ଆମେରିକା କ୍ୟାପିଟୋଲ ହିଂସା: ଟ୍ରମ୍ଫକୁ ଦାୟୀ କଲା ଯାଞ୍ଚ ପ୍ୟାନେଲ, ଦୋଷୀ ହେବେ କି ନା ନିଷ୍ପତ୍ତି ନେବ ଆଇନ ବିଭାଗ

ୱାଶିଂଟନ,୨୦ ।୧୨: ୱାଶିଂଟନରେ ଥିବା ଆମେରିକାର କ୍ୟାପିଟାଲ ବିଲଡିଂ(ଆମେରିକାର ସଂସଦ ଗୃହ) ପରିସର ବାହାରେ ୬ ଜାନୁୟାରୀ ୨୦୨୧ରେ ହୋଇଥିବା ଆକ୍ରମଣର ଅନୁସନ୍ଧାନ କରୁଥିବା ଏକ ସ୍ୱତନ୍ତ୍ର ଯାଞ୍ଚ ସମିତି ସୋମବାର ଏହାର ଚୁଡାନ୍ତ ଶୁଣାଣି କରିଛି । ଅନୁସନ୍ଧାନ କରୁଥିବା ପ୍ୟାନେଲର ଉପାଧ୍ୟକ୍ଷ ଲିଜ ଚେନି କହିଛନ୍ତି ଯେ ଏହି ପ୍ରମାଣ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଘୋର ନୈତିକ ବିଫଳତାକୁ ଦର୍ଶାଉଛି । ସେ କହିଛନ୍ତି କ୍ୟାପିଟାଲ ହିଲ ଘଟଣା ପାଇଁ ଡୋନାଲ୍ଡ ଟ୍ରମ୍ପ ଦାୟୀ । ଯେତେବେଳେ ହିଂସା ହେଉଥିଲା ସେତେବେଳେ ସେ ଏଥିରେ ହସ୍ତକ୍ଷେପ କରି ନ ଥିଲେ । ଆମେରିକା ହାଉସ ଅଫ ରିପ୍ରେଞ୍ଜେଟେଟିଭର ପ୍ୟାନେଲ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ୟାପିଟଲ ଆକ୍ରମଣରେ ତାଙ୍କ ଭୂମିକା ପାଇଁ ଅବରୋଧ ଓ ଦେଶଦ୍ରୋହ ଅଭିଯୋଗ କରିବାକୁ ଫେଡେରାଲ ଓକିଲମାନଙ୍କୁ କହିଛନ୍ତି ।
ଜାନୁୟାରୀ ୬ରେ ହୋଇଥିବା ଦଙ୍ଗାର ଯାଞ୍ଚ କରୁଥିବା ହାଉସ କମିଟି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ଏକାଧିକ ଆପରାଧିକ ମାମଲା ଉପରେ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ରେଫରାଲକୁ ଅନୁମୋଦନ କରିବାକୁ ଭୋଟ ଦେଇଛି ବୋଲି ସିଏନଏନ ତା’ର ଏକ ରିପୋର୍ଟରେ କହିଛି । ଟ୍ରମ୍ଫଙ୍କୁ ଦୋଷୀ ସାବ୍ୟସ୍ତ କରିବା ନ୍ୟାୟ ବିଭାଗ ଉପରେ ନିର୍ଭର କରୁଥିବା ବେଳେ ଆମେରିକା କଂଗ୍ରେସ ଏହାର ଚୁଡାନ୍ତ ରିପୋର୍ଟ ବୁଧବାର ପ୍ରକାଶ କରିବ, ଯାହା ପୂର୍ବତନ ରାଷ୍ଟପତିଙ୍କ ବିରୋଧରେ ମାମଲକୁ ବୁଝିବାରେ ସାହାଯ୍ୟ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri