ଇଣ୍ଟରନେଟ୍‌ ପାଇଁ ବିନାଶ ଆଣିବ ସୌରଝଡ଼

ଓ୍ବାଶିଂଟନ୍‌,୧୩ା୭(ପି.ଟି.): ଆସନ୍ତା ୨ ବର୍ଷ ମଧ୍ୟରେ ସୂର୍ଯ୍ୟ ଚରମ ସ୍ଥିତିରେ ପହଞ୍ଚତ୍ବ। ଫଳରେ ଅନେକ ମାସ ଧରି ସୌରଝଡ଼ ଲାଗିରହିବ। ଇଣ୍ଟରନେଟ୍‌ ପାଇଁ ଏହା ବିନାଶକାରୀ ସାଜିବା ସହ ବିଶ୍ୱ ଅର୍ଥନୀତିକୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରିବ ବୋଲି ଆମେରିକୀୟ ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସୂର୍ଯ୍ୟର ସୌରଚକ୍ରରୁ ସୌରଝଡ଼ ସୃଷ୍ଟି ହେଉଥିବାରୁ ଏହା ଉପରେ ଅଧିକ ତଥ୍ୟ ଜାଣିବା ପାଇଁ ବୈଜ୍ଞାନିକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି। ବେଳେବେଳେ ସୌରଝଡ଼ ଏତେ ବିନାଶକାରୀ ହୋଇଥାଏ ଯେ ପୃଥିବୀରେ ଯୋଗାଯୋଗ ବ୍ୟବସ୍ଥାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇପାରେ। ଓ୍ବାଶିଂଟନ୍‌ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ସୂର୍ଯ୍ୟ ୨୦୨୫ ସୁଦ୍ଧା ‘ସୋଲାର ମାକ୍ସିମମ୍‌’(ସର୍ବାଧିକ ସକ୍ରିୟ ବା ଚରମ ସ୍ଥିତି)ରେ ପହଞ୍ଚତ୍ବ। ଏହି ବିନାଶକାରୀ ସ୍ଥିତି ପାଇଁ ସାମ୍ପ୍ରତିକ ଡିଜିଟାଲ ଓ୍ବାଲର୍‌ଡ ପ୍ରସ୍ତୁତ ହୋଇ ନ ଥିବାବେଳେ ‘ଇଣ୍ଟରନେଟ ଆପୋକାଲିପ୍ସ’ ଭଳି ଶବ୍ଦ ସାମାଜିକ ଗଣମାଧ୍ୟମର ୟୁଜର୍ସଙ୍କ ଧ୍ୟାନ ଆକର୍ଷଣ କରିଛି। ଏଥିଯୋଗୁ ଅନେକ ଭ୍ରାନ୍ତ ଧାରଣା ସୃଷ୍ଟି ହେବାରେ ଲାଗିଛି। ଏହାକୁ ନେଇ ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ନାସା ଚେତାବନୀ ଜାରି କରିଛି। ତେବେ ୨୦୨୫ ସୁଦ୍ଧା ସୌରଝଡ଼ ଯୋଗୁ ଇଣ୍ଟରନେଟ ସବୁଦିନ ପାଇଁ ବନ୍ଦ ହୋଇଯିବା ଆଶଙ୍କା ଉପରେ ଏହି ସ୍ପେସ୍‌ ଏଜେନ୍ସି ପକ୍ଷରୁ କୌଣସି ମନ୍ତବ୍ୟ ଆସିନାହିଁ। କିନ୍ତୁ ଏଭଳି ସ୍ଥିତି ଉପୁଜିଲେ ସବୁବେଳେ ଇଣ୍ଟରନେଟ ଦୁନିଆରେ ମଜ୍ଜି ରହୁଥିବା ‘ଅଲ୍‌ଓ୍ବେଜ୍‌ ଅନ୍‌ଲାଇନ୍‌’ ବର୍ଗର ଲୋକେ କ’ଣ କରିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କେହି କେହି ଏହାକୁ ଅତିରଞ୍ଜିତ ପ୍ରଚାର ବୋଲି ବର୍ଣ୍ଣନା କରୁଥିବାବେଳେ ପ୍ରକାଶିତ ରିପୋର୍ଟ କହୁଛି, ସୌରଝଡ଼ ପ୍ରଭାବରେ ଇଣ୍ଟରନେଟ ଠପ୍‌ ହୋଇଯିବା ବିଷୟ ସମ୍ପୂର୍ଣ୍ଣ କାଳ୍ପନିକ ନୁହେଁ। ଏକ ସୌରଝଡ଼ ପୃଥିବୀରେ ପ୍ରଳୟ ସୃଷ୍ଟି କରିପାରେ। ପରସ୍ପର ସହ ଯୋଡ଼ିହୋଇଥିବା ବିଶ୍ୱରେ ଏଭଳି ବିରଳ ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳିନାହିଁ। ୧୮୫୯ରେ କ୍ୟାରିଙ୍ଗ୍‌ଟନ୍‌ ଇଭେଣ୍ଟ ଯୋଗୁ ଟେଲିଗ୍ରାଫ୍‌ ଲାଇନ୍‌ଗୁଡ଼ିକରୁ ବିଦ୍ୟୁତ୍‌ ବିଚ୍ଛୁରଣ (ସ୍ପାର୍କ) ହେବାରୁ ଅପରେଟରମାନେ ବିଦ୍ୟୁତ୍‌ ଆଘାତ ପାଇଥିଲେ। ସେହିପରି ୧୯୮୯ରେ ସୌରଝଡ଼ କାନାଡାର କ୍ୟୁବେକ୍‌ ପାଓ୍ବାର ଗ୍ରୀଡ୍‌କୁ ଅଚଳ କରିଦେଇଥିଲା। କାଲିଫର୍ନିଆ ୟୁନିଭର୍ସିଟିର କମ୍ପ୍ୟୁଟର ସାଇନ୍ସ ପ୍ରଫେସର ସଙ୍ଗୀତା ଅବ୍‌ଦୁ ଜ୍ୟୋତି କହିଛନ୍ତି, ଏପରି ଚରମ ସ୍ଥିତିକୁ ପୂର୍ବରୁ ଆମେ ସାମ୍ନା କରିନାହୁଁ। ତେଣୁ ସମ୍ଭାବ୍ୟ ସୌରଝଡ଼ ଆମ ଭିତ୍ତିଭୂମିର କେତେ କ୍ଷତି କରିପାରେ ତାହା କାହାକୁ ଜଣାନାହିଁ। ଅନେକ ମାସ ଧରି ଏହାର ପ୍ରଭାବ ରହିଲେ କେବଳ ଆମେରିକାରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ଦୈନିକ କ୍ଷତି ୧୧ ବିଲିୟନ୍‌ ଡଲାରରେ ପହଞ୍ଚତ୍ପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?