ଏଲ୍‌ଆଇସିର ‘ଅଚଳ ପଲିସିର ପୁନରାରମ୍ଭ’ ଅଭିଯାନ

ମୁମ୍ବାଇ,୧୯ା୮:ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘ଅଚଳ ପଲିସିର ପୁନରାରମ୍ଭ’ ସମ୍ପର୍କରେ ଘୋଷଣା କରାଯାଇଛି। ଏଲ୍‌ଆଇସିର ବୀମା ହିତାଧିକାରୀମାନେ ଉକ୍ତ ଅଭିଯାନ ଜରିଆରେ ସେମାନଙ୍କର ଅଚଳ ହୋଇ ପଡିଥିବା ବୀମାଗୁଡିକର ପୁନଃ ଆରମ୍ଭ କରିପାରିବେ। ଏପରିକି ଅଚଳ ପିଲିସିଗୁଡିକୁ ପୁଣି ଥରେ ଚଳାଇବା ପାଇଁ ପଲିସିଧାରୀମାନେ ସକ୍ଷମ ହୋଇପାରିବେ। ଏହି ସ୍ବତନ୍ତ୍ର ଅଭିଯାନ ଅଗଷ୍ଟ ୧୭ରୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ବିଶେଷକରି ଏହା ସମସ୍ତ ଅଣ ୟୁଲିପି ପଲିସିଗୁଡିକ ଲାଗି ଉଦ୍ଦିଷ୍ଟ ବୋଲି ନିଗମ ପକ୍ଷରୁ କୁହାଯାଇଛି। ସେହିଭଳି ଆକର୍ଷଣୀୟ ରିହାତି ସାଙ୍ଗକୁ ବିଳମ୍ବ ଦେୟ ଦେଇ ହିତାଧିକାରୀ ଉକ୍ତ ସୁବିଧାର ଲାଭ ଉଠାଇପାରିବେ। ସେହିପରି ଅଣ ୟୁଲିପି ପଲିସି ବାଦ୍‌ ବାକି ସମସ୍ତ ପଲିସି କ୍ଷେତ୍ରରେ ମଧ୍ୟ ଏହା ଉଦ୍ଦିଷ୍ଟ ସାଙ୍ଗକୁ ଦେୟ ଖିଲାପର ୫ ବର୍ଷ ମଧ୍ୟରେ ହୋଇଥିଲେ ତା’ର ପୁନଃ ପ୍ରଚଳନ କରାଯାଇପାରିବ। ଅପରପକ୍ଷରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରିମିୟମ ଗ୍ରହଣ କ୍ଷେତ୍ରରେ ରିହାତି ଲେଟ୍‌ ଫି ୨୫% ରହିଛି। ୧ଲକ୍ଷରୁ ୩ ଲକ୍ଷ ମଧ୍ୟରେ ପ୍ରିମିୟମ କ୍ଷେତ୍ରରେ ରିହାତି ଲେଟ୍‌ ଫି ୨୫% ଏବଂ ୩ ଲକ୍ଷରୁ ଅଧିକ ପ୍ରିମିୟମ କ୍ଷେତ୍ରରେ ୩୦% ରିହାତି ଲେଟ ଫି ବୀମାଧାରୀଙ୍କୁ ମିଳିବ ବୋଲି କୁହାଯାଇଛି। ଅଣୁ ବୀମା ପଲିସିଗୁଡିକ କ୍ଷେତ୍ରରେ ଲେଟ୍‌ ଫି ୧୦୦% ଛାଡ଼ କରାଯାଇଛି। ମେଡିକାଲ ଆବଶ୍ୟକତା କ୍ଷେତ୍ରରେ କୌଣସି ରିହାତି ଉପଲବ୍ଧ ହେବ ନାହିଁ। କୌଣସି କାରଣବଶତଃ ପ୍ରିମିୟମ ପ୍ରଦାନ କରିବାକୁ ସକ୍ଷମ ହୋଇ ନ ଥିବା ଏବଂ ପଲିସି ଲାପ୍‌ସ ହୋଇଯାଇଥିବା କ୍ଷେତ୍ରରେ ଏଭଳି ଏକ ଅଭିଯାନ ବୀମାଧାରୀଙ୍କ ପାଇଁ ଳାଭଦାୟକ ହେବ ବୋଲି ଏଲ୍‌ଆଇସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri