ବିଶ୍ୱ ମାନଚିତ୍ରରୁ ଏକ ସାର୍ବଭୌମ ଦେଶକୁ ଲିଭାଇ ପାରିବ ନାହିଁ ରୁଷିଆ, ନିନ୍ଦା ପ୍ରସ୍ତାବକୁ ବାଇଡେନଙ୍କ ପ୍ରଶଂସା…

ଜେନେଭା/ଓ୍ବାଶିଂଟନ/ମସ୍କୋ,୧୩।୧୦ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ରେ ରୁଷିଆ ବିରୋଧରେ ପାରିତ ହୋଇଥିବା ନିନ୍ଦା ପ୍ରସ୍ତାବକୁ ପ୍ରଶଂସା କରିଛନ୍ତି। ପ୍ରସ୍ତାବରେ ୟୁକ୍ରେନର ଚାରୋଟି ଅଞ୍ଚଳକୁ ରୁଷିଆ ସହିତ ମିଶ୍ରଣକୁ ନିନ୍ଦା କରାଯାଇଛି। ବାଇଡେନ କହିଛନ୍ତି, ରୁଷିଆ ବିଶ୍ୱ ମାନଚିତ୍ରରୁ ଏକ ସାର୍ବଭୌମ ଦେଶକୁ ଲିଭାଇ ପାରିବ ନାହିଁ।

ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ନିକଟରେ ହୋଇଥିବା ମନମତକ ସଂଗ୍ରହ ମାଧ୍ୟମରେ ୟୁକ୍ରେନ୍‌ର ଚାରିଟି ଅଞ୍ଚଳକୁ ନିଜ ଦେଶରେ ମିଶ୍ରଣ କରିଛି। ମିଳିତ ଜାତିସଂଘ ଏଥିପାଇଁ ରୁଷିଆକୁ ନିନ୍ଦା କରିଛି। ଭାରତ ସମେତ ୩୫ ଟି ଦେଶ ଏହି ପ୍ରସ୍ତାବକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। କିନ୍ତୁ ୧୨୩ ସଦସ୍ୟ ଦେଶ ଏହାକୁ ସମର୍ଥନ କରିଥିଲେ। ଏହି ପ୍ରସ୍ତାବ ବିରୋଧରେ ପାଞ୍ଚଟି ଦେଶ ଭୋଟ ଦେଇଛନ୍ତି। ରୁଷିଆ ସୁରକ୍ଷା ପରିଷଦରେ ସମାନ ପ୍ରସ୍ତାବକୁ ଭିଟୋ କରିବାର କିଛି ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ଭାରତ ଏଡାଇ ଯାଇଥିଲା। ବୁଧବାର ମିଳିତ ଜାତିସଂଘ ସାଧାରଣ ସଭା ରୁଷିଆ ବିରୋଧରେ ଏକ ପ୍ରସ୍ତାବ ପାରିତ କରିଥିବାବେଳେ ସୁରକ୍ଷା ପରିଷଦକୁ ପୂର୍ବରୁ ଆଣିଥିବା ସମାନ ପ୍ରସ୍ତାବ ରୁଷିଆର ଭିଟୋ ଅଧିକାର କାରଣରୁ ପାରିତ ହୋଇପାରି ନାହିଁ।

୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ସଭାରେ ରୁଷିଆ ବିରୋଧରେ ଏକ ପ୍ରସ୍ତାବ ପାରିତ ହେବା ପରେ ବାଇଡେନଙ୍କ ବିବୃତ୍ତି ଆସିଥିଲା। ହ୍ବାଇଟ ହାଉସ ଦ୍ୱାରା ଜାରି ଏକ ବିବୃତ୍ତିରେ ବାଇଡେନ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆଜି ବିଶ୍ୱର ପ୍ରତ୍ୟେକ ଅଞ୍ଚଳର ବୃହତ୍ତମ ଏବଂ ଛୋଟ ଦେଶ, ବିଭିନ୍ନ ଚିନ୍ତାଧାରା ଏବଂ ସରକାର ଥିବା ଦେଶ ମିଳିତ ଜାତିସଂଘର ଚାର୍ଟରକୁ ରକ୍ଷା କରିବାକୁ ଏବଂ ୟୁକ୍ରେନ ଅଞ୍ଚଳକୁ ବଳପୂର୍ବକ ନେବା ବିରୋଧରେ ଭୋଟ ଦେଇଛନ୍ତି। ରୁଷିଆର ଏହି କାର୍ଯ୍ୟକୁ ନିନ୍ଦା କରାଯାଇଛି। ୧୪୩ ରାଷ୍ଟ୍ର ସ୍ବାଧୀନତା, ସାବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପାଇଁ ଛିଡା ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ରୁଷିଆ ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତାର ମୂଳଦୁଆ ଭାଙ୍ଗିବାର ଉଦ୍ୟମ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଖାଲେଦା ଜିଆ କରିଥିଲେ ନାମାଙ୍କନ, ଏବେ ଆଲୋଚନା ପୁଅଙ୍କୁ ମିଳିବକି ସହାନୁଭୁତି? ଜାଣନ୍ତୁ ବାଂଲାଦେଶ ରାଜନୀତିର…

ଢାକା,୩୦।୧୨: ଆସନ୍ତା ବର୍ଷ ଫେବୃଆରୀରେ ବାଂଲାଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ମୃତ୍ୟୁକୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)...

ବୈତରଣୀ ନଦୀ ପାର୍‌ ହୋଇଆସିଲା ହାତୀ: ଲୋକେ ଭୟଭୀତ

ହାଟଡ଼ିହୀ,୩୦।୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀଟି ବ୍ଲକ ଅଧୀନ ବିଭିନ୍ନ ଗାଁ ଏବଂ ଛକ ବଜାରରେ ବୁଲୁଥିବାବେଳେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହୁକିଟୋଲାର ସୌନ୍ଦର୍ଯ୍ୟ

ମହାକାଳପଡ଼ା,୩୦ା୧୨ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଙ୍ଗୋପସାଗର ନୀଳ ଜଳରାଶି ସହ ବିଶାଳ ବାଲୁକା ଶଯ୍ୟା ଆଇଲାଣ୍ଡ ହୁକିଟୋଲା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଖୁବ୍‌...

ଭୟଙ୍କର ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦।୧୨: ଉତ୍ତରାଖଣ୍ଡରୁ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଅଲମୋରା ଜିଲାରେ ଏକ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହରାଇ ଘାଇକୁ ଖସି ଯାଇଥିଲା ।...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ୟାମିଙ୍କ ଇଚ୍ଛା

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ ‘ଧୁରନ୍ଧର’ ୨୦୨୫ର ସବୁଠାରୁ ବଡ଼ ଫିଲ୍ମ ହୋଇଛି। ଏହି ଫିଲ୍ମଟି ସାରା ବିଶ୍ୱରେ ୧୦୦୦ କୋଟିରୁ ଅଧିକ ଆୟ କରିଛି।...

ଜିଲା ପାଇଁ ଗୌରବ ଆଣିଲେ ନେହେରୁ: ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ…

ନୂଆପଡା,୩୦।୧୨(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଭାଲେଶ୍ବର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଲୟର ଦଶମ ଶ୍ରେଣୀ ଛାତ୍ର ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଦ୍ବିତୀୟ ସ୍ଥାନ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri