ସ୍ବତନ୍ତ୍ର ତଦନ୍ତ ଟିମ୍‌ ଗଠିତ, ବାରାଣସୀ ଯିବ

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ରାଜ୍ୟରେ ନକଲି ଔଷଧ କାରବାରକୁ ନେଇ ତଦନ୍ତ ଜୋରଦାର କରାଯାଇଛି। ଔଷଧ ପ୍ରବର୍ତ୍ତକ ସ୍କ୍ବାଡ୍‌ (ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ ଟିମ୍‌) ନକଲି ଔଷଧର ଆନ୍ତଃରାଜ୍ୟ ଯୋଗାଣ ଓ କାରବାର ସମ୍ପର୍କରେ ବିଶ୍ୱାସଯୋଗ୍ୟ ତଥ୍ୟ ଦେବା ପରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହାର ଆନ୍ତଃରାଜ୍ୟ ତଦନ୍ତ ନିମନ୍ତେ ଏକ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ ଗଠନ କରିଛି। ସହକାରୀ ଔଷଧ ନିୟନ୍ତ୍ରକ ଡା. ସୁଦର୍ଶନ ବିଶ୍ୱାଳ, ତୁଷାର ରଞ୍ଜନ ପାଣିଗ୍ରାହୀ ଏବଂ ଧର୍ମଦେବ ପୁହାଣଙ୍କ ସମେତ ପୋଲିସ ଅଧିକାରୀଙ୍କୁ ଏହି ଟିମ୍‌ରେ ସାମିଲ କରାଯାଇଛି। ଖୁବ୍‌ଶୀଘ୍ର ଏହି ଟିମ୍‌ ପରବର୍ତ୍ତୀ ପର୍ଯ୍ୟାୟ ତଦନ୍ତ ପାଇଁ ବାରାଣସୀ ଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ବରଗଡ଼ ଜିଲାର ଅଶୋକ ମେଡିକାଲ ହଲ୍‌ ଏବଂ ଝାରସୁଗୁଡ଼ା ଜିଲାର ଅମିତ ମେଡିକାଲ ଏଜେନ୍ସି ନିକଟରୁ ଜବତ ହୋଇଥିବା ନକଲି ଔଷଧ ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ଦେବ ଏଣ୍ଟରପ୍ରାଇଜର୍ସ, ଜେବି ମେଡିକାଲସ୍‌ ଏବଂ ଗୁରୁକୃପା ମେଡିକାଲ ଆଦିରୁ କାରବାର ହୋଇଥିବା ଜଣାପଡ଼ିଛି। ତେଣୁ ଏହି କାରବାରର ମୂଳରେ ପହଞ୍ଚତ୍ବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ଉତ୍ତର ପ୍ରଦେଶ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି ବାରାଣସୀରେ ହେବାକୁ ଥିବା ତଦନ୍ତରେ ଆବଶ୍ୟକ ସହଯୋଗ ଲୋଡ଼ିଛନ୍ତି। ଶାଳିନୀ ପଣ୍ଡିତ ଲେଖିଛନ୍ତି, ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ନକଲି ଔଷଧ ସମ୍ବନ୍ଧିତ ବିଷୟ ବିଶେଷ ଗୁରୁତ୍ୱ ବହନ କରେ। ଏ ବିଷୟ ତଦନ୍ତ ଅଗ୍ରାଧିକାର ଭିତ୍ତିରେ ହେବା ଦରକାର। ଏଥିନିମନ୍ତେ ଓଡ଼ିଶାରୁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳକୁ ବାରାଣସୀ ପଠାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ତଦନ୍ତରେ ଉତ୍ତର ପ୍ରଦେଶ ସରକାରଙ୍କ ସମ୍ପୃକ୍ତ ବିଭାଗ ଓ କର୍ତ୍ତୃପକ୍ଷମାନେ ସମସ୍ତ ସହଯୋଗ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେବା ନିମନ୍ତେ ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri