ହାର୍‌ପିକ୍‌ ପକ୍ଷରୁ ସ୍ବତନ୍ତ୍ର କିଟ୍‌ ଉନ୍ମୋଚିତ

ଭୁବନେଶ୍ୱର,୪।୯: ହାର୍‌ପିକ୍‌ ପକ୍ଷରୁ ଏକ ସ୍ବତନ୍ତ୍ର କିଟ୍‌ ‘ସୁଶ୍‌ ଜର୍ମସ୍‌ ଆୱେ’ର ବିକଶିତ କରାଯାଇଛି। ଏପରିକି ନିକଟରେ ଉକ୍ତ କିଟ୍‌କୁ ମଧ୍ୟ ଉନ୍ମୋଚନ କରାଯାଇଛି। ବିଶେଷ କରି ସେସାମି ୱର୍କଶପ୍‌ ଇଣ୍ଡିଆ ଟ୍ରଷ୍ଟ ସହଭାଗିତାରେ ‘ସାନିଟେଶନ ହାଇଜିନ୍‌ ଏଜୁକେଶନ ଫ୍ରେମ୍‌ୱାର୍କ’ ଶୀର୍ଷକ ଉପରେ ଆଧାରିତ ଏକ ସ୍ବତନ୍ତ୍ର କିଟ୍‌ର ଉନ୍ମୋଚନ କରାଯାଇଛି।

ସେହିଭଳି ହାର୍‌ପିକ୍‌ର ମିଶନ ସ୍ବଚ୍ଛତା ଔର୍‌ ପାନି କ୍ୟାମ୍ପେନ୍‌କୁ ସମର୍ଥନ କରିବା ପାଇଁ ଉକ୍ତ ‘ସୁଶ୍‌ ଜର୍ମସ୍‌ ଆୱେ’ କିଟ୍‌କୁ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନ୍‌ଇପି ୨୦୨୦) ଏବଂ ନ୍ୟାଶନାଲ କରିକୁଲମ୍‌ ଫ୍ରେମ୍‌ ୱର୍କ (୨୦୨୨) ସହ ମିଳିତ ଭାବେ ଡିଜାଇନ୍‌ କରାଯାଇଛି। ଉକ୍ତ କିଟ୍‌ରେ ୩ଡି ପପ୍‌-ଅପ୍‌ ବୁକ୍‌, ୩ଡି ଜିଗ୍‌ସ ପଜଲ୍‌ ଓ ଏକ ଆକ୍ଟିଭିଟି ବୁକଲେଟ୍‌ ସାମିଲ ରହିଛି,ଯାହାକୁ ସେସାମିର ଲୋକପ୍ରିୟ ଚରିତ୍ର ଏଲ୍‌ମୋ, ଚମ୍‌କି, ନିଲା ଯାଦୁଗର ଓ କେକେ କୀଟାଣୁ ସାହାଯ୍ୟରେ ଉପସ୍ଥାପନ କରାଯିବ। ଏହି ପଦକ୍ଷେପ ହାର୍‌ପିକ୍‌ର ‘ସମସ୍ତଙ୍କ ପାଇଁ ସୁରକ୍ଷିତ ଶୌଚାଳୟ’ ମିଶନର ଏକ ଅଂଶ ଅଟେ। ଏ ସମ୍ପର୍କରେ ରେକିଟ୍ଟ-ସାଉଥ୍‌ ଏସିଆର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଗୌରବ ଜୈନ କହିଛନ୍ତି, ଆମେ ସମସ୍ତଙ୍କ ପାଇଁ ଏକ ସୁସ୍ଥ ପୃଥିବୀ ସୃଷ୍ଟି କରିବା ପ୍ରତି ପ୍ରତିବଦ୍ଧ ରହିଛୁ।

ଏପରିକି ସେସାମି ଇଣ୍ଡିଆ ସହ ଆମର ସହଭାଗିତା ପିଲାମାନଙ୍କଠାରେ ସ୍ବଚ୍ଛତା ସମସ୍ୟା ଓ ଶୌଚାଳୟ ସ୍ବଚ୍ଛତା ଅନ୍ତରକୁ ଦୂର କରିବା ଉପରେ ଗୁରୁତ୍ୱ ଦେଉଛି। ସେସାମି ୱର୍କଶପ୍‌ ଇଣ୍ଡିଆ ଟ୍ରଷ୍ଟ୍‌ର ମ୍ୟାନେଜିଂ ଟ୍ରଷ୍ଟି ସୋନାଲି ଖାନ୍‌ କହିଛନ୍ତି, ଆମେ ‘ସାନିଟେଶନ ହାଇଜିନ୍‌ ଏଜୁକେଶନ ଫ୍ରେମ୍‌ୱର୍କ’ ସହ ଜଡିତ ହୋଇ ‘ସୁଶ୍‌ ଜର୍ମସ୍‌ ଆୱେ’ କିଟ୍‌ର ଶୁଭାରମ୍ଭ ସହିତ ମିଶନ ସ୍ବଚ୍ଛତା ଔର୍‌ ପାନି ଅଭିଯାନ ସହ ଆମର ସହଭାଗିତାକୁ ଆଗକୁ ବଢାଇ ଉତ୍ସାହିତ ଅଛୁ। ଏହି କିଟ୍‌ ପିଲାମାନଙ୍କ ପାଇଁ ସହଜ, ନିୟୋଜନକାରୀ ଓ ମଜାଦାର ଅଟେ। ପିଲାମାନେ ସ୍ବଚ୍ଛତା ଓ ଶୌଚାଳୟ ଅଭ୍ୟାସ ଯାତ୍ରା ଶୀଘ୍ର ଆରମ୍ଭ କଲେ ଜୀବନକାଳନ ପାଇଁ ‘ସ୍ବଚ୍ଛତା ଚାମ୍ପିଅନ୍‌’ ହୋଇପାରିବେ ବୋଲି ଆମେ ବିଶ୍ୱାସ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri