍ନୀତି ଅଭିଯୋଗ ଆସିଥିଲା। ୨୦୧୭-୧୮ ଏବଂ ୨୦୧୯-୨୦ ମଧ୍ୟରେ ଅନୁସୂଚିତ ଜାତି ଏବଂ ଜନଜାତି ହିତାଧିକାରୀଙ୍କ ଦ୍ୱାରା କୃଷି ଉପକରଣ କ୍ରୟରେ ସବସିଡି ଦେବା ପାଇଁ ଉଦ୍ଦିଷ୍ଟ ୩ କୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ପରିଡାଙ୍କ ବିରୋଧରେ ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆସିଥିଲା। ଯାହାକୁ ନେଇ ସେପ୍ଟେମ୍ବର ୨୦୨୩ରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା ବୋଲି କୁହାଯାଉଥିଲା। ସେ ସେତେବେଳେ ବାଲେଶ୍ୱରର ନିଗମାନନ୍ଦ ଆସୋସିଏଟର ପରିଚାଳନା ପାର୍ଟନର ଥିଲେ। ବହିଷ୍କାର ଆଦେଶରେ କୁହାଯାଇଥିଲା ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଦ୍ୱାରା ଏହି ମାମଲା ତଦନ୍ତ କରାଯାଉଛି।

ତେବେ ବିଜେଡି ସୁଧାଂଶୁଙ୍କୁ ଦଳରୁ ବାହାର କରିବା ସହ ୨୦୨୪ ସାଧାରଣ ନିର୍ବାଚନରେ ବିଦ୍ୟାସ୍ମିତା ମହାଳିକଙ୍କୁ ଟିକେଟ୍‌ ଦେଇଥିଲା। ସୁଧାଂଶୁ ସ୍ବାଧୀନ ଭାବେ ନିର୍ବାଚନ ଲଢି ମାତ୍ର ୬୮୩ ଖଣ୍ଡ ଭୋଟ ପାଇଥିଲେ। ସେହିପରି ରେମୁଣାରୁ ବିଜେଡିର ପୂର୍ବତନ ବିଧାୟକ ସୁଦର୍ଶନ ଜେନା ଦଳ ଛାଡି କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ଲଢିଥିଲେ। ତେବେ ସୁଧାଂଶୁଙ୍କ ସହ ବାଲେଶ୍ୱରର ପୂର୍ବତନ ଏମପିଙ୍କ ସମେତ ବିଜେଡିର ଗୋଟିଏ ବଡ଼ ଗୋଷ୍ଠୀର ମତଭେଦ ଥିବା ଗତ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ତେଣୁ ଉଭୟ ରେମୁରା ନିର୍ବାଚନମଣ୍ଡଳୀ ଓ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡି ହାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?